ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ପାଇଁ ଆରମ୍ଭ ହେଲା ବିଧିବଦ୍ଧ ପ୍ରକ୍ରିୟା

April 22, 2019, ରାଜନୀତି, କେନ୍ଦ୍ରାପଡ଼ା, Bhagyaprabha News Bureau
ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ପାଇଁ ଆରମ୍ଭ ହେଲା ବିଧିବଦ୍ଧ ପ୍ରକ୍ରିୟା
Bhagyaprabha News Bureau
April 22, 2019

ପାଟକୁରା ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ପ୍ରମାଣପତ୍ର ଆଜି ପରିବାର ପକ୍ଷରୁ କେନ୍ଦ୍ରାପଡା ରିଟର୍ଣ୍ଣଂ ଅଦିକାରୀଙ୍କ ନିକଟରେ ଦାଖଲ ହୋଇଛି । ଏହାପରେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳିର ନିର୍ବାଚନ ସ୍ଥଗିତ ନେଇ ବିଧିବଦ୍ଧ ପ୍ରକ୍ରୀୟା ଆରମ୍ଭ ହୋଇଛି । ଆଜି ହିଁ ବେଦପ୍ରକାଶଙ୍କ ମୃତ୍ୟୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର ଲେଖିଛନ୍ତି ରିଟର୍ଣ୍ଣିଂ ଅଧିକାରୀ ସଞ୍ଜୟ କୁମାର ମିଶ୍ର ଏ ସମ୍ପର୍କରେ ଏକ ନୋଟିସ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଲଗାଯିବା ସହିତ ପାଟକୁରା ବିଧାନସଭା ଆସନର ସମସ୍ତ ପ୍ରାର୍ଥୀଙ୍କ ନିକଟକୁ ମଧ୍ୟ ପଠାଯିବ | କେବଳ ସେତିକି ନୁହେଁ, ଏହି ପତ୍ରର ନକଲ ସମସ୍ତ ପଞ୍ଜୀକୃତ ରାଜନୈତିକ ଦଳକୁ ମଧ୍ୟ ଡାକଯୋଗେ ପଠାଯିବ ବୋଲି ରିଟର୍ଣ୍ଣିଂ ଅଧିକାରୀ ସଂଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି | ତେବେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିଷ୍ପତ୍ତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣା ପଡିଛି |


1555901801.jpg


ଜନ ପ୍ରତିନିଧି ଆଇନ ଅନୁସାରେ ନିର୍ବାଚନ ପ୍ରକ୍ରୀୟା ଚାଲିଥିବାବେଳେ କୌଣସି ଦଳୀୟ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଲେ ସଂପୃକ୍ତ ନିର୍ବାଚନମଣ୍ଡଳିର ନିର୍ବାଚନ ସ୍ଥଗିତ ହୋଇଥାଏ । ସ୍ଥଗିତାଦେଶର ୬ମାସ ମଧ୍ୟରେ ସଂପୃକ୍ତ ଆସନ ପାଇଁ ପୁଣି ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ପାଟକୁରା ଆସନରୁ ଏଥର ବିଜେଡିରୁ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ବିଜୟ ମହାପାତ୍ର ଏବଂ କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ ଜୟନ୍ତ ମହାନ୍ତି । ଗତକାଲି ବେଦ ପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପରେ ବିଜେପି ପ୍ରାର୍ଥୀ କହିଛନ୍ତି ଯେ, ଯଥାଶୀଘ୍ର ପୁନଃ ନିର୍ବାଚନ ପାଇଁ କମିଶନ ପଦକ୍ଷେପ ନିଅନ୍ତୁ । ୬ଷ୍ଠ ପର୍ଯ୍ୟାୟ ମଧ୍ୟରେ ନିର୍ବାଚନ ସାରିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରାର୍ଥୀଙ୍କ ମୃତ୍ୟୁଯୋଗୁଁ କେବଳ ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ ହେବ । କିନ୍ତୁ ଲୋକସବା ପାଇଁ ଏହି ନିର୍ବାଚନମଣ୍ଡଳିର ଭୋଟର ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଏପ୍ରିଲ ୨୯ ତାରିଖରେ ମତ ଗ୍ରହଣ ହେବ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚେନ୍ନାଇକୁ   ୧ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଚେନ୍ନାଇକୁ ୧ ରନ୍‌ରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

Read More...

ନାକୋର ଆକଳନ :  ପୋଲସରାରେ ସର୍ବାଧିକ ଏଡସ୍‌ ଆକ୍ରାନ୍ତ

ନାକୋର ଆକଳନ : ପୋଲସରାରେ ସର୍ବାଧିକ ଏଡସ୍‌ ଆକ୍ରାନ୍ତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: