ଅନନ୍ତ ନାରାୟଣ ଜେନାଙ୍କ କାର୍ ଉପରେ ବୋମା ମାଡ

April 22, 2019, ଅପରାଧ, , Bhagyaprabha News Bureau
ଅନନ୍ତ ନାରାୟଣ ଜେନାଙ୍କ କାର୍ ଉପରେ ବୋମା ମାଡ
Bhagyaprabha News Bureau
April 22, 2019

ଲକ୍ଷ୍ମୀସାଗର ଥାନା ଅଧିନ ଝାରପଡା ରୋଡ ଅଞ୍ଚଳରେ ରବିବାର ରାତିରେ ବିଜେଡି ବିଧାୟକ ପ୍ରାର୍ଥୀ ନାରାୟଣ ଜେନାଙ୍କ କାରଗାଡି ଉପରକୁ ବୋମା ବିଷ୍ପୋରଣ ହୋଇଛି । ଏହି ବିସ୍ପୋରଣରେ ଅନନ୍ତ ନାରାୟଣ ଜେନା ଙ୍କ ସହିତ ରଞ୍ଜିତ ପ୍ରଧାନ ନାମକ ଜଣେ ବ୍ୟକ୍ତି ଆହାତ ହୋଇଛନ୍ତି । ଦୁୂଇ ଆହାତ ଜଣଙ୍କୁ କ୍ୟାପିଟାଲ ହାସପିତାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ସମର୍ଥକ ମାନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । ଖବର ଅନୁଯାୟୀ ରାତି ପ୍ରାୟ ୯ ଟାରେ ଅନନ୍ତ ଝାରପଡା ଆସିଥିବା ବେଳେ ବାଇକ ରେ ଦୁଇଜଣ ଦୁର୍ବୁତ୍ତ ଆସି କାର ଉପରେ ବୋମା ପକାଇଥିଲେ । ରାତ୍ରରେ ବିଦ୍ୟୁତ ସରବରାହ କିଛି ସମୟ ପାଇଁ କଟିଯାଇଥିବାରୁ ଦୁବୁର୍ତ୍ତମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି । ଗାଡି ଉପରକୁ ତିନିଗୋଟି ବୋମାମାଡ ହୋଇଥିବା ଥାନାଅଧିକାରୀ ନାୟକ କହିଛନ୍ତି । ଗତ ୧୭ ତାରିଖରେ ଅମରେଶ ଜେନାଙ୍କ କାର୍ଯ୍ୟାଳୟ ଉପରକୁ ବୋମାମାଡ କରିଥିଲେ ଦୁବୁର୍ତ୍ତ ଏହି ଘଟଣାରେ ପୋଲିସର ହାତ ଖାଲି ପଡିଥିବାବେଳେ ଅନନ୍ତନାରାୟଣ ଜେନାଙ୍କ କାର ଉପରକୁ ବୋମାମାଡ ପୋଲିସର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସେପଟେ ବିଜେଡି ତରଫରୁ ସିଇଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହି ଆକ୍ରମଣ ପଛରେ ଅପରାଜିତା ଷଡଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତଥିବା ବିଜେଡି ଅଭିଯୋଗ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉତ୍ତରପୁର୍ବ ଦିଲ୍ଲୀ ଆସନରୁ ଲଢିବେ ଶିଲା ଦିକ୍ଷିତ

ଉତ୍ତରପୁର୍ବ ଦିଲ୍ଲୀ ଆସନରୁ ଲଢିବେ ଶିଲା ଦିକ୍ଷିତ

Read More...

ସଭାପତି ଆକ୍ରମଣ ଘଟଣାରେ : ସିଇଓଙ୍କ ନିକଟରେ ଫେରାଦ ହେଲେ ଉଭୟ କଂଗ୍ରେସ ଓ ବିଜେଡି

ସଭାପତି ଆକ୍ରମଣ ଘଟଣାରେ : ସିଇଓଙ୍କ ନିକଟରେ ଫେରାଦ ହେଲେ ଉଭୟ କଂଗ୍ରେସ ଓ ବିଜେଡି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: