ଆଧୁନିକ ଓଡ଼ିଆ କଥା ସାହିତ୍ୟ ଜଗତର ପ୍ରଖ୍ୟାତ କଥାକାର ପ୍ରଫେସର ଡ ହରିହର ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା

November 05, 2023, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
 ଆଧୁନିକ ଓଡ଼ିଆ କଥା ସାହିତ୍ୟ ଜଗତର ପ୍ରଖ୍ୟାତ କଥାକାର ପ୍ରଫେସର ଡ ହରିହର ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା
BHAGYAPRABHA NEWS
[ INPUT ]
Bhagyaprabha News Bureau
November 05, 2023

ବ୍ରହ୍ମପୁର - ଆଧୁନିକ ଓଡ଼ିଆ କଥା ସାହିତ୍ୟ ଜଗତର ପ୍ରଖ୍ୟାତ କଥାକାର ପ୍ରଫେସର ଡ ହରିହର ଦାସଙ୍କ ତୃତୀୟ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ରାଜନୀତି ବିଜ୍ଞାନ ବିଶାରଦ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପ୍ରାକ୍ତନ କୁଳପତି ତଥା ଆଧୁନିକ ଓଡ଼ିଆ ସାହିତ୍ୟ ର ବିଶିଷ୍ଟ କଥାକାର ସ୍ବର୍ଗତ ପ୍ରଫେସର ଡ ହରିହର ଦାସ ଥିଲେ ଯଥାର୍ଥରେ ଜଣେ ଭାଷା ସାହିତ୍ୟ ପ୍ରେମୀ ଏବଂ ସ୍ବାଭିମାନୀ ଓଡ଼ିଆ ଏବଂ ଜଣେ ପ୍ରଖ୍ୟାତ ବାଗ୍ମୀ ଭାବରେ ସେ ସୁପରିଚିତ ଥିଲେ ବୋଲି ତାଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳୀ ସଭା ରେ ମଞ୍ଚାସିନ ଅତିଥି ମତବ୍ୟକ୍ତ କରିଥିଲେ।ସ୍ଥାନୀୟ କେ.ସି ପବ୍ଳିକ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଓଡ଼ିଶା ର ପୁରାତନ ସରସ୍ବତ ଅନୁଷ୍ଠାନ ଫଲଗୁ ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ସଂସଦର ପୂର୍ବତନ ଉପଦେଷ୍ଟା କଥାକାର ପ୍ରଫେସର ହରିହର ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଶ୍ରଦ୍ଧାଞ୍ଜଳି ସଭାରେ ଅନୁଷ୍ଠାନର ସଭାପତି ପ୍ରଫେସର ଡ ବିଷ୍ଣୁ ଚରଣ ଚୌଧୁରୀ ଅଧ୍ୟକ୍ଷତା କରିଥିବାବେଳେ କାର୍ଯ୍ୟକାରୀ ସଭାପତି ନାଟ୍ୟକାର ରମାରମଣ ପାଢ଼ୀ,ଉପଦେଷ୍ଟା ପ୍ରଫେସର ଡ.ବ୍ରଜମୋହନ ଶାସମଲ,ସାଧାରଣ ସମ୍ପାଦକ ଡାକ୍ତର ସାଗର ରଂଜନ ତ୍ରିପାଠୀ, ମୁଖ୍ୟବକ୍ତା ରୂପେ ଆଞ୍ଚଳିକ ମାଧ୍ୟମିକ ଶିକ୍ଷା ପରିଷଦ ର ବ୍ରହ୍ମପୁର ଉପ ସଚିବ ବିଶିଷ୍ଟ ବାଗ୍ମୀ କବି ଡ.କୁଳମଣି ଓଝା, ସମ୍ମାନିତ ବକ୍ତା ଭାବରେ ଡ ସୂଚନା ପାଢୀ, ସମ୍ମାନିତ ଅତିଥି ଭାବେ ଗଞ୍ଜାମ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା ଏବଂ ଯୁଗ୍ମ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ପ୍ରମୁଖ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏବଂ ପ୍ରଫେସର ଦାସଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ପ୍ରାରମ୍ଭ ରେ ସ୍ବର୍ଗତ ଦାସଙ୍କ ଆତ୍ମାର ସଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା।ଏହି ଶ୍ରଦ୍ଧାଞ୍ଜଳି ସଭା ଅବସରରେ ପଣ୍ଡିତ କବି ଚନ୍ଦ୍ରଶେଖର ମହାପାତ୍ର କବି ହୃଷିକେଶ ଦାଶ ଭାଗବତ ପାଠ କରିଥିଲେ। ସାଧାରଣ ସମ୍ପାଦକ ଡାକ୍ତର ତ୍ରିପାଠୀ ସମ୍ପାଦକୀୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ଥିଲେ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରଥିତଯଶା ଗାଳ୍ପିକ ତାଙ୍କର ରଚନା ସମୂହ ସାଧାରଣ ଜନଜୀବନ କୁ ଖୁବ୍ ପ୍ରଭାବିତ କରୁଥିଲା ବୋଲି ମୁଖ୍ୟବକ୍ତା ଡ ଓଝା ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଅନୁଷ୍ଠାନ ର ପୂର୍ବତନ କାର୍ଯ୍ୟକାରୀ କମିଟି ସଦସ୍ୟ ସ୍ବର୍ଗତ ଡାକ୍ତର ଚନ୍ଦ୍ରମଣି ସ୍ବାଇଁଙ୍କର ଶ୍ରାଦ୍ଧବାର୍ଷିକୀ ରେ ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ସଭା ରେ ଡ. ବନମାଳି ପାଣିଗ୍ରାହୀ, ଡ.ସୀମାଞ୍ଚଳ ପ୍ରଧାନ, ଭିକାରୀ ଚରଣ ମହାପାତ୍ର ପ୍ରମୁଖ ସ୍ମୃତି ଚାରଣ କରିଥିବା ବେଳେ ସର୍ବଶ୍ରୀ ବିରୁପାକ୍ଷ ଦାଶ, ପ୍ରମୋଦ କୁମାର ପଣ୍ଡା ,ଶ୍ରୀମତୀ ସ୍ବର୍ଣ୍ଣପ୍ରଭା ମିଶ୍ର, ଶ୍ରୀମତୀ ମାଧୁରୀ ଅଧିକାରୀ, ଶ୍ରୀମତୀ ପଦ୍ମିନୀ ମିଶ୍ର, ଶ୍ରୀମତୀ ସ୍ଵର୍ଣ୍ଣମୟୀ ପାଢ଼ୀ, ଗୋବିନ୍ଦ ବେହେରା, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ,ପଦ୍ମ ଚରଣ ଦାସ, ଶ୍ରୀ ସଂଯୁକ୍ତା ଦାସ, ବଂଶୀଧର ସେଠୀ, କପିଳ ଚନ୍ଦ୍ର ମହାନ୍ତି, ନଳିନୀ କାନ୍ତ ପାଣିଗ୍ରାହୀ, ଶାନ୍ତନୁ କୁମାର ଦାଶ ,ପ୍ରଶାନ୍ତ କୁମାର ସାହୁ, ମନୋଜ କୁମାର ପାଢୀଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ଦୀନବନ୍ଧୁ ଶ୍ରୀପଲ୍ଲବ ଧନ୍ୟବାଦ ଅର୍ପଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

Read More...

ଗୋପାଳପୁର -ଗରୀବ ପରିବାରର ରୋଜଗାରିଆ ବାପାର ମୃତ୍ୟୁ ପରେ ସହାୟତାର ହାତ ବଢାଇଲେ ବ୍ରହ୍ମପୁର ବିଧାୟକ

ଗୋପାଳପୁର -ଗରୀବ ପରିବାରର ରୋଜଗାରିଆ ବାପାର ମୃତ୍ୟୁ ପରେ ସହାୟତାର ହାତ ବଢାଇଲେ ବ୍ରହ୍ମପୁର ବିଧାୟକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: