ଗଞ୍ଜାମ - ସନ୍ଧେହ ପାଇଁ ପତ୍ନୀ ଓ ଦୁଇ ବର୍ଷର ଛୁଆ କୁ ହତ୍ୟା କଲା ସ୍ୱାମୀ ବିଷଧର ସାପର ବ୍ୟବହାର କରି ହତ୍ୟାକାଣ୍ଡ ରୁ ଖସି ଯିବାକୁ କରିଥିଲା ଷଡ଼ଯନ୍ତ୍ର

November 23, 2023, ଅପରାଧ, ଗଞ୍ଜାମ, Bhagyaprabha News Bureau
ଗଞ୍ଜାମ - ସନ୍ଧେହ ପାଇଁ ପତ୍ନୀ ଓ ଦୁଇ ବର୍ଷର ଛୁଆ କୁ ହତ୍ୟା କଲା ସ୍ୱାମୀ  ବିଷଧର ସାପର ବ୍ୟବହାର କରି ହତ୍ୟାକାଣ୍ଡ ରୁ ଖସି ଯିବାକୁ କରିଥିଲା ଷଡ଼ଯନ୍ତ୍ର
Bhagyaprabha News Bureau
November 23, 2023

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ ଏକ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ କରିଛି। ହତ୍ୟାକାଣ୍ଡ ରୁ ନିଜକୁ ବଞ୍ଚାଇବା ପାଇଁ ବିରାଟ ବଡ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ। ଶେଷରେ ଦେଢ ମାସ ପରେ ଘଟଣାର ପର୍ଦ୍ଦାଫାଶ କରିଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ ପ୍ରଭାତ ସାହୁ ଓ ତାଙ୍କ ଟିମ୍। ପତ୍ନୀର ଚରିତ୍ର କୁ ସନ୍ଦେହ କରି ସ୍ବାମୀ ନିଜ ସ୍ତ୍ରୀ ଓ ଦୁଇ ବର୍ଷର କୁନି ଝିଅ କୁ ବିଷଧର ସାପର ବ୍ୟବହାର କରି ହତ୍ୟା କରିଥିଲା। ଶେଷରେ ପୋଲିସ ର ତଦନ୍ତରୁ ଖସି ପାରିଲା ନାହିଁ ଅଭିଯୁକ୍ତ। ଗୁରୁବାର ଏହି ମାମଲାରେ କବିସୂର୍ଯ୍ୟନଗର ଥାନା ଅଢେଇ ବରଗାଁ ର ଅଭିଯୁକ୍ତ ସ୍ବାମୀ କେ ଗଣେଶ ପାତ୍ର କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ଅଢେଇବରଗାଁ ର ବି ଖଲି ପାତ୍ର ଙ୍କ ଦ୍ଵିତୀୟ ଝିଅ ବାସନ୍ତୀ ପାତ୍ର କୁ ଉକ୍ତ ଗ୍ରାମର କେ ଧନୁ ପାତ୍ର ଙ୍କ ସାନ ପୁଅ କେ ଗଣେଶ ପାତ୍ର ଙ୍କୁ ୩ ବର୍ଷ ତଳେ ବିବାହ କରିଥିଲେ। ଗତ ବର୍ଷ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ବାସନ୍ତୀ ନିଜ ସ୍ବାମୀ ଗଣେଶ ଙ୍କ ବିରୁଦ୍ଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ମାମଲାରେ ଗଣେଶ ଥାନାରୁ ଲିଖିତ ପ୍ରତିଶ୍ରୁତି ଦେବା ସହ ୪୧ ରେ ଜାମିନ ରେ ଆସିଥିଲେ। ଏହାପରେ ଉଭୟ ଗତ କିଛି ମାସ ହେଲା ପୁଣି ଏକାଠି ଗଣେଶ ଙ୍କ ଘରେ ମିଶି ରହୁଥିଲେ। ବିଭିନ୍ନ ସମୟରେ ଗଣେଶ ଉକ୍ତ କେଶ କୁ କାଟିବା ପାଇଁ ବାସନ୍ତୀ ଙ୍କ ଉପରେ ଚାପ ପକାଇବ ସହ ତାଙ୍କୁ ଓ ୨ ବର୍ଷର ଝିଅ କୁ ଜୀବନରୁ ମାରିଦେବା କୁ ଧମକ ଦେଉଥିଲେ। ଗତ ଅକ୍ଟୋବର ମାସ ୭ ତାରିଖ ଭୋର ସକାଳ ୫ ଟା ସମୟରେ ଗଣେଶ ଜୋରରେ ନିଜ ଘରେ ପାଟି କରିବାରୁ ସମସ୍ତ ସାହି ବାସିନ୍ଦା ଘର ସମ୍ମୁଖରେ ଏକାଠି ହୋଇଥିଲେ। ଏହି ସମୟରେ ବାସନ୍ତୀ ଙ୍କ ବାପା ଖଲି ପାତ୍ର ଘର ଭିତରକୁ ଯାଇ ଦେଖିବା ସମୟରେ ଗଣେଶ ହାତରେ ବାଡ଼ି ଟିଏ ଧରି ଗୋଟିଏ ବିଷଧର ନାଗ ସାପକୁ ବାଡେଉଛି ଓ ନିକଟରେ ଝିଅ ଓ ନାତୁଣୀ ଶୋଇ ରହିଛନ୍ତି। ଏବଂ ସେମାନଙ୍କୁ ବିଷଧର ସାପ କାମୁଡିଛି, ସଙ୍ଗେ ସଙ୍ଗେ ସେମାନେ ୧୦୮ ଜରିଆରେ ଉଭୟଙ୍କୁ ଚିକିତ୍ସା ନିମନ୍ତେ ହିଞ୍ଜିଳି କାଟୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ପୋଲିସ କୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା। ଏହାର କିଛି ଦିନପରେ ୧୨ ତାରିଖ ଦିନ ମୃତକଙ୍କ ବାପା ଖଲି ପାତ୍ର ନିଜ ଝିଅ ଓ ନାତୁଣୀ କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ୬୧୫/୨୩ ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଜଣଙ୍କ ପୋଲସରା ଥାନା ଅନ୍ତର୍ଗତ ମୂକ୍ତାମାଳ ଦେଇପୁର୍ ଶାସନ ରୁ ଜଣେ ସାପ ଧରାଳି ଠାରୁ ସାପ ଆଣି ନିଜେ ପତ୍ନୀ ଓ ୨ ବର୍ଷର ଶିଶୁ କନ୍ୟା କୁ କାମୁଡେଇ ମାରିଥିବା ସ୍ବୀକାର କରିଥିବା ଥାନା ଅଧିକାରୀ ପ୍ରଭାତ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଏହି ଘଟଣାର ତଦନ୍ତ ପାଇଁ ପୋଲିସ ସ୍ନେକ ହେଲ୍ପ ଲାଇନ ର ସହାୟତା ନେଇଥିଲେ। ଗତ ରବିବାର ଦିନ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ, ଦକ୍ଷିଣ ଓଡ଼ିଶା ସଂଯୋଜକ ସ୍ଵାଧୀନ କୁମାର ସାହୁ ସମେତ ପାଞ୍ଚ ଜଣିଆ ଟିମ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଥିଲେ। ଏହାପରେ ଏକମାସ ଧରି ଶିଥିଳ ପଡିଥିବା ଏହି କେସ ଟି ଆଗକୁ ବଢିଥିଲା। ଗୁରୁବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କେ ଗଣେଶ ପାତ୍ର କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସେହିପରି ସ୍ନେକ ହେଲ୍ପ ଲାଇନ ସବୁବେଳେ ଆଇନ କୁ ସମ୍ମାନ ଦେଉଛି ଏବଂ ଆଇନର ସହାୟତା କରିବାକୁ ପ୍ରସ୍ତୁତ ରହିଥିବା ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ସୂଚନା ଦେଇଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍, ମିଡ଼ିଆ ଏକାଦଶ ବିଜୟୀ

ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ୍, ମିଡ଼ିଆ ଏକାଦଶ ବିଜୟୀ

Read More...

ବ୍ରହ୍ମପୁର :ପାଲେଷ୍ଟାଇନର ସ୍ୱାଧୀନତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତବାସୀ ଏକ ହୁଅ।

ବ୍ରହ୍ମପୁର :ପାଲେଷ୍ଟାଇନର ସ୍ୱାଧୀନତା ଓ ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଭାରତବାସୀ ଏକ ହୁଅ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: