ବ୍ରହ୍ମପୁର : ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ ମଣ୍ଡଳ କାରାଗାର ପାଳିତ I

November 22, 2023, ବିଶେଷ, ଗଞ୍ଜାମ, Gouri Shankar Mishra
ବ୍ରହ୍ମପୁର : ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜୟନ୍ତୀ ମଣ୍ଡଳ କାରାଗାର ପାଳିତ I
Gouri Shankar Mishra
[ Video Journalist ]
Bhagyaprabha News Bureau
November 22, 2023

ଇଂରେଜ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରି ବଣ ପାହାଡ ଘେରା ଅଭିଭକ୍ତ କୋରାପୁଟରୁ ସ୍ଵାଧୀନତା ସଂଗ୍ରାମ ର ତୁରୀବାଦ କରିଥିବା ମହାନ୍ ଦେଶଭକ୍ତ ସ୍ଵାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୪ତମ ଜନ୍ମ ଜୟନ୍ତୀ ଦିବସ ବ୍ରହ୍ମପୁର ମଣ୍ଡଳ କାରାଗାର ପରିସରରେ ପାଳିତ ହୋଇ l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହାନ୍ ସଂଗ୍ରାମୀ ଙ୍କ ପ୍ରତିମୂର୍ତ୍ତୀରେ ବ୍ରହ୍ମପୁର ମହାନଗର ନିଗମ ଡେପୁଟି କମିଶନର ବିନୋଦ କୁମାର ବେହେରା ମୁଖ୍ୟ ଅତିଥି ରୂପେ , ବ୍ରହ୍ମପୁର ମଣ୍ଡଳ କାରାଗାର କାରାପାଳ (ଜେଲର) ସତ୍ୟ ନାରାୟଣ ବେହେରା , ମହାନ୍ ସଂଘର ସଭାପତି ସୁଶାନ୍ତ କୁମାର ସାବତ ଅନ୍ୟତମ ଅତିଥି ରୂପେ ଯୋଗଦାନ କରି ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ସର୍ବ ପ୍ରଥମେ ମଣ୍ଡଳ କାରାଗାର ସମ୍ମୁଖ ଯେଉଁଠି ବୀର ସଂଗ୍ରାମୀ ଙ୍କୁ ଫାଶୀ ଦିଆଯାଇଥିଲା ସେହି ଠାରେ ଥିବା ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ କରାଯିବା ପରେ ଜେଲ ପରିସର ମଧ୍ୟରେ ରହିଥିବା ଶହୀଦ ଙ୍କ ସ୍ମୃତି ମନ୍ଦିର ରେ ପୁଷ୍ପମାଲ୍ୟର୍ପଣ କରାଯାଇଥିଲା l ସ୍ମୃତି ମନ୍ଦିର ସମ୍ମୁଖରେ ସମସ୍ତ ଅନ୍ତେବାସୀ ମାନଙ୍କ ଗହଣରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ପରିଚାଳନା ଓ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତ ଅତିଥି ଗଣ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋକପାତ କରି ଇଂରେଜ ଶାସନ ବିରୋଧରେ କିଭଳି ଲଢେଇ କରିଥିଲେ l ଗାନ୍ଧିଜୀ ଙ୍କ ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହୋଇ କିଭଳି ମିଥ୍ୟା ଆରୋପରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପାଇଥିଲେ ତାହା ଉପସ୍ଥାପନ କରି ସ୍ମୃତି ଚାରଣ କରିଥିଲେ l ଅନ୍ତେବାସୀ ଗଣ ଗାନ୍ଧିଜୀ ଙ୍କ ପ୍ରିୟ ଭଜନ ଗାନ କରି ସ୍ଵାଧୀନତା ସଂଗ୍ରାମୀ ଙ୍କ ଜୟଗାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମି ରାଣୀ ନିମାକା , ବ୍ରହ୍ମପୁର ସହର ର ବହୁ ବିଶିଷ୍ଟ ବ୍ୟକ୍ତି,ମନ୍ୟଗଣ ବ୍ୟକ୍ତି ଓ ଅନେକ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର : ବାରାକ ଷ୍ଟାଡିୟମ ର ତାଲା ଖୋଲିବା ଓ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍

ବ୍ରହ୍ମପୁର : ବାରାକ ଷ୍ଟାଡିୟମ ର ତାଲା ଖୋଲିବା ଓ ପୂର୍ଣ୍ଣାଙ୍ଗ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଆନ୍ଦୋଳନ କଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ୍

Read More...

ବ୍ରହ୍ମପୁର : ଚମ୍ପିୟନ ଗଞ୍ଜାମ ହ୍ୟାଣ୍ଡବଲ ବାଳିକା ଦଳକୁ ସମ୍ବର୍ଦ୍ଧନା ଜଣାଇଲେ ବ୍ରହ୍ମପୁର ସାଂସଦ, ବିଧାୟକ ଓ ମେୟର ।

ବ୍ରହ୍ମପୁର : ଚମ୍ପିୟନ ଗଞ୍ଜାମ ହ୍ୟାଣ୍ଡବଲ ବାଳିକା ଦଳକୁ ସମ୍ବର୍ଦ୍ଧନା ଜଣାଇଲେ ବ୍ରହ୍ମପୁର ସାଂସଦ, ବିଧାୟକ ଓ ମେୟର ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: