ଅଲଫା କ୍ଲବ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

December 15, 2023, ଖେଳ, ଗଞ୍ଜାମ, Gouri Shankar Mishra
ଅଲଫା କ୍ଲବ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
Gouri Shankar Mishra
[ Video Journalist ]
Bhagyaprabha News Bureau
December 15, 2023

ବ୍ରହ୍ମପୁର -ବ୍ରହ୍ମପୁର ଷ୍ଟାଡିୟମ ଠାରେ ଅଲଫା କ୍ଲବ ଆନୁକୂଲ୍ୟରେ ଜ଼ିଲ୍ଲା ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଏହି ଷ୍ଟାଡିଏମ ବହୁ ବର୍ଷ ହେଲା କାର୍ଯ୍ୟରତ ଥିଲା ଯାହା ଫଳରେ ଏଠି କ୍ରିକେଟ ଖେଳ ହୋଇପାରୁନଥିଲା l ଦୀର୍ଘବର୍ଷ ପରେ ଆଜି ପ୍ରଥମ ଥର ପାଇଁ ଅଲଫା କ୍ଲୁବର ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ ଓ ଜ଼ିଲ୍ଲା କ୍ରିକେଟ ସମ୍ପାଦକ ଅଶୋକ ସାହୁଙ୍କ ଉଦ୍ୟମରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା l ଏହି ଷ୍ଟାଡିଏମ ଦ୍ୱାରା ଜ଼ିଲ୍ଲାର ବହୁ କ୍ରିକେଟ ପ୍ରେମୀ ଟର୍ଫ ପିଚରେ ଖେଳିବା ପାଇଁ ସୁଯଗ ପାଇପାରିବେ ବୋଲି ଭାସ୍କର ସିଂ ସାମନ୍ତ କହିଛନ୍ତି l ଏହି ଟୁର୍ନାମେଣ୍ଟ ୧୫ ତାରିଖ ଠାରୁ ଆରମ୍ଭ ହୋଇ ୨୧ ତାରିଖ ପଯ୍ୟନ୍ତ କ୍ରିକେଟ ଖେଳ ଅନୁଷ୍ଠିତ ହେବ l ଏଥିରେ ଗଞ୍ଜାମ ଜ଼ିଲ୍ଲାର ୮ ଟି ଦଳ ଭାଗ ନେଇଛନ୍ତି l ଏହି କ୍ରିକେଟ ଟୁର୍ନାମେଣ୍ଟର ବିଜୟୀ ଟିମ ଫେବୁଆରି ମାସରେ ହେବାକୁ ଥିବା ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଖେଳିବାର ସୁଯୋଗ ପାଇବେ l ଆଜିର ଉଦଘାଟନ ଉତ୍ସବରରେ ମୁଖ୍ୟ ଅତିଥି ଭାବେ ମହାନଗର ନିଗମ କମିଶନର ଯେ ସୋନାଲ ଯୋଗ ଦେଇ ଏହି ଖେଳକୁ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଜ଼ିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ କୁମାର ସାହୁ,ଗଞ୍ଜାମ ଜ଼ିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଅଶୋକ କୁମାର ସାହୁ,କର୍ପୋରେଟର ସୁରେନ୍ଦ୍ର କୁମାର ମହାରଣା, ତ୍ରିପତି ପାତ୍ର ସମେତ ବ୍ରହ୍ମପୁର ଷ୍ଟଡିଏମ ଇନଚାର୍ଜ ଗୋପାଳ ଦାସ, ଅଲଫା କ୍ଲୁବର ସମ୍ପାଦକ ବିଜୟୀ ଭାସ୍କର ସିଂ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ପ୍ରଥମ ମ୍ୟାଚ ଲିଡ଼ସ କ୍ରିକେଟ ଏକାଡେମୀ ବନାମ ଖଲ୍ଲିକୋଟ କ୍ରିକେଟ କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଖଲ୍ଲିକୋଟ ଦଳ ଟସ ଜିତି ବୋଲିଙ୍ଗର ନିଷ୍ପତ୍ତି ନେଇଥିଲେ l ଲିଡସ ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୩୫ ଓବର ମ୍ୟାଚରେ ୩୧ ଓବର ଖେଳି ସମସ୍ତ ଉଇକେଟ ହରାଇ ୧୪୯ ରନ କରିଥିଲେ l ଦଳ ପକ୍ଷରୁ ଅଧିନାୟକ ଜିତେନ୍ଦ୍ର ତ୍ରିପାଠୀ ୩୨ ବଳ ଖେଳି ୩୯ ରନ କରିଥିଲେ l ଖଲ୍ଲିକୋଟ ଦଳ ପକ୍ଷରୁ ବୋଲିଙ୍ଗରେ ତୁଫାନ ଗୌଡ଼ ୬ ଓବର ପକାଇ ୨୭ ରନ ଦେଇ ୪ ଗୋଟି ଉଇକେଟ ଅକ୍ତିହାର କରିଥିଲେ l ଜବାବରେ ଖଲ୍ଲିକୋଟ ଦଳ ୨୪ ଓବର ଖେଳି ସମସ୍ତ ଉଇକେଟ ହରାଇ ମାତ୍ର ୭୧ ରନ କରିଥିଲେ l ଲିଡସ ଦଳ ପକ୍ଷରୁ ବୋଲିଙ୍ଗରେ ଜିତେନ୍ଦ୍ର ତ୍ରିପାଠୀ ୫ ଓବର ୨ଟି ବଳ ପକାଇ ୧୮ ରନ ଦେଇ ୪ ଗୋଟି ଉଇକେଟ ଅକ୍ତିହାର କରିଥିଲେ l ଏହି ମ୍ୟାଚକୁ ଲିଡସ ଦଳ ୭୮ ରନରେ ମ୍ୟାଚ ଜିତିନେଇଥିଲା l ଏହି ମ୍ୟାଚରେ ଲିଡସ ଦଳର ଅଧିନାୟକ ଜିତେନ୍ଦ୍ର ତ୍ରିପାଠୀଙ୍କୁ ମେନ ଅଫ ଦା ମ୍ୟାଚ ବିବେଚିତ କରାଯାଇଛି l ଆଜିର ମ୍ୟାଚରେ ଏମ୍ପlୟର ଭାବେ ସୁଶାନ୍ତ ପଣ୍ଡା ଓ ରଜନୀ ରେଡ୍ଡୀ ଖେଳକୁ ପରିଚଳନା କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁକୁଡ଼ାଖଣ୍ଡିରେ ସପ୍ତବିଂଶତମ କ୍ରୀଡା ମହୋତ୍ସବ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁକୁଡ଼ାଖଣ୍ଡିରେ ସପ୍ତବିଂଶତମ କ୍ରୀଡା ମହୋତ୍ସବ

Read More...

ଉତ୍କଳ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ନିମନ୍ତେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

ଉତ୍କଳ ବିଦ୍ୟାପୀଠ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ନିମନ୍ତେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: