ପ୍ରଥମ ପର୍ଯ୍ୟାୟ ମତଦାନ ପୁର୍ବରୁ ୪ ନକ୍ସଲ ଗିରଫ

April 11, 2019, ଦେଶଦୁନିଆ, , Bhagyaprabha News Bureau
ପ୍ରଥମ ପର୍ଯ୍ୟାୟ ମତଦାନ  ପୁର୍ବରୁ ୪ ନକ୍ସଲ ଗିରଫ
Bhagyaprabha News Bureau
April 11, 2019

ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଦେଶ ବ୍ୟସ୍ତ ଥିବା ବେଳେ ଏକ ବଡ଼ ଧରଣର ଘଟଣା ପାଇଁ ଷଡ଼ଯନ୍ତ୍ର ରଚିଥିବା ୪ ଜଣ ନକ୍ସଲଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ଛତିଶଗଡ଼ର ବିଜାପୁର ଜିଲ୍ଲାର ବିଦ୍ରେ ଅଚଂଳରେ ସୁରକ୍ଷା କର୍ମୀମାନେ ୪ ଜଣ ନକ୍ସଲଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୩ଟି ଦେଶୀ ବନ୍ଧୁକ ଜବତ କରିଛି । ସାଧାରଣ ନିର୍ବାଚନ ପାଇଁ ସୁରକ୍ଷା ବାହିନୀର ଯବାନମାନେ ସମ୍ବେଦନ ଓ ଅତି ସମ୍ବେଦନଶୀଳ ଅଚଂଳରେ ନକ୍ସଲ ଉପଦ୍ରବ ନ ଘଟୁ, ସେଥିପାଇଁ ସତର୍କ ଅଛନ୍ତି । ପୋଲିସ ନକ୍ସଲ ଗତିବିଧି ଉପରେ ନଜର ରଖିଛି ।ସୂଚନାଯୋଗ୍ୟ ଛତିଶଗଡ଼ରେ ମାଓବାଦୀମାନେ ମଙ୍ଗଳବାର ୪ ଜଣ ବିଏସଏଫର ଯବାନ ଓ ଜଣେ ବିଧାୟକଙ୍କୁ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ହତ୍ୟା କରିଥିଲେ ।ଏହି ଘଟଣା ୨୪ ଘଣ୍ଟା ନପୂରୁଣୁ ଛତିଶଗଡ଼ ଓ ମହାରାଷ୍ଟ ସୀମାର ଗଡ଼ଚିରୋଲିର ଏକ ଜଙ୍ଗଲରେ ନକ୍ସଲମାନେ ସିଆରପିଏଫ ଯବାନଙ୍କୁ ଟାର୍ଗେଟ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଥିଲା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇଭିଏମ୍‌ରେ ଯାନ୍ତ୍ରୀକ  ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ

ଇଭିଏମ୍‌ରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ

Read More...

ଓଡିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ, ମାଓପ୍ରବଣ ଅଞ୍ଚଳରେ ବିଶେଷ ସୁରକ୍ଷା ବ୍ୟବସ୍ଥା

ଓଡିଶାରେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ, ମାଓପ୍ରବଣ ଅଞ୍ଚଳରେ ବିଶେଷ ସୁରକ୍ଷା ବ୍ୟବସ୍ଥା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: