ଗଞ୍ଜାମ ଗସ୍ତରେ କେନ୍ଦ୍ର ମତ୍ସ୍ୟ ପଶୁ ଗୋପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା

January 07, 2024, ଦେଶଦୁନିଆ, ଗଞ୍ଜାମ, Santosh Kumar Mishra
ଗଞ୍ଜାମ ଗସ୍ତରେ କେନ୍ଦ୍ର ମତ୍ସ୍ୟ ପଶୁ ଗୋପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା
Santosh Kumar Mishra
[ Special Correspondent ]
Bhagyaprabha News Bureau
January 07, 2024

ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି କେନ୍ଦ୍ର ମତ୍ସ୍ୟ, ପଶୁ, ଗୋପାଳନ ଓ ଦୁଗ୍ଧ ବିକାଶ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା । କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଗଞ୍ଜାମ ଜିଲ୍ଲାରେ ପହଞ୍ଚି ସାଗର ପରିକ୍ରମା ପର୍ଯ୍ୟାୟ ୧୧ର ସମୀକ୍ଷା କରିଛନ୍ତି । ଆର୍ଯ୍ୟପଲ୍ଲୀ ଗାଁ ତଥା ଗୋପାଳପୁର ବନ୍ଦର ନିକଟରେ ରହିଥିବା ମତ୍ସ୍ୟ ଜେଟିରେ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଯୋଗ ଦେଇଥିଲେ । ବିଭିନ୍ନ ମତ୍ସ୍ୟଜୀବୀ ସଙ୍ଗଠନ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ମତ୍ସ୍ୟଜୀବୀ ମାନଙ୍କର ବିଭିନ୍ନ ସୁବିଧା ଓ ଅସୁବିଧାକୁ ନେଇ ଆଲୋଚନା କରିଥିଲେ । ବିଶେଷ କରି ମତ୍ସ୍ୟଜେଟି ଦୀର୍ଘ ୩୦ରୁ ଅଧିକ ବର୍ଷର ଜେଟି ରହିଥିବା ଯୋଗୁଁ ଏହାର ପୁନଃରୁଦ୍ଧାର ସହିତ ଜେଟିରେ ମତ୍ସ୍ୟଜୀବୀ ମାନଙ୍କ ନିମନ୍ତେ ଆନୁସଙ୍ଗିକ ବ୍ୟବସ୍ଥା କରିବା ନିମନ୍ତେ ମତ୍ସ୍ୟଜୀବୀ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ କହିଥିଲେ । ଏହାସହିତ ଫିସିଂ ହାରବର ଖୁବଶୀଘ୍ର ଜେଟ ନିକଟରେ ନିର୍ମାଣ କରିବା ନିମନ୍ତେ ଦାବି କରିଥିଲେ ମତ୍ସ୍ୟଜୀବୀ ମାନେ । ମତ୍ସ୍ୟଜୀବୀ ମାନଙ୍କର ଦାବିକୁ ପୂରଣ କରିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଏହାପରେ କିଛି ହିତାଧିକାରୀଙ୍କୁ କିଷାନ କ୍ରେଡ଼ିଟ୍ କାର୍ଡ଼ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସାଗର ପରିକ୍ରମା ମତ୍ସ୍ୟଜୀବୀ, ମତ୍ସ୍ୟ ଚାଷୀଙ୍କ ସମସ୍ୟାର ସମାଧାନ ଏବଂ ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା , କିଷାନ କ୍ରେଡ଼ିଟ୍‌ କାର୍ଡ଼ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଆର୍ଥିକ ଉନ୍ନତିରେ ସହଯୋଗ କରିଥାଏ । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ବିଭାଗର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ମତ୍ସ୍ୟଜୀବୀ ମାନେ ଉପସ୍ଥିତ ରହିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଣ ଗେଜେଟେଡ ବନସେବା ସଂଘ ର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

ଅଣ ଗେଜେଟେଡ ବନସେବା ସଂଘ ର ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

Read More...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମ୍ପର୍କିତ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବା ନେଇ  ଗୁରୁତ୍ୱ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମ୍ପର୍କିତ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବା ନେଇ ଗୁରୁତ୍ୱ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: