ଫେବୃଆରୀ ୧୬ ରୁ ଯୁକ୍ତ ଦୁଇ ପରୀକ୍ଷା, ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାର ୨0୫ କେନ୍ଦ୍ରରେ ୭୯,୫୫୮ ଜଣ ପରୀକ୍ଷାର୍ଥୀ

February 13, 2024, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ଫେବୃଆରୀ ୧୬ ରୁ ଯୁକ୍ତ ଦୁଇ ପରୀକ୍ଷା, ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାର ୨0୫ କେନ୍ଦ୍ରରେ ୭୯,୫୫୮ ଜଣ ପରୀକ୍ଷାର୍ଥୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
February 13, 2024

ବ୍ରହ୍ମପୁର - ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବହୁ ପ୍ରତୀକ୍ଷିତ ୨0୨୪ ବର୍ଷର +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ଆଗାମୀ ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହେଉଅଛି l ମାର୍ଚ୍ଚ ୨0 ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁର ସ୍ଥିତ ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ଅଧୀନସ୍ଥ ଆଠଟି ଜିଲ୍ଲାରେ ୨୦୫ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଚଳିତ ବର୍ଷ ୨0୫ଟି କେନ୍ଦ୍ରରେ ସର୍ବମୋଟ ୭୯ ହଜାର ୫୫୮ ଜଣ ପରୀକ୍ଷାର୍ଥୀ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ସ୍ରୋତରେ ପରୀକ୍ଷା ଦେବା ନିମନ୍ତେ ଫର୍ମ ପୂରଣ କରିଛନ୍ତି l ଫେବୃଆରୀ ଦଶରୁ ତେର ତାରିଖ ମଧ୍ୟରେ ଆଠଟି ଜିଲ୍ଲାର ମୋଟ ୪୫ଟି ପରୀକ୍ଷା ପରିଚାଳନା ହବ୍ ରେ ପ୍ରଶ୍ନପତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପହଞ୍ଚାଇ ଦିଆଯାଇଅଛି l ହବ୍ ମାନଙ୍କରେ ଚବିଶ ଘଣ୍ଟା ସିସି କ୍ୟାମେରାର ବ୍ୟବସ୍ଥା କରାଯିବା ସହ ସଶସ୍ତ୍ର ପୋଲିସ୍ ବାହିନୀ ମୁତୟନ କରାଯାଇଛି l ପରୀକ୍ଷାକୁ ସଂପୂର୍ଣ୍ଣ ଶୃଙ୍ଖଳିତ, ସ୍ୱଚ୍ଛ ଓ କପିମୁକ୍ତ କରିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି l ବିଭିନ୍ନ ପରୀକ୍ଷା ପରିଚାଳନା ହବ୍ ପକ୍ଷରୁ ପ୍ରେରିତ ପର୍ଯ୍ୟବେକ୍ଷକଙ୍କୁ ନେଇ ପର୍ଯ୍ୟବେକ୍ଷକ ସ୍ତରୀୟ ସ୍କ୍ୱାଡ୍, ବ୍ରହ୍ମପୁର ଦକ୍ଷିଣାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ଜୋନାଲ୍ ସ୍ତରୀୟ ସ୍କ୍ୱାଡ୍ ଓ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରୀୟ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା କରାଯିବା ସଂଗେ ସଂଗେ ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ମଧ୍ୟ ପ୍ରଶ୍ନପତ୍ର ଖୋଲାଯିବା ଓ ଉତ୍ତରପତ୍ର ପ୍ୟାକେଟ୍ ସିଲ୍ ହେବା ସମୟରେ ଉପସ୍ଥିତ ରହି ସ୍ୱଚ୍ଛ, ଶୃଙ୍ଖଳିତ ଓ କପିମୁକ୍ତ ପରୀକ୍ଷା ସୁନିଶ୍ଚିତ କରିବା ସହ ସଂପୂର୍ଣ୍ଣ ପରୀକ୍ଷା ବ୍ୟବସ୍ଥାର ତଦାରଖ କରିବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପସଚିବ ଡକ୍ଟର୍ କୁଳମଣି ଓଝା ସୂଚନା ଦେଇଛନ୍ତି l ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାର ୭୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୩୩ ହଜାର ୪୧୬ ଜଣ ଛାତ୍ରଛାତ୍ରୀ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ପରୀକ୍ଷା ଦେବେ l କଳା ସ୍ରୋତରେ ୧୯ ହଜାର ୧୯୧ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୭ ହଜାର ୫୩୧ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି l ଏହା ସହ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବା ପାଇଁ କଳା ସ୍ରୋତରେ ୮୨୬ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ବିଜ୍ଞାନ ସ୍ରୋତରେ ୧୧ ହଜାର ୬୪୭ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୧ ହଜାର ୩୭୮ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି। ଏକ୍ସ-ରେଗୁଲାର୍ ପରୀକ୍ଷା ଦେବା ପାଇଁ ମୋଟ ୧୦୩୬ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୨ ହଜାର ୩୧୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨ ହଜାର ୧୨୬ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟରେ ଏକ୍ସ-ରେଗୁଲାର୍ ପରୀକ୍ଷା ଦେବା ପାଇଁ ୧୩୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୩୨୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨୫୯ ଜଣ ବିଦ୍ୟାର୍ଥୀ ଫର୍ମ ପୂରଣ କରିଛନ୍ତି l ଏକ୍ସ-ରେଗୁଲାର୍ ପରୀକ୍ଷା ଦେବା ପାଇଁ ୩୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଗଞ୍ଜାମ ଜିଲ୍ଲାରେ ୭୩ଟି ପରୀକ୍ଷା କେନ୍ଦ୍ର ଓ ୧୬ଟି ପରୀକ୍ଷା ପରିଚାଳନା ହବ୍ କରା ଯାଉଥିବା ଡ. ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି l ଗଜପତି ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ସ୍ଥାପିତ ହୋଇଥିବା ବେଳେ ୧୬ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ହଜାର ୬୧ ଜଣ ପରୀକ୍ଷାର୍ଥୀ ଚଳିତ ବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ଆଦି ସ୍ରୋତରେ ପରୀକ୍ଷା ଦେବେ l +୨ କଳା ସ୍ରୋତରେ ୩ ହଜାର ୫୧୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୧୨୪ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି l ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୮୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୧୩୦୨ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୧୧୯୬ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି ଏବଂ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୩୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୯୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରଣ କରିଥିବା ବେଳେ ତନ୍ମଧ୍ୟରୁ ୮୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେବେ ଏବଂ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ମାତ୍ର ୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୧୦୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୯୨ ଜଣ ବିଦ୍ୟାର୍ଥୀ ଫର୍ମ ପୂରଣ କରିଛନ୍ତି ଏବଂ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୪୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ l କୋରାପୁଟ ଜିଲ୍ଲାରେ ମୋଟ ୬ଟି ପରୀକ୍ଷା ପରିଚାଳନା ହବ୍ ସ୍ଥାପନ କରାଯାଉଥିବା ବେଳେ ୨୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୦ ହଜାର ୬୩୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ପରୀକ୍ଷା ଦେବେ l କଳା ସ୍ରୋତରେ ୫ ହଜାର ୭୭୨ ଜଣ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୫ ହଜାର ୧୮୧ ଜଣ ଏବଂ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୭୯୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ବିଜ୍ଞାନ ସ୍ରୋତରେ ୩ ହଜାର ୨୧୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୪୯୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୯୨୭ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୮୦୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି l ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୧୫୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷାରେ ୧୯୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୬୧ ଜଣ ପରୀକ୍ଷାର୍ଥୀ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୪୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ମାଲକାନଗିରି ଜିଲ୍ଲାରେ ୩ଟି ପରୀକ୍ଷା ପରିଚାଳନା ହବ୍ ଓ ୧୪ଟି ପରୀକ୍ଷା କେନ୍ଦ୍ର ସ୍ଥାପିତ ହୋଇଛି l ଏହି ଜିଲ୍ଲାରେ ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ରୋତରେ ମୋଟ ୪ ହଜାର ୮୪୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କଳା ସ୍ରୋତରେ ୩ ହଜାର ୧୬୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨ ହଜାର ୬୨୪ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୪୩୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୧୩୮୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୨୪୭ ଜଣ ପରୀକ୍ଷାର୍ଥୀ ରେଗୁଲାର୍ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୧୫୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୪୩୨ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩୪୨ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୩୮ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ନବରଙ୍ଗପୁର ଜିଲ୍ଲାରେ ୩ଟି ପରୀକ୍ଷା ପରିଚାଳନା ହବ୍ ଓ ୨୦ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି l ଏହି ଜିଲ୍ଳାରେ ଚଳିତ ବର୍ଷ ମୋଟ ୭ ହଜାର ୨୦୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କଳା ସ୍ରୋତରେ ୪ ହଜାର ୫୫୬ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୪ ହଜାର ୬୭ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୫୩୯ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୨ ହଜାର ୭୨ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧ ହଜାର ୯୧୮ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୫୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୪୭୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩୮୩ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୫୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ରାୟଗଡ଼ା ଜିଲ୍ଲାରେ ୫ଟି ପରୀକ୍ଷା ପରିଚାଳନା ହବ୍ ଓ ୨୦ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଏହି ଜିଲ୍ଲାରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୭ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ l କଳା ସ୍ରୋତରେ ୪ ହଜାର ୧୩୨ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୭୦୫ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୩୫୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୨ ହଜାର ୨୪୨ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨ ହଜାର ୧୪୮ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨୮୭ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୬୮୨ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୬୨୭ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୧୧୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷା ନିମନ୍ତେ ୧୨୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୧୧ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୨୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବୌଦ୍ଧ ଜିଲ୍ଲାର ୩ଟି ପରୀକ୍ଷା ପରିଚାଳନା ହବ୍ ଓ ୧୧ଟି ପରୀକ୍ଷା ସ୍ଥାପନ କରାଯାଇଛି l ଏହି ଜିଲ୍ଲାରେ ମୋଟ ୩ ହଜାର ୮୧୨ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ପରୀକ୍ଷା ଦେବେ l କଳା ସ୍ରୋତରେ ୩ ହଜାର ୭୮୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୩ ହଜାର ୫୩୯ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ଦେବା ପାଇଁ ମୋଟ ୧୬୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୧୭୫ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୬୦ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୩୪ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୨୩ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୮ ଜଣ ପରୀକ୍ଷାର୍ଥୀ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୨ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୭୨ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୬୩ ଜଣ ପରୀକ୍ଷାର୍ଥୀ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୧୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l କନ୍ଧମାଳ ଜିଲ୍ଲାରେ ୪ଟି ପରୀକ୍ଷା ପରିଚାଳନା ହବ୍ ଓ ୨୩ଟି ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି l ଏହି ଜିଲ୍ଲାରେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ମୋଟ ୬ ହଜାର ୯୫୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ l କଳା ସ୍ରୋତରେ ୬ ହଜାର ୨୬୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୫ ହଜାର ୨୮୧ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର୍ ପରୀକ୍ଷାର୍ଥୀ ରୂପେ ୧୫୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବିଜ୍ଞାନ ସ୍ରୋତରେ ୧୧୬୪ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୯୫୮ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୧୯୧ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ବାଣିଜ୍ୟ ସ୍ରୋତରେ ୨୭୨ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୨୨୩ ଜଣ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୨୫ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି l ଧନ୍ଦାମୂଳକ ଶିକ୍ଷା ସ୍ରୋତରେ ୧୪୧ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବା ବେଳେ ତନ୍ମଧ୍ୟରୁ ୧୨୨ ଜଣ ବିଦ୍ୟାର୍ଥୀ ରେଗୁଲାର୍ ଓ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ରୂପେ ୩ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ଏହି ସୂତ୍ରରୁ ଜଣାପଡ଼ିଛି l ଚଳିତ ବର୍ଷ ଦୁଇ ସପ୍ତାହ ପୂର୍ବରୁ +୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ସ୍ରୋତ ସମୂହର ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଅଛି l ପ୍ରତିବର୍ଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସଂଚାଳିତ +୨ ପରୀକ୍ଷା ଅନୁଷ୍ଠିତ ହେଉଥିଲା l ଏ ଥର ଯଥେଷ୍ଟ ପୂର୍ବରୁ ଜାନୁଆରୀ ଦ୍ଵିତୀୟ ସପ୍ତାହରେ ପ୍ରାକ୍ଟିକାଲ୍ ପରୀକ୍ଷା ଶୃଙ୍ଖଳିତ ଭାବେ ସଂପନ୍ନ ହୋଉଯାଇଛି ଏବଂ ଥିଓରୀ ପରୀକ୍ଷା ଫେବୃଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨0 ମଧ୍ୟରେ ସଂପନ୍ନ ହେବ ବୋଲି ଦକ୍ଷିଣାଞ୍ଚଳ ସଚିବ ଡ. ଓଝାଙ୍କ ସୂଚନାରୁ ଜଣାପଡ଼ିଛି l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଗଜପତି ଜିଲ୍ଲା ଗ୍ରସ୍ତ,ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର କଲେ ସମୀକ୍ଷା

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଗଜପତି ଜିଲ୍ଲା ଗ୍ରସ୍ତ,ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର କଲେ ସମୀକ୍ଷା

Read More...

ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଆୟୋଜିତ ହେବ ରାଜ୍ୟସ୍ତରୀୟ ମହିଳା ସମ୍ମିଳନୀ

ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଆୟୋଜିତ ହେବ ରାଜ୍ୟସ୍ତରୀୟ ମହିଳା ସମ୍ମିଳନୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: