ଗଜପତି ଜିଲ୍ଲାରେ ପରିବା ଦର ଆକାଶ ଛୁଆଁ ,ଚିନ୍ତାରେ ଖାଉଟି

November 07, 2023, ଦେଶଦୁନିଆ, ଗଜପତି, Rasmi Ranjan Sahu
ଗଜପତି ଜିଲ୍ଲାରେ ପରିବା ଦର ଆକାଶ ଛୁଆଁ ,ଚିନ୍ତାରେ ଖାଉଟି
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
November 07, 2023

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ସାଧାରଣ ଲୋକଙ୍କୁ କନ୍ଦାଉଛି ପରିବ ଦର। ଲଗାତାର ବଢିବାରେ ଲାଗିଛି ପରିବା ଦର। ବର୍ତ୍ତମାନ କାର୍ତ୍ତିକ ମାସ ଚାଲୁଥିବା ବେଳେ ପ୍ରାୟ ସମସ୍ତ ଲୋକ ନିରାମିଷ ଖାଦ୍ୟ ଖାଇଥାନ୍ତି । କୁହାଯାଏ କାର୍ତ୍ତିକ ମାସଟି ଧର୍ମର ମାସ ତେଣୁ ହବିଶ୍ୟଳି ମାନେ ମାସ ତମାମ ନିରାମିଷ ଭୋଜନ କରିଥାନ୍ତି । ଏହି ମାସରେ ପରିବାର ଚଡ଼ିଦା ଅଧିକ ରହିଥିବା ବେଳେ ପରିବା ଦରରେ ଲାଗୁନି ବ୍ରେକ । ଗତ କିଛି ଦିନ ଘରେ ଘରେ ହାଣ୍ଡି ଶାଳରେ ବେଶ ପରିଚିତ ଥିବା ଟମାଟ କିଲୋ ପିଛା ୨୦ ଟଙ୍କା ଥିବା ବେଳେ ବର୍ତ୍ତମାନ ୪୦ ରୁ ୫୦ ଟଙ୍କାରେ ପହଂଚିଛି । ସେହିପରି ଆଳୁ କିଲୋ ପିଛା ଥିବା ୩୦ ଟଙ୍କା ବେଳେ , ଫୁଲ କୋବି କିଲୋ ପିଛା ୫୦ ଟଙ୍କା, କଲରା କିଲୋ ପ୍ରତି ୫୦ ଟଙ୍କା, ଭେଣ୍ଡି କିଲୋ ପ୍ରତି ୪୦ କିଛି ଦିନ ପୂର୍ବରୁ ପିଆଜ ୨୦ ଟଙ୍କାରେ ମିଳୁଥିବା ବେଳେ ଆଜି ପିଆଜ ୮୦ ଟଙ୍କାରେ ପହଁଚିଗଲାଣି। ଗଜପତି ଜିଲ୍ଲାରେ ବର୍ଷାର ଅଭାବ ଯୋଗୁ ଧାନ ଚାଷ ନଷ୍ଟ ହୋଇଯାଇଥିବା ବେଳେ ପନିବାରିବ ଚାଷ ଉପରେ ମଧ୍ୟ ଏହାର ବେଶ ପ୍ରଭାବ ପଡିଛି। ଏବେ ସବୁ ପରିବା ଦର ଉପରମୁହାଁ ଥିବା ବେଳେ ପନିପରିବା କିଣିବା ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ନିକଟବର୍ତ୍ତି ବିଭିନ୍ନ ଅଞ୍ଚଳ ଓ ଜିଲ୍ଲାର ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରାଯାଇଥାଏ ତଥାପି ପରିବା ଦର ନିୟନ୍ତ୍ରଣରେ ନାହିଁ। ଘର ହେଉକି ହୋଟେଲ ରୋଷେଇ ଘରେ ବର୍ତ୍ତମାନ ନିରାମିଷ ଖାଦ୍ୟର ଚାହିଦା ଅଧିକ ଥିବା ବେଳେ, ଅତ୍ୟଧିକ ପରିମାଣର ଦରବୃଦ୍ଧି ଚିନ୍ତା ବିଷୟ ହୋଇଛି। କେତେଦିନ ଲାଗି ରହିବ ଏ ଦର ବୃଦ୍ଧି। ଦର ଖସାଇବାକୁ ରାଜ୍ୟ ସରକାର କେବେ ନେବେ ପଦକ୍ଷେପ। ଏହି ପ୍ରଶ୍ନ ସାଧାରଣ ଖାଉଟିଙ୍କ ମଧ୍ୟରେ ପ୍ରଶ୍ନ ଉଠିଲାଣି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଜପତି ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଭାବେ ପୁଣି ଥରେ ବିଧାୟକ କେ.ନାରାୟଣ ରାଓ ମନୋନୀତ

ଗଜପତି ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଭାବେ ପୁଣି ଥରେ ବିଧାୟକ କେ.ନାରାୟଣ ରାଓ ମନୋନୀତ

Read More...

ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତା

ଗଜପତି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ପ୍ରତିଯୋଗିତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: