୬ଟି ଲୋକସଭା ୪୨ ବିଧାନସଭାର ୪୧୭ ପ୍ରାର୍ଥୀଙ୍କୁ ରାୟ ଶୁଣାଇବେ ଭୋଟର

April 23, 2019, ରାଜନୀତି, , Bhagyaprabha News Bureau
୬ଟି ଲୋକସଭା  ୪୨ ବିଧାନସଭାର ୪୧୭ ପ୍ରାର୍ଥୀଙ୍କୁ ରାୟ ଶୁଣାଇବେ ଭୋଟର
Bhagyaprabha News Bureau
April 23, 2019

ଆଜି ସମଗ୍ର ରାଜ୍ୟରେ ପୁରୀ, ଭୁବନେଶ୍ବର, ସମ୍ବଲପୁର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଏଭଳି ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ୪୧୭ ପ୍ରାର୍ଥୀଙ୍କ ସଂପର୍କରେ ଭୋଟର ତାଙ୍କ ରାୟ ଶୁଣାଇବେ ।।ପାଖାପାଖି ୯୨ଲକ୍ଷ ଭୋଟର ଏହି ନିର୍ବାଚନରେ ସାମିଲ ହେବେ । ରାଜ୍ୟ ରାଜନୀତିର ପାଖାପାଖି ୫୦ରୁ ଅଧିକ ତୁଙ୍ଗ ନେତା, ପୂର୍ବତନ ପ୍ରଶାସକ, ଚଳଚ୍ଚିତ୍ର ତାରକାଙ୍କ ଭାଗ୍ୟ କଣ ହେବ, ତାହାକୁ ନେଇ ସମଗ୍ର ରାଜ୍ୟରେ ଉତ୍କଣ୍ଠା ଲାଗି ରହିଛି।ଅନ୍ୟପକ୍ଷରେ ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ କମିସନ କିଛି ଅତିରିକ୍ତ ପଦକ୍ଷେପ ନେଇଛନ୍ତି। ପୂର୍ବ ପର୍ଯ୍ୟାୟରେ ଦେଖାଦେଇଥିବା ଇଭିଏମ ଓ ଭିଭିପାଟ ତ୍ରୁଟିର ଯେପରି ପୁନରାବୃତ୍ତି ନ ହେବ, ସେଥିପାଇଁ ସବୁ ପ୍ରକାର ପଦକ୍ଷେପ ନେଇଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ୪୨ଟି ବିଧାନସଭାର ୧୦ ହଜାର ୪୬୪ଟି ପୋଲିଂ ବୁଥରେ ନିର୍ବାଚନ କରିବା ପାଇଁ ମୋଟ ୬୮ ହଜାର ୪୨୨ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ବିଭିନ୍ନ ବୁଥରେ ଆରମ୍ଭ ହୋଇଗଲାଣି ମତଦାନ । ନିଜର ମତଦେବା ପାଇଁ ବୁଥ ଆଗରେ ଅନେକ ଭୋଟ ଲାଇନ ଲଗାଇ ଛିଡା ହୋଇଥିବା ଦେଖାଯାଉଛି । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ବୁଥରେ ସୁରକ୍ଷା ବ୍ୟବସ୍ଥାର ତର୍ଜମା ମଧ୍ୟ କରାଯାଇଛି ବିଶେଷ କରି ଅତି ସମ୍ବେଦନଶୀଳ ବୁଥରେ ପ୍ରଶାସନ ପକ୍ଷରୁ କଡା ନଜର ରହିଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଓଡିଶା ଆସୁଛନ୍ତି ମୋଦୀ ,କେନ୍ଦ୍ରାପଡ଼ାରେ ଓ ବାଲେଶ୍ବରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଦେବେ ଉଦ୍‌ବୋଧନ

ଆଜି ଓଡିଶା ଆସୁଛନ୍ତି ମୋଦୀ ,କେନ୍ଦ୍ରାପଡ଼ାରେ ଓ ବାଲେଶ୍ବରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଦେବେ ଉଦ୍‌ବୋଧନ

Read More...

୧୪ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ୧୧୭ ଲୋକସଭା ଆସନରେ ଆଜି  ହେବ ଭୋଟ ଗ୍ରହଣ

୧୪ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ୧୧୭ ଲୋକସଭା ଆସନରେ ଆଜି ହେବ ଭୋଟ ଗ୍ରହଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: