ହନୁମାନ ମନ୍ଦିର ପ୍ରତିଷ୍ଠାର ଦ୍ବିତୀୟ ଦିବସରେ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା

February 12, 2024, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ହନୁମାନ ମନ୍ଦିର ପ୍ରତିଷ୍ଠାର ଦ୍ବିତୀୟ ଦିବସରେ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା
Gouri Shankar Mishra
[ Video Journalist ]
Bhagyaprabha News Bureau
February 12, 2024

ବ୍ରହ୍ମପୁର - ହନୁମାନ ମନ୍ଦିର ପ୍ରତିଷ୍ଠାର ଦ୍ବିତୀୟ ଦିବସରେ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସହରର ଗୋଷାଣୀନୂଆଗାଁ ନେହେରୁ ନଗର-୧୦ମ ଲାଇନ୍ ଠାରେ ବହୁ ପ୍ରତିକ୍ଷୀତ ବୀର ବଜରଙ୍ଗ ବାଲି ହନୁମାନଙ୍କ ପାଞ୍ଚ ଦିନ ବ୍ୟାପି ଆରମ୍ଭ ହୋଇଥିବା ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବର ଦ୍ବିତୀୟ ଦିବସ ସୋମବାର ଦିନ ବନଯାଗ ଓ ରତ୍ନମୁଦ୍ରା ପ୍ରତିଷ୍ଠା ମହାସମାରୋହରେ ପାଳିତ ହୋଇ ଯାଇଛି। ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସ ରବିବାର ଦିନ ଗୋଷାଣୀନୂଆଗାଁ ତଥା ଆଖପାଖ ଅଞ୍ଚଳବାସୀ ଏକ ବିରାଟ ପଟୁଆରରେ ଉତ୍ତରେଶ୍ୱର ମନ୍ଦିର ପରିସରରୁ କଳସରେ ଜଳ ନେଇ ମାଁ ମଙ୍ଗଳାଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତିଷ୍ଠା ହେବାକୁ ଥିବା ମହାବୀର ହନୁମାନଙ୍କ ମନ୍ଦିରରେ ପହଞ୍ଚି ଥିଲେ। ସେଠାରେ ୧୦୦୦ କଳସ ଜଳ ଢାଳି ମନ୍ଦୀର ପ୍ରତିଷ୍ଠା ଦିବସ ଆରମ୍ଭ ହୋଇଥଲା। ଏହି ଅବସରରେ କଳସ ଯାତ୍ରା ସହ ଦୀକ୍ଷା ଗ୍ରହଣ କାର୍ଯ୍ୟକ୍ରମ କରାଯାଇଥିଲା। ପ୍ରତ୍ୟେକ ଦିନ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇ ପ୍ରସାଦ ସେବନ ବ୍ୟବସ୍ଥା କମିଟି ତରଫରୁ କରାଯାଇଥିବା ମନ୍ଦିର ପରିଚାଳକ ଟୁନା ପାଣିଗ୍ରାହୀଙ୍କ ସୂତ୍ରରୁ ପ୍ରକାଶ। ସୂଚାରୁ ଭାବେ ଏହି କାର୍ଯ୍ୟକ୍ରମ ହୋଇ ଆସୁଥିବା ଯୋଗୁଁ ସ୍ଥାନୀୟ ଓ ଆଖପାଖ ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି। ଏଥିରେ ସ୍ଥାନୀୟ କର୍ପୋରେଟର ସମେତ ମନ୍ଦିର ଉନ୍ନୟନ ଓ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରଳାଖେମୁଣ୍ଡି ପୌରପରିଷଦ ଅଗ୍ନିକାଣ୍ଡ ,କାରଣ ଅସ୍ପଷ୍ଟ

ପାରଳାଖେମୁଣ୍ଡି ପୌରପରିଷଦ ଅଗ୍ନିକାଣ୍ଡ ,କାରଣ ଅସ୍ପଷ୍ଟ

Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବିଜେଡିର ପ୍ରସ୍ତୁତି ବୈଠକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ନେଇ ବିଜେଡିର ପ୍ରସ୍ତୁତି ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: