ଏମ୍.କେ.ସି.ଜି କାର୍ଯ୍ୟରତ ଠିକା ତଥା ଅସ୍ଥାୟୀ କର୍ମଚାରୀ ମାନଙ୍କ ସମସ୍ୟା ନେଇ ଆଲୋଚନା

December 23, 2023, ସ୍ବାସ୍ଥ୍ୟ, ଗଞ୍ଜାମ, Gouri Shankar Mishra
ଏମ୍.କେ.ସି.ଜି କାର୍ଯ୍ୟରତ ଠିକା ତଥା ଅସ୍ଥାୟୀ କର୍ମଚାରୀ ମାନଙ୍କ ସମସ୍ୟା ନେଇ ଆଲୋଚନା
Gouri Shankar Mishra
[ Video Journalist ]
Bhagyaprabha News Bureau
December 23, 2023

ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର କାର୍ଯ୍ୟରତ ଠିକା ତଥା ଅସ୍ଥାୟୀ କର୍ମଚାରୀ ମାନଙ୍କ ସମସ୍ୟା ନେଇ ଆଲୋଚନା କଲେ ସ୍ଥାନୀୟ ବିଧାୟକ । ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା ସ୍ଥାନୀୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ଚିକିତ୍ସାଳୟରେ କାର୍ଯ୍ୟରତ ଠିକା ତଥା ଅସ୍ଥାୟୀ କର୍ମଚାରୀ ମାନଙ୍କ ଆଲୋଚନା ସଭାରେ ଯୋଗ ଦେଇ ସେମାନଙ୍କ ଦାବି ଗୁଡିକ ଯଥା ଦରମା ବୃଦ୍ଧି, ସ୍ଥାୟୀ ନିଯୁକ୍ତି ଏବଂ ଅନ୍ୟାନ୍ୟ କର୍ମରତ ସମସ୍ୟା ଗୁଡିକୁ ଶୁଣିବା ସହିତ ଯଥାଶୀଘ୍ର ବିଭାଗୀୟ ଅଧିକାରୀ ମାନଙ୍କ ସାଙ୍ଗେ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରି ଯଥା ସମ୍ଭବ ସରକାରୀ ନିୟମ ଅନୁଯାୟୀ ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେବା ସହିତ ଜଣେ ସ୍ଵାସ୍ଥ୍ୟସେବକ ହୋଇ ମାନବିକତା ଏବଂ ସମାଜ ପ୍ରତି ନିଷ୍ଠାପରତା ରହିବା ଆବଶ୍ୟକତା ରହିଥିବା କୁହାଯାଇଛି । ସ୍ଵାସ୍ଥ୍ୟ ସେବାରେ ଅବହେଳା ତଥା ଧର୍ମଘଟକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୁହାଯିବା ସହିତ ଏ ସମସ୍ତ ବିଷୟକୁ ଦୂରେଇ ରହିଲେ ନିଶ୍ଚୟ ଠିକା କର୍ମଚାରୀଙ୍କ ସମସ୍ୟା ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ଯୁବନେତା ଏ.ସନ୍ତୋଷ ପାତ୍ର ଙ୍କ ସହିତ ବହୁ କର୍ମକର୍ତ୍ତା ଏବଂ ଅସ୍ଥାୟୀ କର୍ମଚାରୀ ସଂଙ୍ଘର କର୍ମକର୍ତ୍ତା ମାନ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫାଦ୍ରୀପଲି ଚର୍ଚ୍ଚରେ ମହାସମାରୋହରେ ପାଳିତ ହେଲା ମେରୀ ଖ୍ରୀଷ୍ଟମାସ

ଫାଦ୍ରୀପଲି ଚର୍ଚ୍ଚରେ ମହାସମାରୋହରେ ପାଳିତ ହେଲା ମେରୀ ଖ୍ରୀଷ୍ଟମାସ

Read More...

ମହାମାୟୀ ମହିଳା ମହାବିଦ୍ୟାଳୟରେ ନୂଆ-ଓ, ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

ମହାମାୟୀ ମହିଳା ମହାବିଦ୍ୟାଳୟରେ ନୂଆ-ଓ, ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: