ଲକ୍ଷ୍ମୀପୁର ଠାରେ ସାଇବର ସଚେତନତା ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

October 13, 2023, ଓଡ଼ିଶା, କନ୍ଧମାଳ, SANJAY KUMAR KANDHAPANI
ଲକ୍ଷ୍ମୀପୁର ଠାରେ ସାଇବର ସଚେତନତା ରଥକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
October 13, 2023

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ତରଫରୁ ଗୁରୁବାର ଦିନ କୋରାପୁଟ ଜିଲ୍ଲା ପୋଲିସ ତରଫରୁ ଆସିଥିବା ସାଇବର ସଚେତନତା ରଥକୁ ବିପୁଳ ମାତ୍ରାରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ନିକଟରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରି ଲକ୍ଷ୍ମୀପୁର ସହରରେ ସାଇବର ରଥ ପରିକ୍ରମା କରି ଆମ୍ବେଦକର ଛକ ଠାରେ ଲୋକଙ୍କୁ ସଚେତନତା କରିଥିଲେ ଏହା ପରେ ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କୁ ଏକ ସଚେତନତା ସଭା ଆୟୋଜନ କରାଇଥିଲା ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୋଲିସ ତରଫରୁ ପୁରସ୍କୃତ କରାଯାଇଥିଲା ଏବଂ ମହାବିଦ୍ୟାଳୟ ପରିସରରେ ଏକ ସଭା କରାଯାଇଥିଲା । ଉକ୍ତ ସଭାରେ କୋରାପୁଟ ଜିଲ୍ଲା ଅତିରିକ୍ତ ଏସପି ଭଳଭଦ୍ର ଦୀପ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତ୍, ଲକ୍ଷ୍ମୀପୁର ଥାନା ଅଧିକାରୀ ଶ୍ରୀମତୀ ଶୁଜ୍ଞାନି ସାହୁ, ଲକ୍ଷ୍ମୀପୁର ବିଇଓ କୈଳାସ ଚନ୍ଦ୍ର ବେହେରା ,ସିନାଇ ପବ୍ଲିକ ସ୍କୁଲ ପ୍ରିନ୍ସିପାଲ କୁବେରୋ ପରିଚ୍ଛା, ମିନାପାଇ ବାଳିକା ସେବା ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ, ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ ପ୍ରମୁଖ ଯୋଗ ଦେଇଥିବା ବେଳେ ସାଇବର ଏକ୍ସପୋର୍ଟ ସୁନିଲ ପାଣିଗ୍ରାହୀ ଓ ତାଙ୍କ ଟିମ୍ ଉପସ୍ଥିତ ଲୋକଙ୍କୁ ସାଇବର ଅପରାଧ କେଉଁ ଭଳି ରଖାଯାଇ ପାରିବ ତାହା ନାଟକ ମାଧ୍ୟାମରେ ଜଣାଇଥିଲେ। ଏହାପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା କୋରାପୁଟିଆ ଢେମେସା ନୃତ୍ୟ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସଚେତନତା କର୍ମଶାଳା

କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ପ୍ରତିରୋଧ ସଚେତନତା କର୍ମଶାଳା

Read More...

ଗଜପତି ଜିଲ୍ଲାରେ ପାଳିତ ହେଲା ବିଶ୍ଵ ଅଣ୍ଡା ଦିବସ ୨୦୨୩

ଗଜପତି ଜିଲ୍ଲାରେ ପାଳିତ ହେଲା ବିଶ୍ଵ ଅଣ୍ଡା ଦିବସ ୨୦୨୩

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: