ସଭାରେ ଧମକ ଦେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

April 05, 2019, ରାଜନୀତି, , Bhagyaprabha News Bureau
ସଭାରେ ଧମକ ଦେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ
Bhagyaprabha News Bureau
April 05, 2019

ନିର୍ବାଚନୀ ସଭାରେ ଗ୍ରାମବାସୀଙ୍କୁ ମନ୍ତ୍ରୀ ତଥା ସୋନପୁରର ବିଜେଡି ପ୍ରାର୍ଥୀ ନିରଞ୍ଜନ ପୂଜାରୀ ଧମକାଇ ଥିବା ଅଭିଯୋଗ ହୋଇଛି। ମନ୍ତ୍ରୀ ସଭା ମଝିରେ ଜଣେ ବ୍ୟକ୍ତିଙ୍କୁ ଧମକ ଦେଉଥିବାର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କର୍ଲାଜୁରୀ ଗାଁରେ ଏକ ସଭା ହୋଇଥିଲା। ଏଥିରେ ଯୋଗ ଦେଇଥିଲେ ନିରଞ୍ଜନ। ସେ ଭାଷଣ ଦେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଜୋରରେ କିଛି କହିଥିଲେ। ଯାହାକୁ ନେଇ ନିରଞ୍ଜନ ଭୀଷଣ ରାଗିଯିବା ସହ ତାଙ୍କୁ ଧମକ ଚମକ ଦେବାକୁ ପଛାଇ ନଥିଲେ। ଉକ୍ତ ବ୍ୟକ୍ତିଙ୍କୁ ସେ ସଭା ଭଣ୍ଡୁର ଉଦ୍ୟମ କରୁଥିବା କହିବା ସହ ତାଙ୍କ ଶକ୍ତି ପ୍ରଦର୍ଶନ କଲେ ପରିସ୍ଥିତି ଠିକ୍ ହେବ ନାହିଁ ବୋଲି କହିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫିଲ୍ମି ପରଦାରୁ ଗୁଗୁଲ୍ ଇଣ୍ଡିଆର ମୁଖ୍ୟ

ଫିଲ୍ମି ପରଦାରୁ ଗୁଗୁଲ୍ ଇଣ୍ଡିଆର ମୁଖ୍ୟ

Read More...

ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ନିଯୁକ୍ତ

ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ନିଯୁକ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: