ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଉଚ୍ଚଶିକ୍ଷା ନିମନ୍ତେ ୪ ଜଣଙ୍କୁ ଲାପଟପ ବଣ୍ଟନ

January 04, 2024, ଓଡ଼ିଶା, ଗଜପତି, Rasmi Ranjan Sahu
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଉଚ୍ଚଶିକ୍ଷା ନିମନ୍ତେ ୪ ଜଣଙ୍କୁ ଲାପଟପ ବଣ୍ଟନ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
January 04, 2024

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଉଚ୍ଚଶିକ୍ଷା ନିମନ୍ତେ ୪ ଜଣଙ୍କୁ ଲାପଟପ ବଣ୍ଟନ କରାଯାଇଛି । ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ଵାରା ମାଗଣା ଲାପଟପ ବଣ୍ଟନ କରାଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ୪ ଜଣ ଦୃଷ୍ଟିବାଧିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯଥା: ସିଦ୍ଧାନ୍ତ ଭୂୟାଁ, ଯୋଗେନ୍ଦ୍ର ଦତ୍ତ, ମନୋଜ କୁମାର ସାହୁ ଓ ସାବିତ୍ରୀ ବେହେରା ଙ୍କୁ ଉଚ୍ଚ ଶିକ୍ଷା ନିମନ୍ତେ ମାଗଣା ଲାପଟପ ଜିଲ୍ଲାପାଳଙ୍କ ଦ୍ୱାରା ବଣ୍ଟନ କରାଯାଇଥିଲା । ସମସ୍ତ ଛାତ୍ରଛାତ୍ରୀ ମାନେ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ କୃତଜ୍ଞତା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର କୁମାର ନାୟକ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁଙ୍କୁ ଆନ୍ତର୍ଜାତୀୟ ଉତ୍ସବରେ ସମ୍ମାନ

ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁଙ୍କୁ ଆନ୍ତର୍ଜାତୀୟ ଉତ୍ସବରେ ସମ୍ମାନ

Read More...

ଉତ୍କଳ ବାଳାଶ୍ରମର ଶିଶୁଙ୍କ ସହ ନୂତନ ବର୍ଷ ପାଳିଲେ ଗଜପତି ଜିଲ୍ଲାପାଳ

ଉତ୍କଳ ବାଳାଶ୍ରମର ଶିଶୁଙ୍କ ସହ ନୂତନ ବର୍ଷ ପାଳିଲେ ଗଜପତି ଜିଲ୍ଲାପାଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: