ଶିଶୁ କଲ୍ୟାଣ କମିଟି ସଦସ୍ୟାଙ୍କୁ ହତ୍ୟା: ଅଭିଯୁକ୍ତ ଡ୍ରାଇଭର ଗିରଫ

October 12, 2023, ଅପରାଧ, ଗଞ୍ଜାମ, Gouri Shankar Mishra
 ଶିଶୁ କଲ୍ୟାଣ କମିଟି ସଦସ୍ୟାଙ୍କୁ ହତ୍ୟା: ଅଭିଯୁକ୍ତ ଡ୍ରାଇଭର ଗିରଫ
Gouri Shankar Mishra
[ Video Journalist ]
Bhagyaprabha News Bureau
October 12, 2023

ବ୍ରହ୍ମପୁର ସହରରଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ସୌଦାମିନୀ ରଥଙ୍କୁ ହତ୍ୟା ଘଟଣାରେ ଡ୍ରାଇଭର ଗିରଫ ହୋଇଛନ୍ତି। ଏନେଇ ପୁଲିସ ସୂଚନା ଦେଇଛି। ‌ତେବେ କେଉଁ କାରଣରୁ ଅଭିଯୁକ୍ତ ଏଭଳି ହତ୍ୟାକାଣ୍ଡ ଭିଆଇଛି, ସେନେଇ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ତେବେ ଏବେ ଅଭିଯୁକ୍ତର ଜେରା ଚାଲିଥିବା ପୁଲିସ କହିଛି। ଗତକାଲି ରାତିରେ ସୌଦାମିନୀ ରଥ ଭୁବନେଶ୍ବରରୁ ନିଜ ଘରକୁ ଫେରିବା ପରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସୌଦାମିନୀ ଜଣେ ବ୍ୟକ୍ତିଙ୍କ ସହ ମୋବାଇଲରେ କଥା ହେଉଥିବା ବେଳେ ପଛପଟୁ ଡ୍ରାଇଭର୍ ସୀମାଞ୍ଚଳ ସାହୁ ତାଙ୍କ ମୁଣ୍ଡକୁ ପିଟିପିଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଟାଉନ ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଓ ତାଙ୍କ ଟିମ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏଣେ ସୌଦାମିନୀଙ୍କ ପୁଅ ଭୁବନେଶ୍ବରରୁ ଆସିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ତାକୁ ହସ୍ତାନ୍ତର କରାଯାଇଛି। ଏଣେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱ ଦୃଷ୍ଟି ଦିବସ ଉପଲକ୍ଷେ ସଚେତନ ରାଲି ଅନୁଷ୍ଠିତ

ବିଶ୍ୱ ଦୃଷ୍ଟି ଦିବସ ଉପଲକ୍ଷେ ସଚେତନ ରାଲି ଅନୁଷ୍ଠିତ

Read More...

ବଳିଆ ଯୋଜନା ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି

ବଳିଆ ଯୋଜନା ଋଣ ସହାୟତା ରାଶି ୧ ଲକ୍ଷ ଟଙ୍କାକୁ ବୃଦ୍ଧି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: