ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ

April 26, 2024, ଓଡ଼ିଶା, ଗଞ୍ଜାମ, Santosh Kumar Mishra
ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ପାଳନ
Santosh Kumar Mishra
[ Special Correspondent ]
Bhagyaprabha News Bureau
April 26, 2024

ଗଞ୍ଜାମ-ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ ଙ୍କ ଜୟନ୍ତୀ ଉପଲକ୍ଷେ ସ୍ମୃତିଚାରଣ ସଭା ତଥା ଏକ କର୍ମଶାଳା ଆୟୋଜନ ହୋଇ ଯାଇ ଅଛି l ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଗଞ୍ଜାମ ମହା ବିଦ୍ୟାଳୟ ର ରାଜନୀତି ବିଭାଗର ପ୍ରାଧ୍ୟାପକ ଡଃ ଆମର ବିଷୋୟୀ ଯୋଗଦାନ କରି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୀବନୀ ତଥା ଆଧୁନିକ ଓଡିଶା ନିମନ୍ତେ ତାହାଙ୍କର ଅବଦାନ ସମ୍ପର୍କ ରେ ଆଲୋଚନା କରିଥିଲେ lଗଜପତି ଜିଲ୍ଲାରପାରଳାଖେମୁଣ୍ଡିଠାରେ ଜନ୍ମିତ କୃଷ୍ଣଚନ୍ଦ୍ର ଜଣେ ଶାସକ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ଭାବରେ ପରିଚିତ ଥିଲେ । ସମ୍ମାନିତ ଅତିଥି ଭାବରେ ଡ଼ ପିଙ୍କି ରାଣୀ ଦେଇ ମହାରାଜାଙ୍କ ରାଜନୈତିକ ଜୀବନୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ସହ ଛାତ୍ର ଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାମାନଙ୍କ ମନରେ ଏହି ସମ୍ବନ୍ଧୀୟ ଥିବା ବିଭିନ୍ନ ସନ୍ଦେହମୋଚନ କରିଥିଲେ | ଇତିହାସ ବିଭାଗର ସହକାରୀ ଅଧ୍ୟାପିକା ସପା ରଂଜିତା ରାଣୀ ଅତିଥି ପରିଚୟ ପ୍ରଦାନ କରିଥିଲେ l ମହାବିଦ୍ୟାଳୟର ଅଧ୍ୟକ୍ଷ ମଧ୍ୟ ଏହି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ | ପରିଶେଷରେ ମହାବିଦ୍ୟାଳୟର ଇତିହାସ ବିଭାଗର ସହକାରୀ ଅଧ୍ୟାପିକା ଶ୍ରୀମତୀ ସନ୍ତୋଷିନୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ | ଅଧ୍ୟାପକ ଶ୍ରୀ ବିନାୟକ ଘୋଷ ସଭାକାର୍ଯ୍ୟ ସଂଯୋଜନା ଓ ପରିଚାଳନା କରିଥିଲେ lଏହି କର୍ମଶାଳାରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ସମସ୍ତ କର୍ମଚାରୀ ଯୋଗଦାନ କରି ପ୍ରେରିତ ଓ ଉତ୍ସାହିତ ହୋଇଥିଲେ |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାନ୍ ସଂଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଗଜପତିଙ୍କ ଜୟନ୍ତୀ ପାଳିତ

ମହାନ୍ ସଂଘ ଓ ଅନ୍ତର୍ଜାତୀୟ ଓଡ଼ିଆ ସ୍ୱାଭିମାନ ପ୍ରତିଷ୍ଠାନ ତରଫରୁ ଗଜପତିଙ୍କ ଜୟନ୍ତୀ ପାଳିତ

Read More...

ପୋଲାଣ୍ଡରେ ପ୍ରବାସୀ ଓଡିଆଙ୍କୁ ଏକତ୍ରିତ କରି ଉତ୍କଳ ଦିବସର ମହତ୍ତ୍ୱ ଓ ଗୌରବଗାଥାର ସ୍ମୃତିଚାରଣ

ପୋଲାଣ୍ଡରେ ପ୍ରବାସୀ ଓଡିଆଙ୍କୁ ଏକତ୍ରିତ କରି ଉତ୍କଳ ଦିବସର ମହତ୍ତ୍ୱ ଓ ଗୌରବଗାଥାର ସ୍ମୃତିଚାରଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: