ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଓ ମୋହନା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚା

April 02, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଓ ମୋହନା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଘୋଷଣା ପରେ ଚର୍ଚ୍ଚା
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
April 02, 2024

ପାରଳାଖେମୁଣ୍ଡି - ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ଦୁଇ ଓ ମୋହନା ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଆଜି ଜାତୀୟ ଦଳ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଯାହାକୁ ନେଇ ଗଜପତି ଜିଲ୍ଲାରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି । ଆଜି ପ୍ରଥମେ ଅପରନ୍ନରେ ବିଜେପି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ତାହା ପଛକୁ କଂଗ୍ରେସ ନିଜ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଯାହାକୁ ନେଇ ନେତା ଓ କର୍ମୀଙ୍କ ମାହୋଲରେ ଉତ୍ସାହ ବଢିଯାଇଛି । ଯଦି ଗଜପତି ଜିଲ୍ଲାକୁ ଦୃଷ୍ଟି ଦେବା କଂଗ୍ରେସ ତରଫରୁ ଉଭୟ ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ପାରଳାଖେମୁଣ୍ଡି ରୁ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ହୋଇଥିବା ବେଳେ ମୋହନା ବିଧାନସଭା ପାଇଁ ସ୍ଥାନୀୟ ବିଧାୟକ ଦାସୁରଥି ଗମାଙ୍ଗଙ୍କ ନାମ ଘୋଷଣା କରିଛି । ତେବେ ବିଜେପି ପକ୍ଷରୁ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ କେ ନାରାୟଣ ରାଓଙ୍କ ନାଁ ଘୋଷଣା କରିଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇ ନାହିଁ । ବର୍ତ୍ତମାନ ଜିଲ୍ଲାରେ ଉଭୟ ନିର୍ବାଚନମଣ୍ଡଳୀରେ ବିଜେଡି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ । ତେବେ କଂଗ୍ରେସ ଦଳ ପକ୍ଷରୁ ନେତା ଓ କର୍ମୀଙ୍କ ଭିତରେ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି । ଆଜି କଂଗ୍ରେସ ନେତା ବିଜୟ ପଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବରୁ ଗଜପତି ଜିଲ୍ଲାକୁ କଂଗ୍ରେସର ଗଡ଼ କୁହାଯାଉଥିଲା ତାହାର ପୁଣି ଥରେ ପୁନରାବୃତ୍ତି ହେବ ବୋଲି ଦୃଢ଼ ଉକ୍ତି ପ୍ରକାଶ କରିଛନ୍ତି । ଉଭୟ ନିର୍ବାଚନ ମଣ୍ଡଳୀର ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଲୋକଙ୍କ ପାଖରେ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବୋଲି ସେ କହିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ୮୯ ତମ ପ୍ରତିଷ୍ଠା ଦିବସ ପାଳିତ

ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ୮୯ ତମ ପ୍ରତିଷ୍ଠା ଦିବସ ପାଳିତ

Read More...

ଗଜପତି ତୋଟିଗୁମୁଡା ଗ୍ରାମର ହତ୍ୟା ଘଟଣା ,ସ୍ୱାମୀକୁ ହତ୍ୟା କରିଥିବା ପତ୍ନୀ ଓ ପ୍ରେମିକ ଗିରଫ

ଗଜପତି ତୋଟିଗୁମୁଡା ଗ୍ରାମର ହତ୍ୟା ଘଟଣା ,ସ୍ୱାମୀକୁ ହତ୍ୟା କରିଥିବା ପତ୍ନୀ ଓ ପ୍ରେମିକ ଗିରଫ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: