ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଚଳଚଞ୍ଚଳ ଭୁବନେଶ୍ୱର

April 13, 2019, ଓଡ଼ିଶା, ଖୋର୍ଦ୍ଧା, Bhagyaprabha News Bureau
 ଆଜି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଚଳଚଞ୍ଚଳ  ଭୁବନେଶ୍ୱର
Bhagyaprabha News Bureau
April 13, 2019

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହୋଇଥିବାରୁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ରକ୍ଷେତ୍ର । ଦୋଳଗୋବିନ୍ଦ ଓ ଭଉଣୀ ରୁକୁଣାଙ୍କୁ ସାଥୀରେ ଧରି ମାଉସୀ ମା ଘରକୁ ଯାତ୍ରା କରିବେ ମହାପ୍ରଭୁ ଲିଙ୍ଗରାଜ । ଏଥିପାଇଁ ରଥ-ପଥ ସବୁ ପ୍ରସ୍ତୁତ ହୋଇଗଲାଣି । ରଥ ଖଳାରେ ଭିଡ ଜମିଲାଣି । ଆଜି ଭୋର୍ ୫ଟାରେ ମହାପ୍ରଭୁଙ୍କ ମଙ୍ଗଳଆଳତୀ, ଅବକାଶ ପରେ ସାହାଣ ମେଲା ଦର୍ଶନ ପାଇଁ ସୁଯୋଗ ପାଇଥିଲେ ଶ୍ରଦ୍ଧାଳୁ । ଠାକୁରଙ୍କ ଅନ୍ୟାନ୍ୟ ରୀତିନୀତି ସରିବା ପରେ ଅପରାହ୍ନ ୪ଟାରେ ରଥ ଟଣା ହେବ ।ଏଥର ରୁକୁଣା ରଥଯାତ୍ରା ପାଇଁ ପ୍ରାୟ ୨୦ଲକ୍ଷ ଟଙ୍କାର ବଜେଟ୍ ହୋଇଛି । ତେବେ ପ୍ରତିବର୍ଷ ଦୁଇ ଦିନ ରଥ ଟଣା ହେଉଥିବା ବେଳେ ଏଥର ଗୋଟିଏ ଦିନରେ ଅଶୋକାଷ୍ଟମୀ ଓ ରାମନବମୀ ପଡ଼ୁଥିବାରୁ ସେଇ ଦିନ ହିଁ ରଥ ଟଣା ଶେଷ କରାଯିବ । ରଥଯାତ୍ରା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ତଥା ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ପବିତ୍ର ଶ୍ରୀରାମ ନବମୀ ,ରାଜ୍ୟର  ବିଭିନ୍ନ ରାମ ମନ୍ଦିର ଚଳଚଞ୍ଚଳ

ଆଜି ପବିତ୍ର ଶ୍ରୀରାମ ନବମୀ ,ରାଜ୍ୟର ବିଭିନ୍ନ ରାମ ମନ୍ଦିର ଚଳଚଞ୍ଚଳ

Read More...

କନ୍ଧମାଳ ଓ ଗଞ୍ଜାମର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ ନବୀନ

କନ୍ଧମାଳ ଓ ଗଞ୍ଜାମର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରିବେ ନବୀନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: