ଅର୍ବାନ ବ୍ୟାଙ୍କସଭାପତି ଆର୍ ମୁରଲୀ ମୋହନ ଜନ୍ମଦିନ ନିଆରା ଢଙ୍ଗରେ ହେଲା ପାଳନ

January 21, 2024, ଓଡ଼ିଶା, ଗଞ୍ଜାମ, Gouri Shankar Mishra
 ଅର୍ବାନ ବ୍ୟାଙ୍କସଭାପତି ଆର୍ ମୁରଲୀ ମୋହନ ଜନ୍ମଦିନ ନିଆରା ଢଙ୍ଗରେ ହେଲା ପାଳନ
Gouri Shankar Mishra
[ Video Journalist ]
Bhagyaprabha News Bureau
January 21, 2024

ବ୍ରହ୍ମପୁର- ବ୍ରହ୍ମପୁର ମହାନଗର ନିମଗର ପୂର୍ବତନ କର୍ପୋରେଟର ତଥା ଅର୍ବାନ ବ୍ୟାଙ୍କ ସଭାପତି ଆର୍ ମୁରଲୀ ମୋହନ ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି ରାଧାକୃଷ୍ନ ବଣିକ ସଂଘ , ଫ୍ରେଣ୍ଡ୍ସ ଫୋରେଭର୍ ତଥା ୧୫ ନମ୍ବର ୱାର୍ଡ ର ଅଞ୍ଚଳ ବସୀ ପକ୍ଷରୁ ରକ୍ତ ଦାନ ସହ ମାଗଣା ସ୍ୱାସ୍ଥ୍ୟ ଶିବିର ସହ ଚକ୍ଷୁ ପରୀକ୍ଷା ଶିବିର ମଧ୍ୟ ଆୟୋଜିତ କରାଯାଇଥିଲା।ତୁଳସୀ ନଗର ଅଚଂଳବାସୀ,ଜୀବନ ବିନ୍ଦୁ ଓ ରେଡକ୍ରସ ରକ୍ତ ଭଣ୍ଡାର ମିଳିତ ଆନୁକୂଲ୍ୟରେ ଜନ୍ମ ଦିନ କୁ ସ୍କରଣୀୟ କରିବା ପାଇଁ ଅନୁଷ୍ଠିତ ହୋଇଥିଲା ମେଗା ରକ୍ତ ଦାନ ଶିବିର ।ସକାଳ 8 ରୁ ସଂଧ୍ୟା 6 ଟା ପର୍ଯ୍ୟନ୍ତ ଅନୁଷ୍ଠିତ ରକ୍ତ ଦାନ ଶିବିରରେ ୪୦୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ବେଳେ ୫୦୦ ରୁ ଉର୍ଦ୍ଧ ଜଣଙ୍କୁ ରକ୍ତ ଚାପ ଓ ମଧୁମେୟ ପରୀକ୍ଷା କରିବା ସହ ମାଗଣା ମେଡିସିନ ବଣ୍ଟନ କରାଯାଇଥିଲା। ଏଥିରେ ସମସ୍ତ ପ୍ରକାର ଚକ୍ଷୁ ର ପରୀକ୍ଷା ନିଃଶୁଳ୍କ କରାଗଲା। ମୋଟ ୧୨୬ ଜଣଙ୍କର ଚକ୍ଷୁ ପରୀକ୍ଷା କରଗଲା। ମୋଟ ୧୪ ଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଗଲା ଓ ୧୪ ଜଣ ଙ୍କୁ ଅସ୍ତ୍ର ପଚାର ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ହସ୍ପିଟାଲ୍ କୁ ଯିବେ. ୧୧ ଜଣ ଙ୍କର ରେଟିନା ଚେକ ଅପ କରଗଲା. । ଏହି କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ମହାନଗର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ଇ ବିବେକ ରେଡ୍ଡୀ,ବରିଷ୍ଟ ବିଜେଡି ଭୀମସେନ ଦଳାଇ,ସମାଜସେବୀ ଅରକ୍ଷିତ ଜେନା,ମୁରଲୀ ମୋହନ ଙ୍କ ମା ଆର୍ ସାବିତ୍ରୀ, ବ୍ରହ୍ମପୁର ମହାନଗର ସମସ୍ତ କର୍ପୋରେଟର ଏବଂ ବରିଷ୍ଠ ବିଜେଡି ନେତା ମାନେ ଯୋଗ ଦାନ ଦେଇଥିଲେ। ମୁରଲୀ ଖାଲା ସାହି ସ୍ଥିତ ବାଲା ଆଶ୍ରମରେ ଖାଇବା ମିଷ୍ଟାନ ବଣ୍ଟନ କରାଯାଇଥିଲା। ସେଇପରି ଅନୁଷୟା ବିହାର ରେ ଥିବା ବୃଦ୍ଧା ଆଶ୍ରମ ଯାଇ ଜନ୍ମଦିନକୁ ଏକ ନିହରା ରୂପେ ପାଳନ କରିବା ସହ ଆଶ୍ରମରେ ବୃଦ୍ଧା ମା ଓ ବାପା ମାନେ ମୁରଲୀଙ୍କୁ ପୁଅ ବୋଲି ସମ୍ବର୍ଦ୍ଧିତ କରି ଆଶୀର୍ବାଦ ପ୍ରଦାନ କରିଥିଲେ।ସେହିପରି ଅନ୍ଧ ପସରାରେ ଥିବା ଅନ୍ଧ ସ୍କୁଲ ଯାଇ ପିଲା ମାନଙ୍କୁ ମିଷ୍ଟନ ବଣ୍ଟନ କରିଥିଲେ। ସେହି ପରି ନିଜ ୱାର୍ଡ ବିଭିନ୍ନ ସାହିରେ କେକ କାଟି ଜନ୍ମଦିନ କୁ ୱାର୍ଡ ବାସି ମାନେ ଏକ ପର୍ବ ରୂପେ ଦୁମ୍ ଧାମ ପାଲନ କରିଥିଲେ।ମେଡିକାଲ ପରିସରରେ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ । ଉକ୍ତ କାର୍ଯ୍ୟକ୍ରମକୁ ରାଧାକୃଷ୍ନ ବଣିକ ସଂଘର ଓ ଫ୍ରେଣ୍ଡସ ଫୋରେଭର ୧୫ ନମ୍ବର ୱାର୍ଡ ର ଜନସାଧାରଣ ସହଯୋଗରେ ହୋଇଥିଲା। ଅର୍ବାନ ବ୍ୟାଙ୍କର ସମସ୍ତ ନିର୍ଦେଶକ ଓ କର୍ମକର୍ତ୍ତା ଶୁଭେଛା ଜଣେଇବା ସହ ସମ୍ବର୍ଧିତ କରାଯାଇଥିଲା। ଏହି କର୍ମକର୍ତ୍ତା ମନୋଜ କୁମାର ସାହୁ,ତିରୁପତି ସୁବୁଦ୍ଧି, ଶ୍ରୀ କାନ୍ତ ପାଣିଗ୍ରାହୀ,ପନ୍ଚାନନ ରାଉତ,ସନ୍ତୋଷ ଦଳାଇ, ସନ୍ତୋଷ ସୁବୁଦ୍ଧି,ରମେଶ ନାୟକ, ମନୋରଞ୍ଜନ ପଟ୍ଟନାୟକ, ସୀମାଞ୍ଚଳ ପଣ୍ଡା ସରୋଜ ଦାସ,ସୁଶୀଳ ସେନାପତି, ଶ୍ରୀନିବାସ ରାଓ,କାଳୀଚଣର ତ୍ରିପାଠୀ, ବାବୁ ପଟ୍ଟନାୟକ, ବାବୁଜୀ ସାହୁ, ରାଜୁ ବେହେରା,ବଦ୍ରି ପଣ୍ଡା ସହଯୋଗ କରିଥିଲେ ।ମୁକୁନ୍ଦ ଗୌଡ, ଏମ୍ ରବି କୁମାର, ପ୍ରଶନ୍ନ ଗନ୍ତାୟତ,ଆର୍ କ୍ରୀଷ୍ଣା ରେଡ୍ଡି, ଟୁନା ମହାରଣା, ଅଭିନ ସୁନ୍ଦର ବେହେରା, ଅରୁଣ କୁମାର ଗରୁଡ,ଦିଲ୍ଲୀପ ପାତ୍ର,ମିର୍ଜା ଜାୱେଦ ବେଗ, ମୁନ୍ନା ରେଡ୍ଡି, ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁରଲୀଙ୍କ ପରିବାରର ମା ଆର୍ ସାବିତ୍ରୀ, ପତ୍ନୀ ଆର୍ ପାଭନୀ, ଭାଇଆର୍ ରବି ପ୍ରସାଦ, ଆର୍ କିରଣ,ଆର୍ ଲଳିତା, ଆର୍ ପଦ୍ମା, ଆର୍ ବିମଳା, ଆର୍ ଚିନ୍ମୟୀ, ବଂଶୀ, ପ୍ରଣବୀ, ହନି, ମୋହିତ, ଲକି, ନିଖିଲ, ମିନାକ୍ଷୀ, ମାନ୍ୟଶ୍ରୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ସ୍ୱାଗତ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ୟାରେଡ୍ ଅଭ୍ୟାସ

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ୟାରେଡ୍ ଅଭ୍ୟାସ

Read More...

ସର୍ବଭାରତୀୟ ସ୍ତରୀୟ ସୁନ୍ଦରୀ ସମ୍ମାନ ପାଇଲେ ବ୍ରହ୍ମପୁରର ଇଶାଙ୍କା ସାହୁ

ସର୍ବଭାରତୀୟ ସ୍ତରୀୟ ସୁନ୍ଦରୀ ସମ୍ମାନ ପାଇଲେ ବ୍ରହ୍ମପୁରର ଇଶାଙ୍କା ସାହୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: