ଗଜପତି ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ,ଜଣେ ଗିରଫ

December 28, 2023, ଓଡ଼ିଶା, ଗଜପତି, Rasmi Ranjan Sahu
ଗଜପତି ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ,ଜଣେ ଗିରଫ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
December 28, 2023

ପାରଳାଖେମୁଣ୍ଡି- ଗଜପତି ଜିଲା ପାରଳାଖେମୁଣ୍ଡି ଅବିକାର ବିଭାଗକୁ ମିଳିଛି ବଡ ଧରଣର ସଫଳତା । ଆଜି ସକାଳୁ ଗୋଟିଏ ଇଣ୍ଡିକା ମଞ୍ଜା କାରରେ ୫କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ନେଇ ଯାଉଥିବା ସମୟରେ ଗୋଶାଣୀ ବ୍ଲକ ଲିଙ୍ଗିପୁର ଗ୍ରାମ ନିକଟରେ ଧରିବାରେ ସକ୍ଷମ ହୋଇଛି ଆବିକାରୀ ବିଭାଗ । ଗତକାଲି ଠାରୁ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଗୋଟିଏ ଇଣ୍ଡିଗୋ ମଞ୍ଜା ଗାଡ଼ି ( ଓଆର ୦୨ ବିକ୍ୟୁ ୩୭୭୩) ଗଞ୍ଜେଇ ଚାଲାଣ ହେଉଥିବାର ନେଇ ସୂଚନା ପାଇବା ପରେ ଆବିକାରୀ ବିଭାଗ ୫ଟି ଟିମ ଗଠନ କରି ଆନ୍ଧ୍ରକୁ ଯାଉଥିବା ୫ଟି ରାସ୍ତାରେ ଛକି ବସିଥିଲେ ଅବକାରୀ ଟିମ । ଗାଡିକୁ ଅଟକାଇ ତଲାସ କରିବା ସମୟରେ ବିପୁଳ ପରିମାଣର ଗଞ୍ଜେଇ ବୋଝେଇ ହୋଇଥିବା ଦେଖିବାକୁ ମିଳିଥିଲା । ଗାଡ଼ି ଭିତରୁ ୫କୁଇଣ୍ଟାଲ ୨୯ କେଜି ଗଞ୍ଜେଇ ଓ ଇଣ୍ଡିଗୋ ଗାଡିସହ ଜଣକୁ ଗିରଫ କରିଛି ଗଜପତି ଜିଲ୍ଲା ଅବକାରୀ ବିଭାଗ । ଗିରଫ ବ୍ୟକ୍ତି ଜଣକ ମୋହନା ଅଞ୍ଚଳର ସସିକାନ୍ତ ନାୟକ । ଆନ୍ଧ୍ରକୁ ଚୋରା ଗଞ୍ଜେଇ ଚାଲାଣ ସମୟରେ ଅବକାରୀ ବିଭାଗ ହାତରେ ଧରାପଡିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ଏନେଇ ପାରଳାଖେମୁଣ୍ଡି ଅବକାରୀ ଥାନାରେ ୧୪୯/୨୩-୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଆଜି ପାରଳାଖେମୁଣ୍ଡି କୋର୍ଟ ହାଜର କରାଯିବ ବୋଲି ଅବକାରୀ ଅଧିକାରୀ ପ୍ରଭାତ କୁମାର ସେଠୀ ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି : ଖରିଫ ଧାନ ସଂଗ୍ରହ ନିମନ୍ତେ  ସଚେତନତା ରଥ ଶୁଭାରମ୍ଭ।

ପାରଳାଖେମୁଣ୍ଡି : ଖରିଫ ଧାନ ସଂଗ୍ରହ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ।

Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଗଜପତି ଜିଲାକୁ ନିମନ୍ତ୍ରଣ ପତ୍ର ପ୍ରଦାନ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଗଜପତି ଜିଲାକୁ ନିମନ୍ତ୍ରଣ ପତ୍ର ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: