ଲକ୍ଷ୍ମୀପୁର ଠାରେ ପାଳିତ ହେଲା ୭୫ ତମ ସାଧାରଣତନ୍ତ୍ର ଦିବସ

January 26, 2024, ଓଡ଼ିଶା, କୋରାପୁଟ, SANJAY KUMAR KANDHAPANI
ଲକ୍ଷ୍ମୀପୁର ଠାରେ ପାଳିତ ହେଲା  ୭୫ ତମ ସାଧାରଣତନ୍ତ୍ର ଦିବସ
SANJAY KUMAR KANDHAPANI
[ REPORTER-LAXMIPUR,KORAPUT ]
Bhagyaprabha News Bureau
January 26, 2024

କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଠାରେ ଥିବା ଆମ୍ବେଦକର ଛକଠାରେ ବଣିକ ସଂଗଠନ ଦ୍ଵାରା ୭୫ ତମ ସାଧାରଣତନ୍ତ୍ର ଦିବସ ଧୁମ୍ ଧାମରେ ପାଳିତ ହୋଇଯାଇଛି । ଏଥିରେ ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚିନାରାୟଣ ଜଗତ୍ , ଥାନା ଅଧିକାରୀ ସୁଜ୍ଞାନୀ ସାହୁ ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସ ପାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ସାଙ୍ଗାନ୍ନା ଉଚ୍ଚ ବିଦ୍ୟାଳୟର ଏବଂ ସିଦ୍ଧେଶ୍ୱରୀ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ ପେରୋଡରେ ଅଂଶଗ୍ରହଣ କରିଥିଲେ। ସିଦ୍ଧେଶ୍ୱରୀ ପବ୍ଲିକ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସ୍ଵାଧୀନତା ସଂଗ୍ରାମୀଙ୍କ ବେଶ ପୋଷାକରେ ସଜେଇ ହୋଇଥିବା ଦେଖିବାକୁ ମିଳିଥିଲା।ଲକ୍ଷ୍ମୀପୁର ବଣିକ ସଂଘ ସଭାପତି ମନୋଜ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଲକ୍ଷ୍ମୀପୁର ଏସଡିପିଓ ବିରଞ୍ଚିନାରାୟଣ ଜଗତ୍ ତାଙ୍କ ଅଭିଭାଷଣରେ ଭାରତ ୧୯୪୭ ମସିହା ସ୍ଵାଧୀନ ହେଲା କିନ୍ତୁ ତାକୁ ସମ୍ବିଧାନରେ ପ୍ରଣୟତ ଜାନୁଆରୀ ୨୬ ୧୯୫୦ ମସିହାରେ ଡ଼ଃ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଦ୍ଵାରା ସମ୍ବିଧାନ ଲେଖା ଯାଇଥିଲା। ଉକ୍ତ ଦିନଟିକୁ ମନେ ପକାଇବାପାଇଁ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ ସାରା ଭାରତ ବର୍ଷରେ ବୋଳି କହିଥିଲେ। ଶେଷରେ ଉପସ୍ଥିତଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାଧାରଣତନ୍ତ୍ର ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ' ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୪'

ସାଧାରଣତନ୍ତ୍ର ଦିବସ ଅବସରରେ କ୍ରାନ୍ତି ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ' ମେରୀ ଜାନ୍ ହିନ୍ଦୁସ୍ତାନ-୨୦୨୪'

Read More...

ଗଜପତି ଜିଲ୍ଲାରେ ନୂଆ-ଓ ଏବଂ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି ଜିଲ୍ଲାରେ ନୂଆ-ଓ ଏବଂ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: