ଧାନ କିଣାରେ ଅନିୟମିତତା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅଭିଯୋଗ

January 08, 2024, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଧାନ କିଣାରେ ଅନିୟମିତତା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅଭିଯୋଗ
Santosh Kumar Mishra
[ Special Correspondent ]
Bhagyaprabha News Bureau
January 08, 2024

ବାଘଳା ପଂଚାୟତରେ ଚାଷୀ ମାନଙ୍କ ଠାରୁ ଧାନ କିଣାରେ ଅନିୟମିତତା ଅଭିଯୋଗ ହୋଇଛି । ଚାଷୀଙ୍କ ଠାରୁ ୧୦୦ କି.ଗ୍ରା ଧାନ କିଣି ୭୭ କି.ଗ୍ରା ଧାନ ବାବଦରେ ଟଙ୍କା ମିଲର ମାନେ ଦେବାକୁ ରାଜି ହେଉଛନ୍ତି । ଏହି କଟନି ଛଟନି କୁ ଚାଷୀମାନେ ତୀବ୍ର ବିରୋଧ କରିଛନ୍ତି । ଏନେଇ ଚାଷୀମାନେ କ୍ଷତି ସହିବେ ବୋଲି କୁହାଯାଇଛିା ଏନେଇ ବାଘଳା ର ମା ବାଙ୍କେଶ୍ୱରୀ ମହିଳା ଆତ୍ମ ସହାୟକ ସଂଘର ସଦସ୍ୟା ଓ ଚାଷୀମାନେ ସୋମବାର ଛତ୍ରପୁର ଆସି ଜିଲାପାଳଙ୍କୁ ଏସମ୍ପର୍କରେ ଅଭିଯୋଗ କରିଛନ୍ତି । ଏଥିସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏମାନଙ୍କ କହିବାନୁଯାୟୀ ବାଘଳା ଗ୍ରାମପଂଚାୟତ କାର୍ଯ୍ୟାଳୟରେ ୬ ତାରିଖରେ ଧାନ କିଣା ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମା ବାଙ୍କେଶ୍ୱରୀ ମହିଳା ଆତ୍ମ ସହାୟକ ସଂଘର ସଭାନେତ୍ରୀ, ସମ୍ପାଦିକା, ଧାନ କିଣା କମିଟି, ୨୫୦ ଜଣ ଚାଷୀ ଯୋଗଦେଇଥିଲେ । ଏଥିସହ ୩ ଜଣ ମିଲର ମଧ୍ୟ ଉପସ୍ଥିତ ଥିଲେ । ୧୦୦ କି.ଗ୍ରା ଧାନ ନେଇ ୭୭ କି.ଗ୍ରା ଧାନ ର ଟଙ୍କା ଦିଆଯିବ ବୋଲି ମିଲର ମାନେ କହିଥିଲେ । ଏଥିସହ ଅଖା ବାବ ଦରେ ଟଙ୍କା ଦେବାକୁ ମିଲର ମାନେ ମନା କରିଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ମିତ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦଘାଟିତ

ପାରଳାଖେମୁଣ୍ଡି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ମିତ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦଘାଟିତ

Read More...

ଛତ୍ରପୁର : ନୂଆ ଓ ଯୁବ ଓଡିଶା ଜିଲ୍ଲା ସ୍ତରୀୟ କ୍ରୀଡା  ପ୍ରତିଯୋଗିତା ଉଦଘାଟିତ

ଛତ୍ରପୁର : ନୂଆ ଓ ଯୁବ ଓଡିଶା ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: