ଦୁଇଦିନିଆ ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍

December 16, 2023, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଦୁଇଦିନିଆ ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍
BHAGYAPRABHA NEWS
[ INPUT ]
Bhagyaprabha News Bureau
December 16, 2023

ଦୁଇଦିନିଆ ଗଞ୍ଜାମ ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନ । ଗଞ୍ଜାମ ଜିଲ୍ଲାରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଦୁଇଦିନିଆ ଗଞ୍ଜାମ ଗସ୍ତରେ ଯାଇ ହିଞ୍ଜିଳିକାଟୁରେ ପହଞ୍ଚିଛନ୍ତି କାର୍ତ୍ତିକ ପାଣ୍ଡିଆନ । ହିଞ୍ଜିଳିକାଟୁର ପୋଚିଲିମା ଖାମ୍ବିୟାଦୋରା ଜୁନିୟର ସାଇନ୍ସ କଲେଜରେ ପ୍ରଥମେ ପହଞ୍ଚିବା ପରେ ସେଠାରେ କଲେଜ ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ କାର୍ତ୍ତିକ ପାଣ୍ଡିଆନ୍ ।ସେଠାରୁ ହିଞ୍ଜିଳିକାଟୁ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ହିଞ୍ଜିଳି ଓ ଶେରଗଡ ବ୍ଲକର ବିଭିନ୍ନ କଲେଜରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପରେ କାର୍ତ୍ତିକ ପାଣ୍ଡିଆନ ଶେରଗଡ ବ୍ଲକରେ ଚାଷୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀର ହିଞ୍ଜିଳି ଓ ଶେରଗଡ କାର୍ଯ୍ୟକ୍ରମ ଶେଷ ପରେ ବ୍ରହ୍ମପୁର ଅଭିମୁଖେ ବାହାରାଛନ୍ତି ପାଣ୍ଡିୟାନ୍ । ବ୍ରହ୍ମପୁର ମାଆ ବୁଢୀ ଠାକୁରାଣୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟର ଅନୁଧ୍ୟାନ କରିବେ । ଏହି ଦୁଇଦିନିଆ ଗସ୍ତ ଅବସରରେ କାର୍ତ୍ତିକ ପାଣ୍ଡିଆନ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ସମୀକ୍ଷା କରିବେ । ଜିଲ୍ଲାରେ କେତେ ଉନ୍ନତ୍ତିମୂଳକ କାର୍ଯ୍ୟ ହୋଇଛି ଓ ଏହା ଲୋକଙ୍କ ପାଖରେ କେତେ ପହଞ୍ଚିଛି ତାହାର ସମୀକ୍ଷା କରିବେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁର ପ୍ରେସ କ୍ଲବ ସମ୍ମିଳନୀ ଗୃହ ଭିତ୍ତିପ୍ରସ୍ତର କଲେ ବିଧାୟକ

ଛତ୍ରପୁର ପ୍ରେସ କ୍ଲବ ସମ୍ମିଳନୀ ଗୃହ ଭିତ୍ତିପ୍ରସ୍ତର କଲେ ବିଧାୟକ

Read More...

କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୃପାସିନ୍ଧୁପୁର ସତ୍ୟବାଦୀ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: