‘ଫନି’ର ମୁକାବିଲା ପାଇଁ ସଜାଗ ହେଲା ଏନ୍‌ଡିଆର୍‌ଏଫ୍‌ ଟିମ୍

May 01, 2019, ଦେଶଦୁନିଆ, , Bhagyaprabha News Bureau
‘ଫନି’ର ମୁକାବିଲା ପାଇଁ  ସଜାଗ  ହେଲା ଏନ୍‌ଡିଆର୍‌ଏଫ୍‌ ଟିମ୍
Bhagyaprabha News Bureau
May 01, 2019

ସାମୁଦ୍ରିକ ବାତ୍ୟା ‘ଫନି’ର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ, ଏନଡିଆରଏଫର ମୋଟ୍ ୨୮ଟି ଟିମକୁ ସଜାଗ ରଖାଯାଇଛି । ଓଡ଼ିଶାରେ ‘ଫନି’ ଲ୍ୟାଣ୍ଡଫଲ୍ କରିବା ଆଶଙ୍କା ଥିବାରୁ ଓଡ଼ିଶାରେ ଏହାର ପ୍ରଭାବ ସର୍ବାଧିକ ରହିବ । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ସବୁଠାରୁ ଅଧିକ ଟିମ୍ ଦିଆଯାଇଛି । ଏହା ପୂର୍ବରୁ ଓଡ଼ିଶାକୁ ଅଧିକ ଏନଡିଆରଏଫ ଟିମ୍ ଯୋଗାଇଦେବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଅନୁରୋଧ କରିଥିଲେ ।ଅନ୍ୟପକ୍ଷରେ ଆନ୍ଧ୍ରକୁ ୮ଟି ଓ ପଶ୍ଚିମବଙ୍ଗକୁ ୫ଟି ଟିମ୍ ପ୍ରଦାନ କରାଯାଇଛି । ଏହାଛଡା କେନ୍ଦ୍ର ସରକାର ମୋଟ୍ ୨୩ଟି ଅତିରିକ୍ତ ଏନଡିଆରଏଫ ଟିମକୁ ସଜାଗ ରଖିଛନ୍ତି । ଏହାମଧ୍ୟରୁ ଆନ୍ଧ୍ରରେ ୧୩ଟି ଓ ପଶ୍ଚିମବଙ୍ଗରେ ୧୦ଟି ଟିମ୍ ରହିଛନ୍ତି । ଆବଶ୍ୟକ ପଡିଲେ ଏହି ଟିମଗୁଡ଼ିକୁ ଓଡ଼ିଶା ପଠାଯାଇପାରେ ।ଅନ୍ୟପଟେ ବାତ୍ୟା ବିପର୍ଯ୍ୟୟର ମୁକାବିଲା ଲାଗି ଭାରତୀୟ ନୌସେନା ପ୍ରସ୍ତୁତ ହୋଇ ରହିଛି । ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ ପୁଡୁଚେରୀ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ । କେନ୍ଦ୍ରକୁ ୨ଟି ହେଲିକାପ୍ଟର ମଗାଯାଇଛି । ଏନଡିଆରଏଫର ଅତିରିକ୍ତ ଟିମ୍ ପଠାଇବା ଲାଗି ମଧ୍ୟ ଅନୁରୋଧ କରାଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫନି ପାଇଁ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ରେର୍ଡ ଆଲର୍ଟ ଜାରି - ପାଣିପାଗ ବିଭାଗ

ଫନି ପାଇଁ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ରେର୍ଡ ଆଲର୍ଟ ଜାରି - ପାଣିପାଗ ବିଭାଗ

Read More...

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ

ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: