ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ ପାଇଁ ବ୍ରହ୍ମପୁର ସ୍କେଟରଙ୍କ ଚେନ୍ନାଇ ଯାତ୍ରା

December 12, 2023, ଖେଳ, ଗଞ୍ଜାମ, Gouri Shankar Mishra
ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ ପାଇଁ ବ୍ରହ୍ମପୁର ସ୍କେଟରଙ୍କ ଚେନ୍ନାଇ ଯାତ୍ରା
Gouri Shankar Mishra
[ Video Journalist ]
Bhagyaprabha News Bureau
December 12, 2023

ବ୍ରହ୍ମପୁର-ଚଳିତ ମାସ 15 ତାରିଖ ଠାରୁ 25 ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା 61 ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ବ୍ରହ୍ମପୁରର ସ୍କେଟର ମାନେ ଆଜି ଟ୍ରେନ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କେଟର ମାନେ ଅଂଶ ଗ୍ରହଣ କରିବେ । ତେବେ ଏଥି ପୂର୍ବରୁ ଅକ୍ଟୋବର ମାସ 24 ଓ 25 ତାରିଖରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିଠାରେ ଏକ ସ୍ୱତନ୍ତ୍ର ପ୍ରତିଯୋଗୀତା ଚୟନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ରହ୍ମପୁରର ପାଞ୍ଚ ଜଣ ବାଳକ ଓ ଜଣେ ବାଳିକା ଜାତୀୟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଚୟନ ହୋଇଥିଲେ । ସେମାନେ ହେଲେ ଆଶୁତୋଷ ପାଢୀ, ଆଶୁତୋଷ ମହାପାତ୍ର, ପ୍ରତ୍ୟୁଷ କୁମାର ଶବର, ସ୍ପନ୍ଦନ କୁମାର ନାୟକ, ଆର୍ୟେଶ ମହାପାତ୍ର ଓ ପ୍ରଜକ୍ତା ଶବର । ବ୍ରହ୍ମପୁର ସହରର ସିଲ୍କି ରୋଲର ସ୍କେଟିଂ ଏକାଡେମୀରେ ଏହି ଖେଳାଳୀ ମାନେ ନିଜର ଅଭ୍ୟାସ ଜାରୀ ରଖିଥିଲେ । ଏକାଡେମୀର କୋଚ୍ ଗୌତମ ଗୌଡ଼ ଓ ଏକାଡେମୀର ପରିଚାଳକ ଶ୍ରୀମନ୍ତ ପାଢୀଙ୍କ ତତ୍ତ୍ୱାବଧାନରେ ଏହି ଖେଳାଳୀ ମାନେ ଜାତୀୟ ସ୍ତରର ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ଲାଗି ସୁଯୋଗ ପାଇଥିବା ବେଳେ ଉତ୍ତମ ପ୍ରଦର୍ଶନ ଓ ସଫଳତା ପାଇବେ ବୋଲି ଉଭୟ ଖେଳାଳୀ ଓ ଏକାଡେମୀ ପକ୍ଷରୁ କୁହାଯାଇଛି । ଆଜି ଟ୍ରେନ ଯୋଗେ ଏହି ଖେଳାଳୀ ମାନେ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଯାତ୍ରା ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ରେଳ ଷ୍ଟେସନରେ ବହୁ ସ୍କେଟିଂ ଖେଳାଳୀ ଓ ଅଭିଭାବକ ମାନେ ସ୍କେଟର ମାନଙ୍କୁ ଉତ୍ତମ ପ୍ରଦର୍ଶନ କରିବା ପାଇଁ ଶୁଭେଚ୍ଛା ଜଣାଇଥିଲେ ।....




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବ୍ରହ୍ମପୁର ସରକାରୀ ପଲିଟେକ୍ନିକ୍  ପକ୍ଷରୁ ଆୟୋଜିତ ହେଲା ସଡକ ସୁରକ୍ଷା ନେଇ ସଚେତନତା ପଦଯାତ୍ରା।

ବ୍ରହ୍ମପୁର ସରକାରୀ ପଲିଟେକ୍ନିକ୍ ପକ୍ଷରୁ ଆୟୋଜିତ ହେଲା ସଡକ ସୁରକ୍ଷା ନେଇ ସଚେତନତା ପଦଯାତ୍ରା।

Read More...

ମିଡିଆ ଏକାଦଶ ବିଜୟ ଲାଭ ପରେ ପ୍ରେସ କ୍ଲବରେ ସମ୍ୱର୍ଦ୍ଧନା

ମିଡିଆ ଏକାଦଶ ବିଜୟ ଲାଭ ପରେ ପ୍ରେସ କ୍ଲବରେ ସମ୍ୱର୍ଦ୍ଧନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: