ଆନ୍ଦ୍ରରେ ଦୁଇ ଟ୍ରେନ ମଧ୍ଯରେ ଧକ୍କା, ଅନେକ ମୃତାହାତ ଆଶଙ୍କା

October 29, 2023, ଦେଶଦୁନିଆ, , BHAGYAPRABHA NEWS
ଆନ୍ଦ୍ରରେ ଦୁଇ ଟ୍ରେନ ମଧ୍ଯରେ ଧକ୍କା, ଅନେକ ମୃତାହାତ ଆଶଙ୍କା
BHAGYAPRABHA NEWS
[ INPUT ]
Bhagyaprabha News Bureau
October 29, 2023

ବିଶାଖାପାଟନମ୍- ଆନ୍ଦ୍ରରେ ଦୁଇ ଟ୍ରେନ ମଧ୍ଯରେ ଦୁର୍ଘଟଣା ହୋଇଥିବା ଜଣାଯାଇଛି । ଯେଉଁଥିରେ ଅନେକ ମୃତାହାତ ହୋଇଥିବା ଆଶଙ୍କା କରାଯାଉଛି । ମୁଖ୍ଯତଃ ବିଶାଖାପାଟନମ୍-ରାୟଗଡା ପାସେଞ୍ଜର ସହିତ ପଲାସା ରୁ ବିଜୟାନଗରମ୍ ଅଭିମୁଖେ ଯାଉଥିବା ପାସେଞ୍ଜର ମଧ୍ୟରେ ଏହି ଧକ୍କା ହୋଇଥିବା ଯୋଗୁଁ ଏଥିରେ ଅନେକ ମୃତାହାତ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଉଭୟ ଟ୍ରେନର ଏକାଧିକ ବଗି ଲାଇନଚ୍ୟୁତ ହୋଇଛି । ଆନ୍ଧ୍ରପ୍ରଦେଶ ର ବିଜୟନଗରମ ଜିଲ୍ଲାର ଆଲମଣ୍ଡା ଓ କାଣ୍ଟାପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଗତ କିଛି ଦିନ ପରେ ପୁଣି ଏକ ବଡଧାଣର ଟ୍ରେନ ଦୁର୍ଘଟଣାରେ ଅନେକ ଆହାତ ହୋଇଥିବା କୁହାଯାଇଛି । ସେପଟେ ରେଳ ବିଭାଗ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଏ ନେଇ ହେଲପଲାଇନ୍ ନମ୍ୱର ଜାରି କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସି.ବି.ଏସ.ଇ ଜୋନାଲ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟରଙ୍କ ସଫଳତା

ସି.ବି.ଏସ.ଇ ଜୋନାଲ ସ୍କେଟିଂ ପ୍ରତିଯୋଗୀତାରେ ବ୍ରହ୍ମପୁର ସ୍କେଟରଙ୍କ ସଫଳତା

Read More...

ପାଞ୍ଚ ଦଫା ଦାବୀ ନେଇ ପାରଳାଖେମୁଣ୍ଡି ଶାଖା କର୍ମଚାରୀ ମାନଙ୍କ  ଆନ୍ଦୋଳନ

ପାଞ୍ଚ ଦଫା ଦାବୀ ନେଇ ପାରଳାଖେମୁଣ୍ଡି ଶାଖା କର୍ମଚାରୀ ମାନଙ୍କ ଆନ୍ଦୋଳନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: