ଅନ୍ତରୀକ୍ଷରେ ଉଡାନ ଭରିବା ପାଇଁ ଭାରତର ଆଉ ଏକ ପ୍ରସ୍ତୁତି

April 07, 2019, ଦେଶଦୁନିଆ, , Bhagyaprabha News Bureau
ଅନ୍ତରୀକ୍ଷରେ ଉଡାନ ଭରିବା ପାଇଁ ଭାରତର ଆଉ ଏକ  ପ୍ରସ୍ତୁତି
Bhagyaprabha News Bureau
April 07, 2019

ଏ ସ୍ୟାଟ ମିଶାଇଲର ସଫଳ ପରୀକ୍ଷଣ ପରେ ଡିଆରଡିଓ ଏବଂ ଇସ୍ରୋ କୌଣସି ପ୍ରକାରର ସମ୍ଭାବିତ ଆକ୍ରମଣ ପାଇଁ ପୂର୍ଣ୍ଣରୂପେ ପ୍ରସ୍ତୁତ ହୋଇଛି । ଏଥିରେ ଡାଇରେକ୍ଟର ଏନର୍ଜି ୱେପନ ଏବଂ ଆର୍ବିଟାଲ କିଲର୍ସଙ୍କୁ ବିକଶିତ କରିବା ବ୍ୟତୀତ ନିଜ ସାଟେଲାଇଟକୁ ବୈଦ୍ୟୁତିକ ଏବଂ ବାସ୍ତବ ଆକ୍ରମଣ ପାଇଁ ସମସ୍ତ ପ୍ରଣାଳୀ ସାମିଲ ରହିଛି ।ରକ୍ଷା ଅନୁସଂନ୍ଧାନ ଏବଂ ବିକାଶ ସଙ୍ଗଠନର ପ୍ରମୁଖ ସତୀଶ ରେଡୀଙ୍କ କହିବା ଅନୁଯାୟୀ, ସେମାନେ ଡାଇରେକ୍ଟ ଏନର୍ଜି ୱେପନ, ଲେଜର, ଇଲେକ୍ଟ୍ରୋମାଗନେଟ ପ୍ଲସ ସହ ଆର୍ବିଟାଲ କିଲର୍ସର ଟେକନିକକୁ ଆହୁରି ଅଧିକ ଉନ୍ନତ କରିବା ଦିଗରେ କାମ କରୁଛି । ସୁଚନାନୁସାରେ , ମାର୍ଚ୍ଚ ୨୭ରେ ଭାରତ ଭୂପୃଷ୍ଠରୁ ମିସାଇଲ ପଠାଇ ପୃଥିବୀର ନିମ୍ନ କକ୍ଷରେ ୩୦୦କିମି ରେଞ୍ଜରେ ଥିବା ଏକ ସାଟେଲାଇଟକୁ ମାରି ତଳେ ଖସାଇଥିଲା । ଏହା ପରେ ଭାରତ ଏଭଳି କ୍ଷମତା ଥିବା ବିଶ୍ୱର ଚତୁର୍ଥ ରାଷ୍ଟ୍ର ରୂପେ ପରିଗଣିତ ହୋଇଥିଲା । ପରୀକ୍ଷଣରେ ବ୍ୟବହାର କରାଯାଇଥିବା ଉପଗ୍ରହ ଭାରତର ଥିଲା ଏବଂ ପରୀକ୍ଷଣ ପରେ ଏହାର ହଜାର ହଜାର ଟୁକୁଡା ହୋଇଯାଇଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆତଙ୍କବାଦୀ  ଆକ୍ରମଣରେ ଜଣେ ଯବାନ ମୃତ

ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ମୃତ

Read More...

 ବରଗଡରେ ବିଜେପିର  ପ୍ରଥମ ଷ୍ଟାର ପ୍ରଚାରକ

ବରଗଡରେ ବିଜେପିର ପ୍ରଥମ ଷ୍ଟାର ପ୍ରଚାରକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: