ବିଶ୍ବବିଦ୍ୟାଳୟର ଔଦ୍ୟୋଗିକ ସମ୍ପର୍କ ଓ ମାନବ ପରିଚାଳନା ବିଭାଗରେ ଜାତୀୟ ସମ୍ପାନ ଅନୁଷ୍ଠିତ

December 23, 2023, ଶିକ୍ଷା, ଗଞ୍ଜାମ, Gouri Shankar Mishra
ବିଶ୍ବବିଦ୍ୟାଳୟର ଔଦ୍ୟୋଗିକ ସମ୍ପର୍କ ଓ ମାନବ ପରିଚାଳନା ବିଭାଗରେ ଜାତୀୟ ସମ୍ପାନ ଅନୁଷ୍ଠିତ
Gouri Shankar Mishra
[ Video Journalist ]
Bhagyaprabha News Bureau
December 23, 2023

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର "ଔଦ୍ୟୋଗିକ ସମ୍ପର୍କ ଓ ମାନବ ପରିଚାଳନା" ବିଭାଗ ଆନୁକୂଲ୍ୟରେ ଏକ ଦୁଇ ଦିନିଆ ଜାତୀୟ ସମ୍ପାନ ଆୟୋଜିତ ହୋଇ ଯାଇଅଛି। "ନବୀନ କର୍ମଜଗତ ରେ ମାନବ ସମ୍ବଳ ପରିଚାଳନା" ଶୀର୍ଷକ ସମ୍ବନ୍ଧୀୟ ଏହି ସମ୍ପାନରେ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ପୋରୋହିତ୍ୟ କରିବା ସହ ମୁଖ୍ୟ ଅଥିତି ଭାବେ ସଭା ମଣ୍ଡନ କରିଥିଲେ। ବିଭାଗୀୟ ସଂଯୋଜକ ତଥା ସମ୍ପାନର ସାଂଗଠାନିକ ସମ୍ପାଦକ ଡଃ ସତ୍ୟବ୍ରତ ପାତ୍ରୋ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ସମ୍ପାନ ରେ ମୁଖ୍ୟ ବକ୍ତା ଭାବେ କକତୀୟ ବିଶ୍ଵବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗର ପ୍ରାକ୍ତନ ଅବସର ପ୍ରାପ୍ତ ପ୍ରଫେସର ଜି ଶ୍ରୀନିବାସ ରେଡ୍ଡୀ ଯୋଗ ଦେଇ ବିଶ୍ଵିକରଣ ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ର ପ୍ରଭାବ ତଥା କୃତ୍ରିମ ବୁଦ୍ଧିମତା ବା ଆର୍ଟି ଫିଶିଆଲ୍ ଇଣ୍ଟେଲିଜେନ୍ସ ର ବହୁଳ ପ୍ରୟୋଗ ମାନବ ସମ୍ବଳ ପରିଚାଳନାକୁ ଏକ ନୂତନ ଦିଗରେ ତ୍ୱରାନ୍ୱିତ କରୁଛି ବୋଲି ମତ ପ୍ରକାଶ କରୁଛି। ଏହି ସମ୍ପାନରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଟାଟା ଫେରୋ ଆଲୟ ପ୍ଲାଣ୍ଟ, ଗୋପାଳପୁର ପ୍ରକଳ୍ପ ମୁଖ୍ୟ ଶ୍ରୀ ଆଟଲା ରାମବାବୁ। ଶ୍ରୀ ରାମବାବୁ, ସମାଜ ତଥା କର୍ପୋରେଟ ଜଗତରେ ଯେଉଁ ସବୁ ବୈପ୍ଲବିକ ପରିବର୍ତ୍ତନ ସଂଗଠିତ ହେଉଛି ତାର ସୁଦୂର ପ୍ରସାରି ପ୍ରଭାବ ଓ ପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ। ସଭା ରେ ଭାରପ୍ରାପ୍ତ ସ୍ନାତକୋତ୍ତର ପରିଷଦ ର ଅଧକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ଛାତ୍ର ଛାତ୍ରୀ ତଥା ଗବେଷକ ମାନଙ୍କୁ ଉତ୍ସାହିତ କରିଥିଲେ। ବିଶ୍ବବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ମାନବ ସମ୍ବଳର ବିକାଶ ତଥା ପରିଚାଳନା ର ବହୁମୁଖି ଦିଗ ଉପରେ ରେଖାପାତ କରିଥିଲେ। ବିଭାଗର ସହାୟକ ପ୍ରଫେସର ଡ଼ଃ ଅନୁଭା ଚୌଧୁରୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗର ସହାୟକ ପ୍ରଫେସର ଡ଼ଃ ଭାରତ କୁମାର ଲାକ୍ରା ଧନ୍ୟବାଦ୍ ଅର୍ପଣ କରିଥିଲେ। ସମ୍ପାନ ର ଉଦ୍ଘାଟନ ଉତ୍ସବ ପରେ ଶୀର୍ଷକ ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ରେ ବରିଷ୍ଠ ପ୍ରଫେସର ଡ଼ଃ ଭବାନୀ ପ୍ରସାଦ ରଥ ଆଲୋଚକ ମାନଙ୍କର ସଂଖିପ୍ତ ପରିଚୟ ପ୍ରଦାନ କରିଥିଲେ। ଆଲୋଚନାର ମୁଖ୍ୟ ପୁରୋଧା ଭାବେ ସୁଦୂର ପାଟନା ବିଶ୍ଵବିଦ୍ୟାଳୟ ର ଔଦ୍ୟୋଗିକ ସମ୍ପର୍କ ଓ ମାନବ ପରିଚାଳନା ବିଭାଗର ପ୍ରଫେସର ପ୍ରଭାକର ଝା ଯୋଗ ଦେଇ ନିଜର ଅଭିଜ୍ଞତା ସମ୍ପନ୍ନ ଅଭିଭାଷଣ ଉପସ୍ଥାପନ କରିଥିଲେ। ଅନ୍ୟ ଆଲୋଚକ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଶ୍ରୀ ସନାତନ ବିଶ୍ଵାଳ, ସର୍ବୋଚ୍ଚ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଓ ମାର୍ଟ ଶ୍ରୀ ଅନିଲ କୁମାର ମିଶ୍ର, ମାନବ ସମ୍ବଳ ନିର୍ଦ୍ଦେଶକ, ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ, ଶ୍ରୀ ବିନୋଦ ବିହାରୀ ସ ଓ ଅତିରିକ୍ତ ଶ୍ରମ ଆୟୁକ୍ତ, ଭାରତ ସରକାର, ଶ୍ରୀ ନୀଳାମ୍ବର ମିସଲ୍ ଆଦି ଯୋଗ ଦେଇ ସମ୍ପାନ ର ଆଲୋଚନା ପରିସରକୁ ରୁଦ୍ଧିମନ୍ତ କରିଥିଲେ। ସମ୍ପାନ ର ତୃତୀୟ ପର୍ଯ୍ୟାୟ ରେ ଗବେଷକ ମାନେ ସେମାନଙ୍କ ଗବେଷଣା ପତ୍ର ପାଠ କରିଥିଲେ। ସନ୍ଧ୍ୟାରେ ବିଭାଗର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବହୁ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାନ ମାନଙ୍କରେ କର୍ମରତ ବିଭାଗର ବହୁ ପ୍ରାକ୍ତନ ଛାତ୍ର ସମୂହ ଏହି ଅବସରରେ ଉପସ୍ଥିତ ରହି ବିଭାଗର ଉତ୍ତୋରତର ଉନ୍ନତି ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ବିଭାଗର ଅଧ୍ୟାପିକା ଡ଼ଃ ଇତିଶ୍ରୀ ଗୀତା କୁମାରୀ, ଅଧ୍ୟାପକ ଡ଼ଃ ପତି କ୍ରିଷ୍ଣା ଅବସର ପ୍ରାପ୍ତ ପ୍ରଫେସର ଡଃ ବିଭୂତି ଭୂଷଣ ମହାପାତ୍ର, ପ୍ରଫେସର ଡି ଭି ଗିରି, ପ୍ରଫେସର, ପ୍ରଫେସର ସୁବାସ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାମାୟୀ ମହିଳା ମହାବିଦ୍ୟାଳୟରେ ନୂଆ-ଓ, ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

ମହାମାୟୀ ମହିଳା ମହାବିଦ୍ୟାଳୟରେ ନୂଆ-ଓ, ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

Read More...

ସ୍ମାର୍ଟ ଇଣ୍ଡିଆ ହାକାଥନରେ ନିଷ୍ଟ ଛାତ୍ରଛାତ୍ରୀ ଙ୍କ କୃତିତ୍ୱ

ସ୍ମାର୍ଟ ଇଣ୍ଡିଆ ହାକାଥନରେ ନିଷ୍ଟ ଛାତ୍ରଛାତ୍ରୀ ଙ୍କ କୃତିତ୍ୱ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: