ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ,ଗଞ୍ଜାମ ଶାଖାର ସାଙ୍ଗଠନିକ ବୈଠକ

February 12, 2024, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ,ଗଞ୍ଜାମ ଶାଖାର ସାଙ୍ଗଠନିକ ବୈଠକ
Gouri Shankar Mishra
[ Video Journalist ]
Bhagyaprabha News Bureau
February 12, 2024

ବ୍ରହ୍ମପୁର -ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଗଞ୍ଜାମ ଶାଖାର ଆନୁକୁଲ୍ୟରେ କୋର୍ଟପେଟା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଏକ ଜିଲ୍ଲା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଉପଦେଷ୍ଟା ପଣ୍ଡିତ ଶ୍ରୀ ଗୋପାଳ କୃଷ୍ଣ ପାଢ଼ୀଙ୍କ ପୌରହିତ୍ୟରେ ଜିଲ୍ଲା ସଭାପତି ପଣ୍ଡିତ ଶ୍ରୀ ପ୍ରମୋଦ କୁମାର ବାଜୁବନ୍ଧଙ୍କ ସଂଯୋଜନାରେ ସାଙ୍ଗଠନିକ ଆଲୋଚନା କରାଯାଇଥିଲା। ତତ୍ ସହିତ ପୁନର୍ଗଠିତ ଜିଲ୍ଲା ସଙ୍ଗଠନକୁ ବିସ୍ତାର କରିବା ପାଇଁ ସମ୍ପାଦକ ଓ ସଭାପତିଙ୍କୁ ଦାୟିତ୍ଵ ଅର୍ପଣ କରାଯାଇଥିଲା। ପ୍ରାକ୍ତନ ସଭାପତି ପଣ୍ଡିତ ଶ୍ରୀ ସୀମାଞ୍ଚଳ ତ୍ରିପାଠୀ ବ୍ଳକ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ସଙ୍ଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟ ଯୁଗ୍ମ ସମ୍ପାଦକ ପଣ୍ଡିତ ଶ୍ରୀ ବିନାୟକ ତ୍ରୀପାଠୀ କ୍ୟାଡ଼ର ସମସ୍ୟାର ଅଗ୍ରଗତି ସମ୍ପର୍କରେ ସବିଶେଷ ସୂଚନା ଦେଇଥିଲେ। ମେଡ଼ିକାଲ କ୍ୟାମ୍ପସର ସଂସ୍କୃତ ଶିକ୍ଷକ ପଣ୍ଡିତ ଶ୍ରୀ ନିତ୍ୟାନନ୍ଦ ଦାଶ ରାଜ୍ୟ ସରକାରଙ୍କ ଦ୍ଵାରା ପୁରସ୍କୃତ ହୋଇଥିବାରୁ ଜିଲ୍ଲା ସଂଘ ତରଫରୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସମ୍ପାଦକ ପଣ୍ଡିତ ଶ୍ରୀ ଜୟରାମ ମିଶ୍ର ଜିଲ୍ଲାର ସମସ୍ତ ସଂସ୍କୃତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କର ସହଯୋଗ କାମନା କରିଥିଲେ। ସହ ସମ୍ପାଦକ ଶ୍ରୀ ରଞ୍ଜିତ କୁମାର ପଣ୍ଡା, ସଙ୍ଗଠନ ସମ୍ପାଦକ ଶ୍ରୀ ସାଲବେଗ ଶତପଥୀ, ଉପସଭାପତି ଶ୍ରୀ ପ୍ରଭାକର ପଣ୍ଡା, ଶ୍ରୀମତୀ ବବିତାଞ୍ଜଳି ମିଶ୍ର, ଶ୍ରୀ ବିଦ୍ୟାଧର ଦାଶ, ଶ୍ରୀ ପ୍ରିୟଦର୍ଶିନ ଶବର, ଡଃ. ସମୀର କୁମାର ବେହେରା, ପଂ. ଶ୍ରୀ ସୂର୍ଯ୍ୟନାରାୟଣ ଶତପଥୀ ଓ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇଥିଲେ। ଖଲ୍ଲିକୋଟର ରାଣୀ ସାହେବା ଭି. ସୁଜ୍ଞାନ କୁମାରୀ ସିଂ ଦେଓଙ୍କ ବିୟୋଗରେ ଅମରାତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଶେଷରେ ଶାନ୍ତିପାଠ ସହ ସଭା ସାଙ୍ଗ କରାଯାଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରଙ୍ଗେଇଲୁଣ୍ଡ ବ୍ଲକର ଲଉଡ଼ିଗାଁ ଓ ପଦ୍ମପୁରୁ ଗ୍ରାମପଞ୍ଚାୟତରେ ଆମ ଓଡ଼ିଶା ତଥା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ରଙ୍ଗେଇଲୁଣ୍ଡ ବ୍ଲକର ଲଉଡ଼ିଗାଁ ଓ ପଦ୍ମପୁରୁ ଗ୍ରାମପଞ୍ଚାୟତରେ ଆମ ଓଡ଼ିଶା ତଥା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

Read More...

ଖଲ୍ଲିକୋଟ ରାଣୀ ମାଁ ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ,ବିଭିନ୍ନ ମହଲରେ ଶୋକର ଛାୟା

ଖଲ୍ଲିକୋଟ ରାଣୀ ମାଁ ସୁଜ୍ଞାନ କୁମାରୀ ଦେଓଙ୍କ ପରଲୋକ ,ବିଭିନ୍ନ ମହଲରେ ଶୋକର ଛାୟା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: