ଧାନକିଣାରେ ଅବ୍ୟବସ୍ଥା ଓ କଟନୀ ଛଟନୀରେ ସିବିଆଇ ତଦନ୍ତ ଦାବୀ କଲା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା

January 29, 2024, ରାଜନୀତି, ଗଞ୍ଜାମ, Santosh Kumar Mishra
ଧାନକିଣାରେ ଅବ୍ୟବସ୍ଥା ଓ କଟନୀ ଛଟନୀରେ ସିବିଆଇ ତଦନ୍ତ ଦାବୀ କଲା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା
Santosh Kumar Mishra
[ Special Correspondent ]
Bhagyaprabha News Bureau
January 29, 2024

ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ଓ କଟନୀ ଛଟନୀ ବାବଦରେ ସିବିଆଇ ତଦନ୍ତ ଦାବୀ ନେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶାରେ ଧାନକିନାରେ ବ୍ୟାପକ ଅବ୍ୟବସ୍ଥା ଓ କଟନୀ ଛଟନୀ ବାବଦରେ ସିବିଆଇ ତଦନ୍ତ ଦାବୀ ନେଇ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଂଯୋଜକ ଉତ୍ତମ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଛତ୍ରପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଓଡ଼ିଶାର ପ୍ରତ୍ୟକ ଜିଲ୍ଲାରେ ଚଳିତ ଖରିଫ ଋତୁରେ ଧାନ କିଣା କାରବାରରେ ବ୍ୟାପକଭାବେ ଦୁର୍ନୀତି ଓ ଅବ୍ୟବସ୍ଥା ଦେଖା ଦେଇଛି । ମିଲର, ଶାସକ ଦଳର ନେତା ଓ ପ୍ରଶାସନିକ କଳମାନଙ୍କର ଅତ୍ୟଧିକ ଚାଷୀମାରଣ ନୀତି ଯୋଗୁଁ ଚାଷୀ ଆଜି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି ।ଧାନମଣ୍ଡି ମାନଙ୍କରେ କିଣାଯାଉଥୁବା ଧାନ କ୍ରିଣ୍ଟାଲପ୍ରତି ୫ କିଲୋରୁ ୧୦ କିଲୋ ପର୍ଯ୍ୟନ୍ତ କଟନୀ ଛଟନୀ କରାଯାଉଛି । ତତ୍‌ସହିତ ଚାଷୀକୁ ବସ୍ତା ଏବଂ ସୁତୁଲି ଦିଆଯାଉନାହିଁ । ଧାନ ମଣ୍ଡିରେ ଧାନ ଓଜନ କରିବା ଓ ଅନ୍‌ଲୋଡିଙ୍ଗ କରିବା ନାମରେ ଦ୍ବିଣ୍ଟାଲ ପ୍ରତି ୧୦ ଟଙ୍କା ଲେଖାଏ ଚାଷୀଠାରୁ ଆଦାୟ କରାଯାଉଛି । ଓଡ଼ିଶାର ୯୮ ଭାଗ ଧାନ ମଣ୍ଡିର ଭିତ୍ତିଭୂମି ନାହିଁ ।ଧାନକୁ ସୁରକ୍ଷିତ ରଖୁବା ପାଇଁ ଗୋଦାମ ଘର ନାହିଁ, ପାଚେରୀ ନାହିଁ, ଚାଷୀ ବିଶ୍ରାମ ନେବାପାଇଁ ବିଶ୍ରାମ ଘର ନାହିଁ । ଶୌଚ ହେବା ପାଇଁ ପାଇଖାନା ନାହିଁ ଓ ପିଇବା ପାଣିର ବ୍ୟବସ୍ଥା ମଧ୍ଯ ନାହିଁ ।ଏଣୁ ସାମ୍ବିଧାନିକ ମୁଖ୍ୟ ହିସାବରେ ସାମ୍ବିଧାନିକ କ୍ଷମତା ପ୍ରୟୋଗକରି ଚାଷୀମାନଙ୍କର ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ପଦକ୍ଷେପ ନେବାକୁ ଏବଂ ଉପରୋକ୍ତ ଦୁର୍ନୀତିର ସିବିଆଇ ତଦନ୍ତ କରାଇବାକୁ ଦାବୀ କରିଛନ୍ତି ଏହି ପ୍ରତିନିଧି ଦଳ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ରଞ୍ଜନ କୁମାର ଦାସ  ଦାୟିତ୍ବ ଗ୍ରହଣ

ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଭାବେ ରଞ୍ଜନ କୁମାର ଦାସ ଦାୟିତ୍ବ ଗ୍ରହଣ

Read More...

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: