ପୁଲୱାମା ସହିଦ ସ୍ମୃତିରେ ରକ୍ତଦାନ ଶିବିର ଓ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ,୧୫୧ ୟୁନିଟ୍ ରକ୍ତ ସଂଗ୍ରହ

February 14, 2024, ଓଡ଼ିଶା, କନ୍ଧମାଳ, Bhagyaprabha News Bureau
ପୁଲୱାମା ସହିଦ ସ୍ମୃତିରେ ରକ୍ତଦାନ ଶିବିର ଓ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ,୧୫୧ ୟୁନିଟ୍ ରକ୍ତ ସଂଗ୍ରହ
Bhagyaprabha News Bureau
February 14, 2024

କନ୍ଧମାଳ- ପୁଲୱାମା ସହିଦ ସ୍ମୃତିରେ ରକ୍ତଦାନ ଶିବିର ଓ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ । ୧୪ ଫେବୃଆରୀ ପୁଲୱାମା ଆତଙ୍କବାଦୀଙ୍କର ଆତ୍ମଘାତି ବିସ୍ପୋରଣରେ ସହିଦ ୪୦ ଜଣ ସିଆରପିଏଫ୍ ଯବାନଙ୍କ ପୁଣ୍ୟତିଥି ରେ ସହୀଦ ମାନେ ଦେଶ ପାଇଁ ଦେଇଥିବା ବଳିଦାନ କୁ ସମ୍ମାନ ଜଣାଇ ଟିମ ହ୍ୟୁମାନିଟି କନ୍ଧମାଳ ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଆଜି ସକାଳ ୮ ସମୟରେ ଟିମ ହ୍ୟୁମାନିଟି କନ୍ଧମାଳର ଆବାହକ ଭି.ଲୋକନାଥ ରାଜୁ ଙ୍କ ନେତୃତ୍ୱରେ ଫୁଲବାଣୀ ରକ୍ତ ଭଣ୍ଡାର ଠାରେ ଟିମର ସଦସ୍ୟ ଓ ସଦସ୍ୟା ମାନେ ଏକତ୍ରିତ ହୋଇ ଥିଲେ। ସେଠାରୁ ପୁଲୱାମା ସହିଦ ଯବାନ ଙ୍କ ତୈଳ ଚିତ୍ର ଥିବା ଏକ ବ୍ୟାନର ନେଇ ଟିମ ର ସଦସ୍ୟ ଓ ସଦସ୍ୟା ମାନେ ସହିଦ ଯବାନ ଅମର ରହେ ଓ ଜୟ ଯବାନ ନାରା ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆୟୋଜିତ ରକ୍ତଦାନ ଶିବିରକୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଉଦଘାଟନ କରିବା ସହିତ ଟିମ୍ ର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲା ଚିକିତ୍ସା ମୁଖ୍ୟ ଅଧିକାରୀ ଡା. ମୋନଜ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡା. ବିଜୟ କୁମାର ପଣ୍ଡା, ସିନିୟର ଆସିଷ୍ଟାଣ୍ଟ ମୋନଜ କୁମାର ପଣ୍ଡା, ଏ ଡି ପି ଏଚ ଓ ଧର୍ମେନ୍ଦ୍ର ତାଣ୍ଡି, ଟାଉନ ଥାନା ଅଧିକାରୀ କନକ କୁମାର ମାଝୀ , ଜିଲ୍ଲା ପରିବହନ ଅଧିକାରୀ ଶିଶିର କୁମାର ସାହୁ, ଫୁଲବାଣୀ ରେଞ୍ଜର ଶିବାନନ୍ଦ ଲେଙ୍କା,ଫୁଲବାଣୀ ରକ୍ତଦାନ ସମିତି ର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଓ ସଦସ୍ୟ ମନୋଜ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ। ଶିବିରରେ ରକ୍ତ ଭଣ୍ତାରର ଅଧିକାରୀ ଡାକ୍ତର ଜୟଦୀପ ଘୋଷଙ୍କ ନେତୃତ୍ୱରେ ଟେକ୍ନିସିଆନ୍ ଦିନକୃଷ୍ଣ ମହନ୍ତ, ସାକେତ ରାଣୀ ନାଏକ ଏବଂ କର୍ମଚାରୀ ସଞ୍ଜୁକ୍ତା ଦଳଛତ୍ର, ବରୁଣ ବେହେରା ଏବଂ ପ୍ରଶାନ୍ତ କୁମାର ରତ୍ନାଲୁ ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି ଶିବିର ରେ ଫୁଲବାଣୀ ମା ବ୍ରାହ୍ମଣୀଦେବୀ ଆଳତି ବାହିନୀ, ମୁଖ୍ୟ ଚିକିତ୍ସାଳୟ ପି.ପି.ସି ସେଣ୍ଟର କିଛି କର୍ମଚାରୀ ଫୁଲବାଣୀର କିଛି ମାନ୍ୟଗଣ୍ୟ ବ୍ୟକ୍ତି, ଶିକ୍ଷକ , କିଛି ବିଶେଷକରି କିଛି ମହିଳା ରକ୍ତଦାତା ଏବଂ ଟିମ ହ୍ୟୁମାନିଟି କନ୍ଧମାଳ ର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ନିଜେ ରକ୍ତ ଦାନ କରିବା ସହ ରକ୍ତଦାନତା ଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଟିମ୍ ର ସମସ୍ତ ସଦସ୍ୟ ସଦସ୍ୟା ଏବଂ ରକ୍ତ ଭଣ୍ଡାର ର କାର୍ଯ୍ୟକର୍ତ୍ତା ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।ଏହି ଶିବିର ରେ ୧୫୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିସହିତ କନ୍ଧମାଳ ଷ୍ଟାଡିୟମ ର ଇନଡୋର ରେ ଏକ ଦିନିଆ ବ୍ଯାଡମିନ୍ଟନ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ଧମାଳ ବ୍ରହ୍ମପୁର, ଭଞ୍ଜନଗର, ବୌଦ୍ଧ, ଅନୁଗୋଳ ଏବଂ ସୋନପୁର ଜିଲ୍ଲା ଭଳି ୬ ଟି ଜିଲ୍ଲାର ସର୍ବମୋଟ ୧୬ ଗୋଟି ଟିମ୍ କୁ ନେଇ ଏକ ବ୍ୟାଡ଼ମିଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟକୁ ପୋଲିସ୍ ରିଜର୍ଭ ଇନ୍ସପେକ୍ଟର ବିରସିଂ ଶବର ଉଦଘାଟନ କରିଥିଲେ ଏହି ଅବସରରେ ରେଞ୍ଜର ଶିବାନନ୍ଦ ଲେଙ୍କା ଓ ବରିଷ୍ଠ ବ୍ୟାଡମିଣ୍ଟନ ଖେଳାଳି ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ । ବିଜେତା ମାନଙ୍କୁ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ପୁରସ୍କୃତ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାନସଡା ଗ୍ରାମର ନଳକୂପରୁ ବାହାରୁଛି ଦୂଷିତ ପାଣି ,ମରାମତି ପାଇଁ ଲୋକଙ୍କ ଦାବି

କାନସଡା ଗ୍ରାମର ନଳକୂପରୁ ବାହାରୁଛି ଦୂଷିତ ପାଣି ,ମରାମତି ପାଇଁ ଲୋକଙ୍କ ଦାବି

Read More...

ଜେଇ ମେଇନ୍ସ ପ୍ରଥମ ପର୍ଯ୍ୟାୟରେ ସେଞ୍ଚୁରୀୟଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

ଜେଇ ମେଇନ୍ସ ପ୍ରଥମ ପର୍ଯ୍ୟାୟରେ ସେଞ୍ଚୁରୀୟଆନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: