ଦିଗପହଣ୍ଡିରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟ ପାତ୍ରଙ୍କ ପ୍ରଚାର ଜୋରଦାର

April 05, 2019, ରାଜନୀତି, ଗଞ୍ଜାମ, Bhagyaprabha News Bureau
ଦିଗପହଣ୍ଡିରେ ବିଜେଡି ପ୍ରାର୍ଥୀ ସୂର୍ଯ୍ୟ ପାତ୍ରଙ୍କ ପ୍ରଚାର ଜୋରଦାର
Bhagyaprabha News Bureau
April 05, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିପ୍ରାର୍ଥୀ ହୋଇଥିବା ବରିଷ୍ଠ ନେତା ତଥା ବିଧାୟକ ସୂର୍ଯ୍ୟନାରାୟଣପାତ୍ର ନିଜର ପ୍ରଚାରକୁ ଜୋରଦାର କରିଥିବା ଦେଖାଦେଇଛି । ଶ୍ରୀ ପାତ୍ର ଗତ ବୁଧବାର ଦିନ ଗଣିଆନାଳ ସ୍ଥିତ ମାଁ କୁରେଇଶୁଣୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଗତ ୩ ଦିନଧରି ବିଭିନ୍ନ ଗ୍ରାମକୁ ଯାଇ ଭୋଟରଙ୍କ ଠାରୁ ଆର୍ଶିବାଦ କାମନା କରିଥିଲେ । ଗତ କାଲି ଶ୍ରୀପାତ୍ର ଦିଗପହଣ୍ଡି ବ୍ଲକର ବମକେଇ ,ଗୈାଡଗାଁ ,ଗଡ ଗୋବିନ୍ଦପୁର ,ବିଏଲଏନପୁର, ସିଏଚ୍.ଟିକରପଡା , ଭ୍ରମରପୁର ,ଆଦି ପଞ୍ଚାୟତରେ ପ୍ରଚାର କରିଥିବା ବେଳେ ଆଜି ବ୍ଳକର ଫାସିଗୁଡା , ଭୀଷ୍ମଗିରି , ଏସ୍ .ଟିକରପଡା, ଚଷାନିମଖଣ୍ଡି ,ନିମଖଣ୍ଡିପେଣ୍ଠ, ଏବଂ ଖମ୍ବାରିଗାଁ ଆଦି ପଞ୍ଚାୟତରେ ନିର୍ବାଚନ ପ୍ରଚାରକାର୍ୟ୍ୟ ଶେଷ କରିଥିବା ଜଣାପଡିଛି ।ସୂର୍ୟ୍ୟଙ୍କ ଏହି ପ୍ରଚାର ସମୟରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ବ୍ଲକ ଉପଧ୍ୟକ୍ଷା ପ୍ରତିନିଧି ନିରଞ୍ଜନ ରେଡି ,ବ୍ଲକ ସଭାପତି ଉଦୟନାଥ ସ୍ୱାଇଁ, ନଗର ସଭାପତି ପ୍ରମୋଦ ପାଣିଗ୍ରାହୀ , ସରଞ୍ଚ ସଂଘ ସଭାତି ହରିବନ୍ଧୁ ରେଡି ,ଯୁବ ବିଜେଡି ସଭାପତି ଚିତ୍ରସେନ ଗୈାଡ, ଭଗବାନ ବାଡତ୍ୟା ,ଅସିତ ସାହୁ , ରାଜକିଶୋର ମହାନ୍ତି ,ଜଗନ୍ନାଥ ପ୍ରଧାନ , ବିକ୍ରମ ସିଂ ,ଏବଂ ସୂର୍ୟ୍ୟନାରାୟଣଙ୍କ ପୁଅ ବିପ୍ଳବ ପାତ୍ର ସମେତ ବହୁ ବିଜେଡି କର୍ମୀ ଏହି ପ୍ରଚାର ରେ ସାମିଲ ହୋଇଥିବା ବେଳେ ସୂର୍ୟ୍ୟଙ୍କ ପ୍ରତି ଭୋଟରଙ୍କ ପୂର୍ବଭଳି ସମର୍ଥନ ଅବ୍ୟାହତ ରହିଥିବାର ଅନୁମାନ କରାଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ ଯୋରଦାର ପ୍ରଚାର

ସ୍ୱାଧୀନ ବିଧାୟକ ପ୍ରାର୍ଥୀଙ୍କ ଯୋରଦାର ପ୍ରଚାର

Read More...

ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ

ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ପରୀକ୍ଷାଫଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: