ସାରା ରାଜ୍ୟରେ ଘନ କୁହୁଡି-ଜନଜୀବନ ଅସ୍ତବ୍ୟସ୍ତ

January 24, 2019, ଓଡ଼ିଶା, , Bhagyaprabha News Bureau
ସାରା ରାଜ୍ୟରେ ଘନ କୁହୁଡି-ଜନଜୀବନ ଅସ୍ତବ୍ୟସ୍ତ
Bhagyaprabha News Bureau
January 24, 2019

କଲବଲ କଲାଣି କୁହୁଡ଼ି। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି ଲୋକେ ଭୋଗୁଛନ୍ତି ହିନସ୍ତା। ରାତି ୧୧ଟା ବେଳକୁ ଏଭଳି କୁହୁଡ଼ି ମାଡ଼ି ଆସୁଛି ଯେ ରାସ୍ତା ଜଣାପଡ଼ୁନି। ଲୋକେ କୁଆଡ଼େ ଯିବେ? କେଉଁ ବାଟେ ଯିବେ? ଆଗକୁ ରାସ୍ତା ଅଛି କି ନାହିଁ ଜାଣିପାରୁ ନାହାନ୍ତି। ସକାଳ ୯ଟା ପର୍ୟ୍ୟନ୍ତ ବାଟଘାଟ କିଛି ଦେଖାଯାଉନି। ୪ ଦିନ ହେଲା ଘନ କୁହୁଡ଼ି ପ୍ରଭାବରେ ଏଭଳି କଲବଲ ହେଉଛନ୍ତି ଉପକୂଳ, ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଲୋକେ। ଆଗକୁ ଆହୁରି କଲବଲ କରିବ କୁହୁଡ଼ି। ୨୫ ତାରିଖ ଭୋର ପର୍ୟ୍ୟନ୍ତ ଲୋକଙ୍କୁ ନିସ୍ତାର ମିଳିବ ନାହିଁ। ଗତକାଲି ୯ଟି ଜିଲ୍ଲା ପାଇଁ କୁହୁଡ଼ିର ସତର୍କ ସୂଚନା ଜାରି ହୋଇଥିଲା। ଆଜି ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି। ଗଞ୍ଜାମ,ଖୋର୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ,କୋରାପୁଟ,ମାଲକାନଗିରି ଓ କନ୍ଧମାଳ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ୨୬ ଓ ୨୭ ତାରିଖରେ ସାମାନ୍ୟ ପରିବର୍ତନ ହେବ। ପାଗ ଶୁଖିଲା ରହିବ। ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ବି ରହିଛି। ସେପଟେ ଘନ କୁହୁଡ଼ି ଲାଗିରହିଥିବାରୁ ପରିସ୍ଥିତି ଉପରେ ନଜର ରଖିବାକୁ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ବିଭାଗ ପକ୍ଷରୁ ୟେଲୋ ସତର୍କ ସୂଚନା(ସ୍ଥିତି ଉପରେ ଦୃଷ୍ଟି ରଖିବା) ଜାରି ହୋଇଛି। ୨୨ ଓ ୨୩ ତାରିଖ ଦୁଇ ଦିନ ଓଡ଼ିଶା ପାଇଁ ଏହି ସୂଚନା ଦିଆଯାଇଛି। ୨୪ ତାରିଖରେ ଛତିଶଗଡ଼ରେ କୁହୁଡ଼ିର ମାତ୍ରା ଅଧିକ ରହୁଥିବାରୁ ଏହାର ପ୍ରଭାବ ଓଡ଼ିଶା ଉପରେ ବି ରହିପାରେ। ତେଣୁ ସେଥିପ୍ରତି ମଧ୍ୟ ସଜାଗ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେଡି ଆଇ.ଟି ସେଲର କନକ୍ଲେଭ

ବିଜେଡି ଆଇ.ଟି ସେଲର କନକ୍ଲେଭ

Read More...

ପୋଲସରା ରେ ପାଳିତ ହେଲା ନେତାଜୀ ଜୟନ୍ତୀ

ପୋଲସରା ରେ ପାଳିତ ହେଲା ନେତାଜୀ ଜୟନ୍ତୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: