ଗଜପତି ଜିଲ୍ଲା : ଗୋଷାଣି ବ୍ଲକ ଏସ.ରାଉତପୁର ମୁହାଁ ମହାବଳ ବାଘ

October 21, 2023, ଓଡ଼ିଶା, ଗଜପତି, Rasmi Ranjan Sahu
 ଗଜପତି ଜିଲ୍ଲା : ଗୋଷାଣି ବ୍ଲକ ଏସ.ରାଉତପୁର ମୁହାଁ ମହାବଳ ବାଘ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
October 21, 2023

ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଣ୍ଡାହାତୀ ତଥା ମହେନ୍ଦ୍ର ବନାଞ୍ଚଳରେ ଗତ କିଛି ଦିନ ହେଲା ଆତଙ୍କ ଖେଳାଇଦେଇ ଆସୁଥିବା ମହାବଳ ବାଘ ବର୍ତ୍ତମାନ ଗୋଷାଣି ବ୍ଲକ ଏସ୍.ରାଉତପୁର ମୁହାଁ ହୋଇଥିବାର ସୂଚନା ମିଳିଛି । ପ୍ରକାଶ ଯେ, ଗତ ୪ ଦିନ ପୂର୍ବେ ଗଣ୍ଡାହାତୀ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମର ନୃସିଂହ ନାୟକ ଦ୍ବାରା ପାଳିତ ଏକ ଗାଈକୁ ନିଜ ଘର ଠାରୁ ଅଳ୍ପ ଦୂରରେ ଥିବା ଏକ ତେନ୍ତୁଳି ଗଛ ମୂଳରେ ବନ୍ଧା ହୋଇଥିବା ଅବସ୍ଥାରେ ଥିଲା । ହେଲେ କୌଣସି ଏକ ଅଜଣା ହିଂସ୍ର ଜନ୍ତୁ ଘୋଷାରି ଗାଁ ଠାରୁ ଅଳ୍ପ ଦୂର ଏକ ବୁଦା ମୂଳକୁ ନେଇ ଦରଖିଆ ଅବସ୍ଥାରେ ଛାଡି ଚାଲିଯାଇଥିଲା l ସକାଳୁ ଗାଈ ନଥିବା ଦେଖି ନୃସିଂହଙ୍କ ପରିବାର ସମେତ ଗ୍ରାମବାସୀ ଖୋଜିବାକୁ ଗଲାବେଳେ ଗାଈକୁ ଏକ ଜମି ରାସ୍ତା ଦେଇ ଘୋଷାରି ନିଆଯାଇଥିବା ସହ ଏକ ଜନ୍ତୁର ପାଦ ଚି଼ହ୍ନ ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ l ଖବର ପାଇ ମହେନ୍ଦ୍ରଗିରି ବନାଞ୍ଚଳର କର୍ମଚାରୀଙ୍କ ସମେତ ବନ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳରେ ଛାନଭିନ କରି ବନ୍ୟଜନ୍ତୁର ପାଦ ଚି଼ହ୍ନକୁ ପ୍ଳାଷ୍ଟର ଅଫ ପ୍ୟାରିସ ଦ୍ୱାରା ଟ୍ରେସିଂ କରିଥିଲେ । ପରେ ଏହା ଏକ ବାଘର ପାଦ ଚି଼ହ୍ନ ବୋଲି ଜଣାପଡିଥିଲା । ଏହାପରେ ବନ ବିଭାଗ ପକ୍ଷରୁ ଟ୍ରାକ କ୍ୟାମେରା ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଖଞ୍ଜାଯାଇଥିଲା । ତେବେ ଶୁକ୍ରବାର ଟ୍ରାକ କ୍ୟାମେରା ଦ୍ବାରା ମିଳିଥିବା ଫୁଟେଜ୍ ରେ ଏହା ଏକ ମହାବଳ ବାଘ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବନ ବିଭାଗ ଏହି ଉଲ୍ଲେଖିତ ବନାଞ୍ଚଳରେ ବାଘକୁ ଠାବ କରିବା ପାଇଁ ଦିବା ରାତ୍ର ପଇଁତରା ମରାଯାଉଛି । ଆଜି ଗୋଷାଣି ବ୍ଲକ ଅନ୍ତର୍ଗତ ଏସ୍.ରାଉତପୁର ଅଞ୍ଚଳରେ ପାଦ ଚିହ୍ନ ଦେଖିବାକୁ ପାଇଛନ୍ତି ଉଭୟ ଗ୍ରାମାଞ୍ଚଳବାସୀ ଓ ବନ ବିଭାଗ । ଏସିଏଫ୍ ଅଶୋକ ବେହେରା ଏବଂ ଅରୁଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ମହେନ୍ଦ୍ରବନାଞ୍ଚଳ ଅଧିକାରୀ ପ୍ରଦୀପ ଆଚାର୍ଯ୍ୟଙ୍କ ନେତୃତ୍ବରେ ଉଭୟ ରାୟଗଡ ଏବଂ ଗୋଷାଣି ବ୍ଲକ ବନରକ୍ଷୀ ଅଞ୍ଚଳରେ ବନବିଭାଗର ୪୦ରୁ ଉର୍ଦ୍ଧ କର୍ମଚାରୀ ମାନେ ଦିବା ରାତ୍ର ବାଘକୁ ଠାବ କରିବାପାଇଁ ଉଦ୍ୟମ ଜାରି ରଖିଥିବାର ବନ ବିଭାଗ ସୂତ୍ରରୁ ପ୍ରକାଶ । ଏହି ବାଘଟି ବର୍ତ୍ତମାନ ଆନ୍ଧ୍ର ମୁହାଁ ହେଉଥିବାର ମଧ୍ୟ ଜଣାପଡିଛି । ଏହି ଅଞ୍ଚଳ ସୀମାନ୍ତ ବର୍ତ୍ତୀରେ ରହିଛି । ପ୍ରକାଶ ଯେ, ଗତ ପ୍ରାୟ ଏକ ମାସ ପୂର୍ବେ ଓଡିଶା ତଥା ଗଜପତି ଗୋଷାଣି ବ୍ଲକ ଦୁର୍ଗାମାପେଟା ପାହାଡ ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବାଘ ଚାଞ୍ଚ୍ୟଲ୍ୟ ଖେଳାଇ ଦେଇଥିବାର ସୂଚନା ରହିଛି । ଯାହାକି ଗଜପତି ଜିଲ୍ଲା ଗୋଷାଣି ଏବଂ ରାୟଗଡ ବ୍ଲକ ସୀମାନ୍ତରେ ପଶି ଆସିଥିବାର ଚର୍ଚ୍ଚା ହେଉଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦଶରଥପୁର ର ଅଧିଷ୍ଠାତ୍ରୀ ମା ବୁଢ଼ୀ ଆମ୍ବୁରେଇ

ଦଶରଥପୁର ର ଅଧିଷ୍ଠାତ୍ରୀ ମା ବୁଢ଼ୀ ଆମ୍ବୁରେଇ

Read More...

ଗଜପତି ରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ।

ଗଜପତି ରେ ୬୩ତମ ସହିଦ ସ୍ମୃତି ଦିବସ ପାଳିତ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: