କୁକୁଡ଼ାଖଣ୍ଡି ଠାରେ ଆୟୋଜିତ ହେଲା ପ୍ରଥମ ବିଶ୍ୱ ଓଡ଼ିଶା ଭାଷା ସମ୍ମିଳନୀ

February 05, 2024, ଓଡ଼ିଶା, ଗଞ୍ଜାମ, Sri Jaganath Tripathy
କୁକୁଡ଼ାଖଣ୍ଡି ଠାରେ ଆୟୋଜିତ ହେଲା  ପ୍ରଥମ ବିଶ୍ୱ ଓଡ଼ିଶା ଭାଷା ସମ୍ମିଳନୀ
Sri Jaganath Tripathy
[ District Reporter, Ganjam ]
Bhagyaprabha News Bureau
February 05, 2024

ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ପଞ୍ଚାୟତ ସମିତି ଆନୁକୂଲ୍ୟରେ ପ୍ରଥମ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳର ବହୁ ସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଭୁବନେଶ୍ଵର ଜନତା ମଇଦାନରେ ଠାରେ ଅନୁଷ୍ଠିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ , ସାହିତ୍ୟିକ ଓ ଭାଷାବିତଙ୍କ ଅଭିଭାଷଣର ସିଧାସଳଖ ପ୍ରସାରଣକୁ ବଡ଼ ପରଦାରେ ପ୍ରଦର୍ଶନ ଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ଓ ପୁସ୍ତକ ପ୍ରଦର୍ଶନୀକୁ ବ୍ଳକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିବା ବେଳେ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼.ପଲ୍ଲବୀ ସ୍ୱାଇଁ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କିତ ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ଭାବେ ଲାଠୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଡ଼. ବୃଷକେତୁ ଦାଶ, ଅନ୍ୟତମ ଅତିଥି ଭାବେ ସାହିତ୍ୟିକ ଗୋକୁଳ କୃଷ୍ଣ ପଣ୍ଡା, ଦୀପିକା ଦାଶ, ସ୍ଵର୍ଣ୍ଣମୟୀ ପାଢ଼ୀ, ସୁଶାନ୍ତ କର, ଶିବରାମ ମହାଙ୍କୁଡ଼, ପି.କେଶବ, ଡ଼.ସନାତନ ପ୍ରଧାନ, ଭଗବାନ ତ୍ରିପାଠୀ, ଶତ୍ରୁଘ୍ନ ମହାରଣା, କେ. ମଣିବାବୁ, କ୍ଷଣପ୍ରଭା ଶତପଥୀ, ପୂର୍ଣଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସ୍ଵରିଚିତ କବିତା ପାଠ ହୋଇଥିଲେ। ବିଭିନ୍ନ ଲେଖଙ୍କ ଦ୍ଵାରା ପ୍ରକାଶିତ ବିଭି ବିଭିନ୍ନ ପୁସ୍ତକର ପ୍ରଦର୍ଶନୀକୁ ବେଶ ଆକର୍ଷଣୀୟ ହୋଇପାରିଥିଲା । ପ୍ରାରମ୍ଭରେ ରାଜ୍ୟ ସଙ୍ଗୀତ 'ବନ୍ଦେ ଉତ୍କ ଉତ୍କଳ ଜନନୀ ' ଗାନ କରାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଜିପିଓ ସୁପ୍ରଭା ସାହୁ, ଆକାଉଟାଣ୍ଟ ସୀମାଞ୍ଚଳ ମସ୍ତି, ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, ଏଇଇ ଅନୁରାଗ ରଥ, ବିଇଓ ସନ୍ତୋଷ ମହାପାତ୍ର, ସିଡ଼ିପିଓ କୁସୁମ କୁମାରୀ ସାହୁ, ଯୋଗାଣ ଅଧିକାରୀ ଧିରେନ ସାହୁଙ୍କ ସମେତ ବ୍ଳକର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ପ୍ରମୁଖ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଞ୍ଚିବାର ଅଧିକାର ପ୍ରଦାନ ଦାବୀରେ ଆସନ୍ତା ୧୬ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ

ବଞ୍ଚିବାର ଅଧିକାର ପ୍ରଦାନ ଦାବୀରେ ଆସନ୍ତା ୧୬ ଧର୍ମଘଟକୁ ସଫଳ କରିବାକୁ ଆହ୍ୱାନ

Read More...

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ

ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: