ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ଋଷର ସର୍ବୋଚ୍ଚ ସମ୍ମାନ

April 12, 2019, ଦେଶଦୁନିଆ, , Bhagyaprabha News Bureau
ପ୍ରଧାନମନ୍ତ୍ରୀଙ୍କୁ ମିଳିଲା ଋଷର ସର୍ବୋଚ୍ଚ ସମ୍ମାନ
Bhagyaprabha News Bureau
April 12, 2019

ପରେ ରୁଷ ଭାରତ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀଙ୍କୁ ନିଜ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ରୁଷ ଦୂତାବାସ ପକ୍ଷରୁ ଜାରି ବୟାନରେ କହୁଯାଇଛି ଯେ ଭାରତ-ରୁଷର ରଣନୈତିକ ଭାଗିଦାରୀରେ ଅଦ୍ଭୂତପୂର୍ବ ଉନ୍ନତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରୁଷର ସର୍ବୋଚ୍ଚ ନାଗରିକ ପୁରସ୍କାର (ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରିଉ) ସମ୍ମାନ ପ୍ରଦାନ କରାଯିବ।ପ୍ରକାଶ ଯେ ଏହା ପୂର୍ବରୁ ଅପ୍ରେଲ ୪ରେ ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ) ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ 'ଜାୟେଦ ମେଡାଲ'ରେ ସମ୍ମାନିତ କରିବାକୁ ନିଷ୍ପଷତ୍ତି ନେଇଥିଲା। ଆବୁଧାବି ରାଜା ତଥା ୟୁଏଇ ସଶସ୍ତ୍ର ବଳର ଉପ-ମୁଖ୍ୟ କମାଣ୍ଡର ସେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନ କହିଥିଲେ ଯେ ଭାରତ ସହ ଆମର ଐତିହାସିକ ଏବଂ ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କ ରହିଛି ଓ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଲ୍ଲେଖନୀୟ ଭୂମିକା ଯୋଗୁଁ ଏହି ସମ୍ପର୍କ ଅଧିକ ଦୃଢ ହୋଇଛି।ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୟୁଏଇ ରାଷ୍ଟ୍ରପତି ତାଙ୍କୁ 'ଜାୟେଦ ମେଡାଲ' ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଦକ୍ଷିଣ କୋରିଆ, ସାଉଦି ଆରବ, ଆଫଗାନିସ୍ତାନ, ପାଲେଷ୍ଟାଇନ୍‍ ଏବଂ ମିଳିତ ଜାତିସଂଘ ମୋଦୀଙ୍କୁ କେତେକ ସମ୍ମାନଜନକ ପୁରସ୍କାରରେ ସମ୍ମାନିତ କରିଛନ୍ତି।ସୂଚନାଯୋଗ୍ୟ ଯେ ଅର୍ଡର ଅଫ ସେଣ୍ଟ ଆଣ୍ଡ୍ରିଉ ଆପୋଷ୍ଟଲେ ହେଉଛି ରୁଷ ସଂଘର ସର୍ବୋଚ୍ଚ ସମ୍ମାନ। ୧୬୯୮ରୁ ରୁଷ ସାମ୍ରାଜ୍ୟର ସାହାସୀ ବୀରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିଲା। ରୁଷରେ ରାଜତନ୍ତ୍ରର ବିଲୋପ ସହ ସୋଭିଏତ ସଂଘ ଗଠନ ହେବା ପରେ ଏହି ସମ୍ମାନ ଉଚ୍ଛେଦ କରାଯାଇଥିଲା। ତେବେ ୧୯୯୮ରୁ ପୁଣି ଥରେ ଏହି ସମ୍ମାନ ପ୍ରଦାନ କରାଯାଉଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କନ୍ଧମାଳ ଓ ଗଞ୍ଜାମର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ ନବୀନ

କନ୍ଧମାଳ ଓ ଗଞ୍ଜାମର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ ନବୀନ

Read More...

ବଡ଼ ଭାଇକୁ ମାରିଲା ସାନ ଭାଇ।

ବଡ଼ ଭାଇକୁ ମାରିଲା ସାନ ଭାଇ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: