ଇଣ୍ଡିଆନ୍ ବ୍ୟାଙ୍କ ଗୋପାଳପୁର ପୋର୍ଟ ଶାଖା ଉଦଘାଟିତ

March 01, 2024, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଇଣ୍ଡିଆନ୍ ବ୍ୟାଙ୍କ ଗୋପାଳପୁର ପୋର୍ଟ ଶାଖା ଉଦଘାଟିତ
Santosh Kumar Mishra
[ Special Correspondent ]
Bhagyaprabha News Bureau
March 01, 2024

ଛତ୍ରପୁର-ଇଣ୍ଡିଆନ୍ ବ୍ୟାଙ୍କ ଗୋପାଳପୁର ପୋର୍ଟ ଶାଖା ସ୍ଥାନୀୟ ପୁତିଗୋପାଳପୁର ବିଶେଶ୍ୱର ମନ୍ଦିର ନିକଟରେ ଉଦଘାଟିତ ହୋଇଯାଇଛି । ବ୍ୟାଙ୍କର ଫିଲ୍ଡ ଜେନେରାଲ ମ୍ୟାନେଜର ଏମ୍‌.ଅରୁଣା ଏହାକୁ ଉଦଘାଟନ କରିଥିଲେ । ଜୋନାଲ ମ୍ୟାନେଜର ଉଛବ ଚନ୍ଦ୍ର ପାତ୍ର, ଶlଖା ପରିଚାଳକ ଅବିନାଶ ପ୍ରଧାନ, ଡିଜିଏମ ଅରଖିତ ସାହୁ ଉଦଘାଟନ ସମାରୋହରେ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଏମ୍ କୈଳାସ ଚନ୍ଦ୍ର ବେହେରା, ଛତ୍ରପୁର ଶାଖାର ସାନ୍ତନୁ କୁମାର ବେହେରା , ସିମାଂଚଳ ନାୟକ, ମୁଖ୍ୟ ପରିଚାଳକ ଶୁଭଲକ୍ଷ୍ମୀ ବେହେରାଙ୍କ ସମେତ କର୍ମଚାରୀ ଓ ଗ୍ରାହକ ଉପସ୍ଥିତ ଥିଲେ l ରାଜ୍ୟ ସରକାର ଙ୍କ ତରଫରୁ ବ୍ୟାଙ୍କ ମାଧ୍ୟମରେ ବିଭିନ୍ନ ପ୍ରକାରର ଋଣ ପ୍ରଦାନ କରାଯାଉଛି l ବ୍ୟାଙ୍କ ରୁ ଏହି ଋଣ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ସ୍ୱାବଲମ୍ବୀ ହୋଇପାରୁଛନ୍ତି l ଆଜିର ଏହି ଉଦଘାଟନ ଉତ୍ସବ ରେ ଫିଲଡ ଜେନେରାଲ ମ୍ୟାନେଜର ଏମ ଅରୁଣା ଯୋଗ ଦେଇ କର୍ମଚାରୀ ମାନଙ୍କୁ ଗ୍ରାହକ ମାନେ ଯେଭଳି ଭାବରେ ବ୍ୟାଙ୍କ ର ସୁବିଧା ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l ଅନ୍ୟ ତମ ଅତିଥି ଜେନେରାଲ ମ୍ୟାନେଜର ଉଶ୍ଚବ ଚନ୍ଦ୍ର ପାତ୍ର କୃଷି ସମ୍ୱନ୍ଧୀୟ ଋଣ ଚାଷୀ ମାନେ ବ୍ୟାଙ୍କ ରୁ ଯେପରି ପାଇପାରିବେ ସେଥିପ୍ରତି ଗୁରୁତ୍ଵ ଦେଇଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଜର ଶିକ୍ଷା ସମାଜର ବିକାଶ ଦିଗରେ ବିନିଯୋଗ କରନ୍ତୁ ବିଦ୍ୟାର୍ଥୀ -ମହାମହିମ ରାଷ୍ଟ୍ରପତି

ନିଜର ଶିକ୍ଷା ସମାଜର ବିକାଶ ଦିଗରେ ବିନିଯୋଗ କରନ୍ତୁ ବିଦ୍ୟାର୍ଥୀ -ମହାମହିମ ରାଷ୍ଟ୍ରପତି

Read More...

ଗଜପତି ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ହୁଇଲ ଚେୟାର ଦିବସ ପାଳିତ

ଗଜପତି ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ହୁଇଲ ଚେୟାର ଦିବସ ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: