ମାଡି ଆସୁଛି ସାମୁଦ୍ରିକ ଝଡ ଫନି

May 01, 2019, ଦେଶଦୁନିଆ, ଗଞ୍ଜାମ, Bhagyaprabha News Bureau
ମାଡି ଆସୁଛି ସାମୁଦ୍ରିକ ଝଡ ଫନି
Bhagyaprabha News Bureau
May 01, 2019

ଭୟଙ୍କର ରୁପରେ ଓଡିଶା ଉପକୁଳକୁ ମାଡି ଆସୁଛି ସାମୁଦ୍ରିକ ଝଡ ଫନି । ଆସନ୍ତା ମେ ୩ତାରିଖ ଅପରାହ୍ନରେ ପୁରୀ ନିକଟରୁ ଓଡିଶା ଉପକୁଳ ଅତିକ୍ରମ କରିବ । ଓଡିଶା ସ୍ଥଳଭାଗ ଛୁଇଁବା ସମୟରେ ଏହାର ବେଗ ୧୭୫ରୁ ୧୮୫ କିମି ଟପିବାର ସମ୍ଭାବନା ରହିଛି ।ଆଜି ମଧ୍ୟ ରାତ୍ରୀ ସୁଦ୍ଧା ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହେବା ପରେ ଆସନ୍ତାକାଲି ସଂଦ୍ଧ୍ୟା ସୁଦ୍ଧା ହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ପରେ ଏହା ଉତ୍ତର ପୁର୍ବ ମୋଡ ନେଇ ଓଡିଶା ଉପକୁଳରେ ଗୋପାଳପୁର ଓ ଚାନ୍ଦବାଲି ଦେଇ ମେ ୩ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପୁରୀର ଦକ୍ଷିଣ ଆଡକୁ ମୁହାଁଇବ । ଏହାର ପ୍ରଭାବରେ ପବନର ବେଗ ଘଣ୍ଡାପ୍ରତି ସର୍ବାଧିକ ୨୦୫ କିମି ବେଗରେ ବୋହିବ । ଝଡର ପ୍ରଭାବରେ ମେ ୨ ରେ ଓଡିଶାର ଦକ୍ଷିଣ ଉପକୁଳରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷାର ସମ୍ଭାବନା ରହିଛି । ୨ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ୨ ତାରିଖରୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ । ତେଣୁ ଆଜି ସୁଦ୍ଧା ସମୁଦ୍ର ଭିତରେ ଥିବା ସମସ୍ତ ମତ୍ସଜୀବୀ ମାନଙ୍କୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି । ୧୭ଟି ଜିଲ୍ଲାରେ ରେଡ ୱାର୍ଣ୍ଣଂ ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାମୁଦ୍ରିକ ଝଡ  ଫନି ମୁକାବିଲା ପାଇଁ ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ

ସାମୁଦ୍ରିକ ଝଡ ଫନି ମୁକାବିଲା ପାଇଁ ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ

Read More...

କଠିନ ବର୍ଜ୍ୟବସ୍ତୁର ପରିଚାଳନା ନିମନ୍ତେ ସମୀକ୍ଷା ବୈଠକ

କଠିନ ବର୍ଜ୍ୟବସ୍ତୁର ପରିଚାଳନା ନିମନ୍ତେ ସମୀକ୍ଷା ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: