ଝାରପଡ଼ା ଜେଲ୍ ଗଲେ ପ୍ରଦୀପ ମହାରଥୀ

April 23, 2019, ଖେଳ, , Bhagyaprabha News Bureau
ଝାରପଡ଼ା ଜେଲ୍ ଗଲେ ପ୍ରଦୀପ ମହାରଥୀ
Bhagyaprabha News Bureau
April 23, 2019

ଜେଲ୍ ଗଲେ ପିପିଲିର ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ମହାରଥୀଙ୍କ ଜାମିନ ଉପରେ କୋର୍ଟ କୌଣସି ରାୟ ନଦେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ୨୪ ତାରିଖରେ ଜାମିନ ଆବେଦନ ଉପରେ ଶୁଣାଣି ହେବ। ସେ ପର୍ଯ୍ୟନ୍ତ ମହାରଥୀ ଝାରପଡ଼ା ଜେଲରେ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ଏହାସହ ମହାରଥୀ ଜେଲ ଓ୍ୱାର୍ଡରେ ରହି ଚିକିତ୍ସିତ ହେବେ। ଆବଶ୍ୟକ ପଡ଼ିଲେ ଜେଲ କର୍ତ୍ତୃପକ୍ଷ ମହାରଥୀଙ୍କୁ ମେଡିକାଲ ସ୍ଥାନାନ୍ତର କରିପାରନ୍ତି।ରବିବାର ବିଳମ୍ବିତ ରାତିର ଘଟଣା। ହୁଙ୍କେଶ୍ୱରୀସ୍ଥିତ ଫାର୍ମ ହାଉସରେ ଚଢ଼ାଉ କରିଥିଲା ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଏବଂ ଏସଏସଟି ଟିମ୍।ହେଲେ ମହାରଥୀଙ୍କ ଉପସ୍ଥିତିରେ ସ୍କ୍ୱାଡ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରବିନାରାୟଣ ପାତ୍ର ଆହତ ହୋଇଥିଲେ।ଏନେଇ ସ୍କ୍ୱାଡ୍ ପକ୍ଷରୁ ପିପିଲି ଥାନାରେ ଏତଲା ଦିଆଯିବା ପରେ ଆଜି ଅପରାହ୍ଣରେ ମହାରଥୀଙ୍କୁ ଗିରଫ କରାଯାଇଥିଲା। ମହାରଥୀଙ୍କୁ କୋର୍ଟରେ ହାଜର କରିବା ପାଇଁ ନେଇଥିଲା ପୋଲିସ। ହେଲେ କୋର୍ଟ ନିଆଯିବା ବାଟରେ ସେ ବେହୋସ ହୋଇଯିବାରୁ ତାଙ୍କୁ ପିପିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସିତ ହେବା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ କରିଥିଲେ ମହାରଥୀ। ହେଲେ ଜାମିନ ଆବେଦନ ଉପରେ କୌଣସି ରାୟ ପ୍ରକାଶ କରି ନାହାନ୍ତି କୋର୍ଟ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସନ୍ତା ୨୬ରେ ବାଲେଶ୍ବର ଆସିବେ  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

ଆସନ୍ତା ୨୬ରେ ବାଲେଶ୍ବର ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ

Read More...

ଏଥର ହାଇଦ୍ରାବାଦରେ ହେବ ଆଇପିଏଲ ଫାଇନାଲ ଟକ୍କର

ଏଥର ହାଇଦ୍ରାବାଦରେ ହେବ ଆଇପିଏଲ ଫାଇନାଲ ଟକ୍କର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: