ରାଷ୍ଟ୍ରିୟ ବଜରଂଗ ଦଳ ସୁବର୍ଣ୍ମପୁର ଜିଲ୍ଲା ଶାଖା ପକ୍ଷରୁ ହନୁମାନ ଜୟନ୍ତୀ ଉତ୍ସବ ପ।ଳନ

April 15, 2019, ଓଡ଼ିଶା, ସୁବର୍ଣ୍ଣପୁର, Bhagyaprabha News Bureau
ରାଷ୍ଟ୍ରିୟ ବଜରଂଗ ଦଳ ସୁବର୍ଣ୍ମପୁର ଜିଲ୍ଲା ଶାଖା ପକ୍ଷରୁ ହନୁମାନ ଜୟନ୍ତୀ ଉତ୍ସବ ପ।ଳନ
Bhagyaprabha News Bureau
April 15, 2019

ରାଷ୍ଟ୍ରିୟ ବଜରଂଗ ଦଳ ସୁବର୍ଣ୍ମପୁର ଜିଲ୍ଲା ଶାଖା ପକ୍ଷରୁ ହନୁମାନ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି ।ସହରର ବ୍ଳକ ଛକ ନିକଟସ୍ଥ ସ୍ପିନିଂମିଲ ଶ୍ରୀବାଲାଜୀ ମନ୍ଦିର ପ୍ରାଂଗଣରୁ ଶ୍ରୀ ହନୁମାନଙ୍କ ଏକ ଆଡମ୍ବରପୂର୍ଣ୍ଣ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।ଏହି ମୋଟର ସାଇକେଲ ଶୋଭାଯାତ୍ରା ବ୍ଳକ ଛକ ,ଆମ୍ବେଦକର ଛକ ,ଘୋଡାଘାଟ ପଡା ,ଗଡଭିତର ,ବଡବଜାର ,ବସଷ୍ଟାଣ୍ଡ ତଥା ମଝିପଡା ଆଦି ପରିକ୍ରମା କରିବା ପରେ ମଝିପଡାର ଶ୍ରୀ ହନୁମାନ ମନ୍ଦିରରେ ପହଂଚିଥିଲା ।ମନ୍ଦିର ମାଳିନୀ ସହରର ବାଟ ହନୁମାନ ,ଘାଟ ହନୁମାନ ,ରାଜ ହନୁମାନ ବାଲଜି ମନ୍ଦିର ,ଗଡଭିତର ହନୁମାନ ମନ୍ଦିର ତଥା ମଝିପଡା ହନୁମାନ ମନ୍ଦିରରେ ଶୋଭାଯାତ୍ରା ଅଟକି ଶ୍ରୀ ହନୁମାନ ଦେବ ପରଂପରା ଓ ରୀତିନୀତିରେ ପୂଜା ଆରାଧନା କରାଯାଇଥିଲା ।ହନୁମାନ ଜୟନ୍ତୀ ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଅଷ୍ଟ ହନୁମାନଙ୍କ ମନ୍ଦିରକୁ ଯାଇ ଦେବ ଦର୍ଶନ କରିବା ସହିତ ପ୍ରାର୍ଥନା କରିଥିଲେ ।ଶୋଭାଯାତ୍ରାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହନୁମାନ ଶ୍ରଦ୍ଧାଳୁ ଓ ବଜରଂଗ ଦଳ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।ବଜରଂଗ ଦଳ କାର୍ଯ୍ୟକର୍ତ୍ତାଙ୍କ ଜୟ ହନୁମାନ ଧ୍ବନି ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ହନୁମାନ ଦେବଙ୍କ ଭଜନ ଜଣାଣ ହନୁମାନ ଚାଳିଶା ଆଦିରେ ମୁଖରିତ ହୋଇଥିଲା ସୁବର୍ଣ୍ଣପୁର ସହର |




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୂଆ ଜୋତା ପିନ୍ଧିଲାବେଳେ ପାଦରେ ଫୋଟକା କିମ୍ବା କ୍ଷତ ସୃଷ୍ଟି  ହେଉଥିଲେ ଆପଣାନ୍ତୁ   ଏହି  ଉପଚାର ।

ନୂଆ ଜୋତା ପିନ୍ଧିଲାବେଳେ ପାଦରେ ଫୋଟକା କିମ୍ବା କ୍ଷତ ସୃଷ୍ଟି ହେଉଥିଲେ ଆପଣାନ୍ତୁ ଏହି ଉପଚାର ।

Read More...

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: