ଗଞ୍ଜାମ- କୁକୁଡାଖଣ୍ଡି ବ୍ଳକ କଳା ଓ ସଂସ୍କୃତି ସଂଘର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

January 19, 2024, ଓଡ଼ିଶା, ଗଞ୍ଜାମ, Sri Jaganath Tripathy
ଗଞ୍ଜାମ- କୁକୁଡାଖଣ୍ଡି ବ୍ଳକ କଳା ଓ ସଂସ୍କୃତି ସଂଘର ପ୍ରଶିକ୍ଷଣ କାର୍ଯ୍ୟକ୍ରମ
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
January 19, 2024

ଗଞ୍ଜାମ -କୁକୁଡାଖଣ୍ଡି ବ୍ଳକ କଳା ଓ ସଂସ୍କୃତି ସଂଘର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ବାବୁଲା ଭୂୟାଁ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ସଂଘ ସଭାପତି ତଥା ବିଡିଓ ଡଃ ପଲ୍ଲବୀ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ପ୍ରଶିକ୍ଷଣ ତାଲିମଦାତା ଭାବେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ ଯୋଗ ଦେଇ ଉପସ୍ଥିତ କଳାକାରମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ରାଜ୍ୟ ସରକାରଙ୍କ ବହୁ ଜନକଲ୍ୟାଣ ଯୋଜନା ଗୁଡିକ ଯଥା ମମତା,ଜୀବିକାମିଶନଶକ୍ତି,୫ଟି ରୁପାନ୍ତିକରଣ ଉଚ୍ଚବିଦ୍ୟାଳୟ ଭଳି ବିଭିନ୍ନ ଯୋଜନା ଗୁଡିକର ସଫଳ ରୁପାୟନ ନେଇ ଭାରତ ଲୀଳା, ଦାସକାଠିଆ,ସଖୀନାଚ, ଘଣ୍ଟସ୍ଥଳୀ, ତେଲୁଗୁ ସଂସ୍କୃତି ପାଲା ମାଧ୍ୟମରେ ପରିବେଷଣ କରିବା ଲାଗି ପରାମର୍ଶ ଦିଆଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମ କୁକୁଡ଼ାଖଣ୍ଡି ବ୍ଳକର କାର୍ଯ୍ୟକ୍ରମ ସହ ଅଧିକାରୀ ଅନିଲ କୁମାର ସାହୁ ସହଯୋଗ କରିଥିଲେ। ଏଥିରେ ବରିଷ୍ଠ ଦାସକାଠିଆ କଳାକାର ପଞ୍ଚାନନ ଦାସ, ଇଶ୍ଵର ଗୋଉଡ, ପୂର୍ଣଚନ୍ଦ୍ର ନାୟକ,ଟି ତ୍ରିନାଥ ପାତ୍ର,କେ ରାମଚନ୍ଦ୍ର ପ୍ରଭୃତି ଉପସ୍ଥିତ ରହିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଦ୍ୟାଳୟରେ ମୋ କଥା ମୋ କାହାଣୀ ଶୀର୍ଷକ ପ୍ରଦର୍ଶନୀ

ବିଦ୍ୟାଳୟରେ ମୋ କଥା ମୋ କାହାଣୀ ଶୀର୍ଷକ ପ୍ରଦର୍ଶନୀ

Read More...

ଛତ୍ରପୁର  ଡିଏଭି ପବ୍ଲିକ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଛତ୍ରପୁର ଡିଏଭି ପବ୍ଲିକ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: