ସାଉଦି ଆରବରେ ଯୁବେଲ ସିଟି ଠାରେ ଇଂରାଜୀ ନୂତନ ବର୍ଷ ପାଳନ କଲେ ପ୍ରବାସୀ ଓଡ଼ିଆ

January 09, 2024, ଦେଶଦୁନିଆ, , BHAGYAPRABHA NEWS
ସାଉଦି ଆରବରେ ଯୁବେଲ ସିଟି ଠାରେ ଇଂରାଜୀ ନୂତନ ବର୍ଷ ପାଳନ କଲେ ପ୍ରବାସୀ ଓଡ଼ିଆ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 09, 2024

ସାଉଦି ଆରବ -ସାଉଦି ଆରବରେ ଯୁବେଲ ସିଟି ଠାରେ ଇଂରାଜୀ ନୂତନ ବର୍ଷ ପାଳନ କଲେ ପ୍ରବାସୀ ଓଡ଼ିଆ । ଦରିଆ ପରିରେ ରହୁଥିବା ଏହି ପ୍ରବାସୀ ଓଡ଼ିଆ ସଂଗଠନ "ଉତ୍କଳିକା" ଇଂରାଜୀ ନବ ବର୍ଷକୁ ବହୁ ଆଡମ୍ବର ସହ ପାଳନ କରିଛନ୍ତି। ସଙ୍ଗଠନର ସଭାପତି ଜୟନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଓଡିଆ ମାନେ ବିଦେଶରେ ଏକତ୍ରିତ ହୋଇ ନୂତନ ବର୍ଷର ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଶତାଧିକ ପ୍ରବାସୀ ଓଡ଼ିଆ ବିଶ୍ଵର ମଙ୍ଗଳ କାମନା କରିବା ସହିତ ଏହି ଅବସରରେ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପରସ୍ପର କୁ ନୁଆ ବର୍ଷର ଶୁଭେଚ୍ଛା ଜଣାଇ ଛୋଟ ପିଲାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଓଡ଼ିଆ ମାନେ ଡିଜେର ତାଳେ ତାଳେ ଓଡ଼ିଆ ଗୀତରେ ନାଚିବା ସହ ସ୍ୱତନ୍ତ୍ର ଖାଦ୍ୟ ପେୟର କରିଥିଲେ ଆୟୋଜନ । ଏହି କାର୍ଯ୍ୟକ୍ରମରେ ଏହାର ଉପଦେଷ୍ଟା ଅଜୟ ଦାସ ଓ ସାଂସ୍କୃତିକ ସଂପାଦକ ମୁସ୍ତାଫା ବେଗ୍ ଯୋଗ ଦେଇ ସମସ୍ତ ପ୍ରତିଯୋଗିତାର ବିଜେତା ମାନଙ୍କୁ ଉପହାର ପ୍ରଦାନ କରିବା ସହ ଏହି ନୂତନ ବର୍ଷ ସମସ୍ତଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ଏବଂ ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି କାମନା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଞ୍ଜାମ ଜିଲ୍ଲାସ୍ତରୀୟ ଏକ ଦିବସୀୟ ଲୋକକଳା କର୍ମଶାଳା

ଗଞ୍ଜାମ ଜିଲ୍ଲାସ୍ତରୀୟ ଏକ ଦିବସୀୟ ଲୋକକଳା କର୍ମଶାଳା

Read More...

 ଗଜପତି ଜିଲ୍ଲା : ମହିଳା ମାନଙ୍କ ପାଇଁ ଆଇନଗତ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି ଜିଲ୍ଲା : ମହିଳା ମାନଙ୍କ ପାଇଁ ଆଇନଗତ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: