ଗଜପତି - ଜିଲ୍ଲାରେ ଭୋଟର ସଚେତନତାରେ ଏଲିଡି ବ୍ୟାନ, ଦସ୍ତଖତ ଅଭିଯାନର ଶୁଭାରମ୍ଭ

May 03, 2024, ସାଧାରଣ ନିର୍ବାଚନ-୨୦୨୪, ଗଜପତି, Rasmi Ranjan Sahu
ଗଜପତି - ଜିଲ୍ଲାରେ ଭୋଟର ସଚେତନତାରେ  ଏଲିଡି ବ୍ୟାନ, ଦସ୍ତଖତ ଅଭିଯାନର ଶୁଭାରମ୍ଭ
Rasmi Ranjan Sahu
[ Reporter- Paralakhemundi, Gajapati ]
Bhagyaprabha News Bureau
May 03, 2024

ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାରେ ଭୋଟର ସଚେତନତାର ଏଲିଡି ବ୍ୟନ ରଥ ଓ ସେଲ୍ଫି ଫୋଇଣ୍ଟ ଓ ଦସ୍ତଖତ ଅଭିଯାନକୁ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଗନ୍ଧମ ଚାନ୍ଦ୍ରାଡୁ ଓ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଆସନ୍ତା ମେ ମାସ ୧୩ ତାରିଖ ଦିନ ନିର୍ବାଚନ ପର୍ବରେ ନିଜ ନିଜର ମତଦାନ କରିବା ପାଇଁ ସଚେତନତା କରାଯିବ। ଜିଲ୍ଲାରେ ଶତପ୍ରତିଶତ ମତଦାନ ହାର ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭୋଟରଙ୍କୁ ସଚେତନ କରିବା ପାଇଁ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏଵଂ ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କୁ ପ୍ରଚାର ପ୍ରସାର କରି ନିଜର ବହୁମୂଲ୍ୟ ମତଦାନ ସାବ୍ୟସ୍ତ କରିବାକୁ ସଚେତନତା କରାଯିବ। "ନିର୍ବାଚନର ପର୍ବ ଆମ ଦେଶର ଗର୍ବ ବାର୍ତ୍ତା ସହ ଏହି ଏଲିଡି ବ୍ୟାନ ରଥ ଜିଲ୍ଲାର ସମସ୍ତ ଭୋଟ କେନ୍ଦ୍ର ଗ୍ରାମକୁ ଯାଇ ଭୋଟର ଭାଇ ଭଉଣୀ ମାନଙ୍କୁ ସଚେତନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସମସ୍ତେ ଭୋଟର ଆସି ମେ ମାସ ୧୩ ତାରିଖ ଦିନ ନିଜର ବହୁମୂଲ୍ୟ ମତଦାନକୁ ସାବ୍ୟସ୍ତ କରିବାକୁ ଭୋଟର ମାନଙ୍କୁ ବିଭିନ୍ନ ଉପାୟରେ ସଚେତନତା କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଗଜପତି,ନିର୍ବାଚନ ଶାଖାର ଡେପୁଟୀ କଲେକ୍ଟର କମଳକାନ୍ତ ପଣ୍ଡା, ଡିପିଏମ , ଓଏଲମ୍ ଟିମନ ବାରା, ଶ୍ରୀ ଭେଙ୍କଟ ରାଓ ଆଚାରି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁରରେ ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଙ୍କୁ ସମର୍ଥନ କରି ମୁଣ୍ଡରେ ମାଠିଆ ଧରି ପ୍ରଚାର କଲେ ଶତାଧିକ ମହିଳା

ବ୍ରହ୍ମପୁରରେ ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଙ୍କୁ ସମର୍ଥନ କରି ମୁଣ୍ଡରେ ମାଠିଆ ଧରି ପ୍ରଚାର କଲେ ଶତାଧିକ ମହିଳା

Read More...

ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପ-ନିର୍ଦ୍ଦେଶକଙ୍କ ଦିନିକିଆ ଗଜପତି ଜିଲ୍ଲା ଗସ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: