ଭୁବନେଶ୍ୱର - ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ

October 24, 2023, ଓଡ଼ିଶା, ଖୋର୍ଦ୍ଧା, Bhagyaprabha News Bureau
ଭୁବନେଶ୍ୱର - ଚାକିରୀରୁ ସ୍ବେଚ୍ଛାକୃତ ଅବସର ନେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ
Bhagyaprabha News Bureau
October 24, 2023

ଭାରତୀୟ ପ୍ରଶାସନିକ ସେବା ଚାକିରୀରୁ ସ୍ବେଚ୍ଛାକୃତ ଭାବରେ ଅବସର ନେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ୫ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ।
ଗତ ୨୦ ତାରିଖ ଦିନ ସେ ଏହି ଭି.ଆର୍.ଏସ୍ ପତ୍ର କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ । ଯାହାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୃହୀତ କରାଯାଇଥିବା ଜଣାପଡିଛି । ୨୦୦୦ ବ୍ୟାଚର ଏହି ଆଇଏଏସ ଅଧିକାରୀ ଶ୍ରୀ ପାଣ୍ଡିଆନ ଓଡ଼ିଶାରେ ନିଜର ପ୍ରଶାସନିକ ଅଧିକାରୀ ଭାବରେ ଉପ ଜିଲ୍ଲାପାଳ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ରହିବା ପରେ ଗତ ୨୦୦୭ରୁ ୨୦୧୧ ମସିହା ପର୍ଯ୍ୟନ୍ତ ସେ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିଲେ । ଏହି ସମୟରେ ଜିଲ୍ଲାରେ ଅନେକ ବିକାଶ ମୂଳକ କାର୍ଯ୍ୟ କରି ଚର୍ଚ୍ଚାରେ ରହିବା ପରେ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେଇଥିଲେ । ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୦୧୯ ମସିହାରେ ତାଙ୍କୁ ସ୍ବତନ୍ତ୍ର ଭାବରେ ରାଜ୍ୟର 5T ସଚିବ ଭାବେ ଦାୟିତ୍ବ ଦେଇଥିଲେ। ସରକାରଙ୍କ ବିଭିନ୍ନ ବିଭଗରେ 5T ଛାଟ ଏବଂ ପରେ ରାଜ୍ୟର ୫ଟି ସଚିବ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି ଜନସାଧାରଣଙ୍କ ଜନଅଭିଯୋଗ ଶୁଣାଣୀ କରିଥିଲେ । ଏପରିକି ଉକ୍ତ ଅଭିଯୋଗ ଶୁଣାଣୀକୁ ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କ ଅନେକ ଙ୍କ ଅଭିଯୋଗର ସମାଧାନ ମଧ୍ୟ ହୋଇଥିବା କୁହାଯାଉଛି। ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ବିଦ୍ୟାର୍ଥୀ ଓ ମିଶନ ଶକ୍ତି ମହିଳା ଙ୍କ ସହିତ ଆଲୋଚନା ପରେ ବର୍ତ୍ତମାନର ସ୍ବେଚ୍ଛାକୃତ ଅବସର ଗ୍ରହଣ ରାଜ୍ୟରେ ପୁଜାରେ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।ପୂର୍ବରୁ ୫ଟି ସଚିବଙ୍କ ଗ୍ରସ୍ତ ସମୟରେ ବିରୋଧି ଦଳ ପକ୍ଷରୁ ସଚିବ ଯଦି ରାଜନୀତି କରିବାକୁ ଚାହୁଁଥିବେ ତେବେ ଚାକିରୀରୁ ଅବସର ନେଇ ମଇଦାନକୁ ଆସନ୍ତୁ ବୋଲି ଆହ୍ବାନ କରିଥିବା ବେଳେ ଏଭଳି ସ୍ଥିତିରେ ପାଣ୍ଡିଆନଙ୍କ ସ୍ବେଚ୍ଛାକୃତ ଅବସର ନେଇଥିବାରୁ ଏହାକୁ ନେଇ ଆଗାମୀ ଦିନରେ କଣ ହେବ ତାହାକୁ ନେଇ ସମସ୍ତଙ୍କ ଅପେକ୍ଷା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି : ମା ଦୂର୍ଗାଙ୍କ ଦଶହରା ପୂଜାପାଇଁ ଚଳଚଂଚଳ ପାରଳାଖେମୁଣ୍ଡି ସହର ।

ପାରଳାଖେମୁଣ୍ଡି : ମା ଦୂର୍ଗାଙ୍କ ଦଶହରା ପୂଜାପାଇଁ ଚଳଚଂଚଳ ପାରଳାଖେମୁଣ୍ଡି ସହର ।

Read More...

ଦଶରଥପୁର ର ଅଧିଷ୍ଠାତ୍ରୀ ମା ବୁଢ଼ୀ ଆମ୍ବୁରେଇ

ଦଶରଥପୁର ର ଅଧିଷ୍ଠାତ୍ରୀ ମା ବୁଢ଼ୀ ଆମ୍ବୁରେଇ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: