ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବିଶ୍ୱ ଘର ଚଟିଆ ଦିବସ ପାଳିତ

March 21, 2024, ଓଡ଼ିଶା, ଗଞ୍ଜାମ, Gouri Shankar Mishra
ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବିଶ୍ୱ ଘର ଚଟିଆ ଦିବସ ପାଳିତ
Gouri Shankar Mishra
[ Video Journalist ]
Bhagyaprabha News Bureau
March 21, 2024

ବ୍ରହ୍ମପୁର-ବ୍ରହ୍ମପୁର ସହର ଉପକଣ୍ଠର ଆଞ୍ଚଳିକ ବିକାଶ ପରିଷଦ ତରଫରୁ ବିଶ୍ୱ ଘର ଚଟିଆ ଦିବସ ପାଳିତ ହୋଇଯାଇଛି ।ପ୍ରତିବର୍ଷ ମାର୍ଚ୍ଚ ମାସ କୋଡିଏ ତାରିଖରେ ବିଶ୍ୱ ଘର ଚଟିଆ ଦିବସ ରୂପେ ପାଳିତ ହୋଇଆସୁଛି l କୁନି ପକ୍ଷୀ ଘର ଚଟିଆ ବଂଶର ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ବର୍ଷ ବ୍ୟାପି ଅହରହ ଉଦ୍ୟମ ଚଳାଇଛନ୍ତି । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ଦୀର୍ଘ ବାର ବର୍ଷ ଧରି ଘର ଚଟିଆ ସୁରକ୍ଷା ପାଇଁ ଗଞ୍ଜାମ,ଗଜପତି ସମେତ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟକ୍ରମ କରିଆସୁଛି, ସଂରକ୍ଷଣ ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ଘଟିଛି । ଆଜି ବିଶ୍ୱ ଘର ଚଟିଆ ଦିବସ ଉପଲକ୍ଷେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଗୁଣ୍ଠବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ବ ଘର ଚଟିଆ ଦିବସ ପାଳିତ ହୋଇଯାଇଛି। ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରୀ ସାହୁ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଘର ଚଟିଆ ସହ ପ୍ରକୃତିର ସମ୍ପର୍କ ବିଷୟରେ ବୁଝାଇ ଥିଲେ l ଘରଚଟିଆର ବଂଶ ବୃଦ୍ଧି ଓ ସୁରକ୍ଷା ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ କୃତିମ ବାସ, ଖାଦ୍ୟ ସ୍ଥଳୀ ଓ ପକ୍ଷୀ ପଶୁ ଙ୍କ ତୃଷ୍ଣା ନିବାରଣ ନିମନ୍ତେ ପାଣି ପାତ୍ର ବଣ୍ଟନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝୀ,ଇଷାନେଶ୍ୱର ପାଠାଗାର ସଭାପତି ବନମାଳୀ ପ୍ରଧାନ,ନାରାୟଣ ସାମଲ, ଶିକ୍ଷୟତ୍ରୀ ସଂଗୀତା ସାମଲ, ରୁନୁ ବରାଡ଼,ରେଣୁଝରା ପୁଷ୍ପଶ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଷ୍ଟ୍ ବିଶ୍ୱବିଦ୍ୟାଳୟ ରେ ପରିସରରେ ଦୁଇ ଦିନିଆ ବୈଷୟିକ ଶିକ୍ଷା କର୍ମଶାଳା ସଙ୍କଳ୍ପ ୨୦୨୩  ଉଦଘାଟିତ

ନିଷ୍ଟ୍ ବିଶ୍ୱବିଦ୍ୟାଳୟ ରେ ପରିସରରେ ଦୁଇ ଦିନିଆ ବୈଷୟିକ ଶିକ୍ଷା କର୍ମଶାଳା ସଙ୍କଳ୍ପ ୨୦୨୩ ଉଦଘାଟିତ

Read More...

ମହାନ୍ ସଂଘ ପକ୍ଷରୁ ଯୋଗ ସଚେତନତା ନେଇ ଆସନ୍ତାକାଲି ଆୟୋଜିତ ହେବ

ମହାନ୍ ସଂଘ ପକ୍ଷରୁ ଯୋଗ ସଚେତନତା ନେଇ ଆସନ୍ତାକାଲି ଆୟୋଜିତ ହେବ "ଯୋଗ ଉତ୍ସବ-୨୦୨୪"

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: