ବିଶ୍ୱା ତରଫରୁ ହିନ୍ଦୀ ଚଳଚିତ୍ର ତାରକା ଶାରାଖାନ୍ ଙ୍କ ଦ୍ବାରା ସାମ୍ୱାଦିକ ସୁଦୀପଙ୍କୁ ସମ୍ମାନ

February 20, 2024, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ବିଶ୍ୱା ତରଫରୁ ହିନ୍ଦୀ ଚଳଚିତ୍ର ତାରକା ଶାରାଖାନ୍ ଙ୍କ ଦ୍ବାରା ସାମ୍ୱାଦିକ ସୁଦୀପଙ୍କୁ ସମ୍ମାନ
Gouri Shankar Mishra
[ Video Journalist ]
Bhagyaprabha News Bureau
February 20, 2024

ବ୍ରହ୍ମପୁର-ବିଶ୍ୱା ତରଫରୁ ହିନ୍ଦୀ ଚଳଚିତ୍ର ତାରକା ଶାରାଖାନଙ୍କ odbeରା ସାମ୍ୱାଦିକ ସୁଦୀପ ସାହୁଙ୍କୁ ସମ୍ମାନୀତ କରାଯାଇଛି । ବିଶ୍ଵ ସାମାଜିକ ଅନୁଷ୍ଠାନ ତରଫରୁ ଜାତୀୟ ସ୍ତରୀୟ ସମ୍ମାନ ସମାରୋହ ସହ ସୁନ୍ଦରୀ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ କୀଟ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ନିର୍ଦ୍ଦେଶିକା ମମତା ପଟୱା ଓ ନିଶା କୋଡା ଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ମୂଖ୍ୟ ଅତିଥି ରୂପେ କୀଟ ର ମୁଖ୍ୟ ତଥା ସାଂସଦ ଡ.ଅଚ୍ୟୁତ ସାମନ୍ତ, ସମ୍ମାନୀତ ଅତିଥି ଭାବେ ଲେଖିକା ଡ.ଇତି ସାମନ୍ତ, ଶ୍ରୀମୟୀ ମିଶ୍ର ଙ୍କ ସମେତ ମୁଖ୍ୟ ଆକର୍ଷଣ ଭାବେ ହିନ୍ଦୀ ଚଳଚ୍ଚିତ୍ର ଜଗତର ତାରକା ସାରା ଖାନ , ବଲିଉଡ ଆର୍ଟିଷ୍ଟ ରାଜୁ ଉପେସର୍ ଙ୍କ ସହ ୧୬ଜଣ ଭିଭିଆଇପି ଯୋଗ ଦେଇ ସଭିଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବବିତା ମହାନ୍ତି ଓ ପ୍ରବିଣା ତ୍ରିପାଠୀ ଙ୍କୁ ଏଠାରେ କ୍ରାଉନିଂ ସମ୍ମାନ ଭାବେ ମୁକୁଟ ପରିଧାନ କରାଯାଇଥିଲା ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ସାରା ଙ୍କ ଦ୍ଵାରା । ସେହିପରି ମହିଳା ମାନଙ୍କୁ ନେଇ ବହୁ ପ୍ରତିଁଯୋଗିତା ଆୟୋଜନ କରାଯାଇ ପୁରସ୍କାର ପ୍ରଦାନ କରଯାଇଥିଲା । ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ଲାଗି ବୋହୂ ପ୍ରତିଭାଧାରିଙ୍କୁ ମଧ୍ୟ ସମ୍ବର୍ଧନା ପ୍ରଦାନ କରା ଯାଇଥିଲା । ସୁନ୍ଦରୀ ପ୍ରତି ଯୋଗୀତାରେ ବିଚାରକ ରୂପେ ବ୍ରହ୍ମପୁର ର କରିଶ୍ମା ଖାନ ଓ ଇଶଙ୍କା ସାହୁ ଯୋଗ ଦେଇଥିଲେ । ବ୍ରହ୍ମପୁର ର ବରିଷ୍ଠ ସାମ୍ବାଦିକ ,ଗାୟକ , ଓକିଲ ତଥା ଅଭିନେତା ସୁଦୀପ କୁମାର୍ ସାହୁ ଓ ଫ୍ୟାସନ ସୋ ପରିଚାଳିକା ଟୁଇଙ୍କଲ ଗମାଙ୍ଗ ଙ୍କୁ ହିନ୍ଦୀ ଚଳଚ୍ଚିତ୍ର ତାରକା ସାରା ଖାନ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ ।ରାଜ୍ୟ ତଥା ଭାରତର ବହୁ ରାଜ୍ୟ ରୁ ମହିଳା ଏଠାରେ ଯୋଗ ଦେଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ବିଜେପିର ବୁଥ୍ ଚାଲ ଅଭିଯାନ ସହ ମୋଦି ଗ୍ୟାରେଣ୍ଟି ପଦଯାତ୍ରା

ବ୍ରହ୍ମପୁରରେ ବିଜେପିର ବୁଥ୍ ଚାଲ ଅଭିଯାନ ସହ ମୋଦି ଗ୍ୟାରେଣ୍ଟି ପଦଯାତ୍ରା

Read More...

ଗଞ୍ଜାମରେ ସ୍ୱତ୍ୱଧାରୀ ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ

ଗଞ୍ଜାମରେ ସ୍ୱତ୍ୱଧାରୀ ଚାଷୀଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: