୧୦୦ ବର୍ଷ ପୁରିଲା ଜାଲିଆନାୱାଲା ବାଗ୍ ନରସଂହାର ଘଟଣା

April 13, 2019, ଦେଶଦୁନିଆ, , Bhagyaprabha News Bureau
 ୧୦୦ ବର୍ଷ ପୁରିଲା ଜାଲିଆନାୱାଲା ବାଗ୍ ନରସଂହାର ଘଟଣା
Bhagyaprabha News Bureau
April 13, 2019

ଅମୃତସର ଜାଲିଆନାୱାଲା ବାଗରେ ହୋଇଥିବା ନରସଂହାର ଘଟଣାରଆଜି ୧୦୦ ବର୍ଷ ପୂରଣ ହେଉଥିବାରୁ ସେଠାରେ ଏକ ଖାସ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପ ରାଷ୍ଟ୍ରପତି ବେଙ୍କେୟା ନାଇଡୁ ଏବଂ ପଞ୍ଜାବ ରାଜ୍ୟପାଳ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ସକାଳେ ଅମୃତସର ପହଂଚିଥିଲେ ଏବଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ମଧ୍ୟ ତାଙ୍କ ସହ ସେଠାରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସହିଦଙ୍କ ସ୍ମରଣାର୍ଥେ ମୁଦ୍ରା ଏବଂ ଡାକ ଟିକେଟ୍ ଜାରୀ କରାଯିବ । ଏହା ପୂର୍ବରୁ ରାଜ୍ୟପାଳ ବିପି ସିଂହ ବଦନୋର,ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏକ କ୍ୟାଣ୍ଡେଲ୍ ମାର୍ଚ୍ଚ ବାହାର କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ମାର୍ଚ୍ଚରେ କ୍ୟାବିନେଟ୍ ମନ୍ତ୍ରୀ ସୁଖୱିନ୍ଦର ସିଂହ ସୁଖସରକରିୟା,ଓମ୍ ପ୍ରକାଶ ସୋନୀ,ସୁନୀଲ୍ ଜାଖଣ୍ଡ ଏବଂ ଅନ୍ୟାନ୍ୟ ନେତା ଛାତଛାତ୍ରୀ ସାମିଲ ହୋଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦକ୍ଷିଣ କାଶ୍ମୀର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

ଦକ୍ଷିଣ କାଶ୍ମୀର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

Read More...

 ଆଜି ଉଦଯାପିତ ହେବ ଚଡ଼କ ମେଳାର ପାଟପର୍ବ

ଆଜି ଉଦଯାପିତ ହେବ ଚଡ଼କ ମେଳାର ପାଟପର୍ବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: