ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକଙ୍କ କଥା ପଚାରି ବୁଝିଲେ ଅଧ୍ୟକ୍ଷ

May 03, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକଙ୍କ କଥା ପଚାରି ବୁଝିଲେ ଅଧ୍ୟକ୍ଷ
Bhagyaprabha News Bureau
May 03, 2019

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଫନିକୁ ନେଇ ଦିଗପହଣ୍ଡି ବ୍ଲକ ତଥା ଆଖପାଖ ଅଞ୍ଚଳବାସୀଙ୍କ ମନଭିତରେ ଯେଉଁ କୋକୁଆ ଭୟର ବାତାବରଣ ସୃଷ୍ଟି ହୋଇଥିଲା କିନ୍ତୁ ଶୁକ୍ରବାର ସକାଳୁ ସେହି ଭୟରୁ ଆଶ୍ୱସ୍ତି ପାଇ ଭଗବାନଙ୍କୁ କୋଟି ପ୍ରଣାମ କରିଥିବା ଜଣାପଡିଛି । ଗତବର୍ଷ ଅକ୍ଟୋବର ୧୪ ତାରିଖରେ ହୋଇଥିବା ତିତିଲି ବାତ୍ୟାର ପ୍ରଭାବ ଯେଉଁଭଳି ଭାବେ ଦିଗପହଣ୍ଡି ତଥା ଆଖପାଖ ଅଞ୍ଚଳରେ ପଡ଼ିଥିଲା କିନ୍ତୁ ଗତ ୨ ଦିନ ଧରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ସାମୁଦ୍ରିକ ବାତ୍ୟା ଫନି ପ୍ରଭାବହୀନ ହୋଇଥିବା ଜଣାପଡିଛି । ଗତକାଲି ସକାଳୁ ସକାଳୁ ଫନି ପ୍ରଭାବରେ ଦିନସାରା ପ୍ରବଳ ବର୍ଷା ହେବାସହ ରାତି ୧୧ ପରଠାରୁ ସକାଳ ୭ ଟା ପର୍ଯ୍ୟନ୍ତ ପବନର ବେଗ ୬୦ ରୁ ୭୦ ମଧ୍ୟରେ ରହିଥଲା । ଯାହାଫଳରେ ବିଶେଷ ପରିମାଣରେ କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଏହି ଅବସରରେ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ଦିଗପହଣ୍ଡି ବ୍ଲକ ଅଧିନରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସ୍କୁଲଗୁଡ଼ିକୁ ପରିଦର୍ଶନ କରି ଥଇଥାନ ହୋଇଥିବା ଲୋକମାନଙ୍କୁ ସୂଚାରୁରୂପେ ରିଲିଫ ସାମଗ୍ରୀ ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ଏଥିସହ ଦିଗପହଣ୍ଡି ବ୍ଲକ ବମକୋଇ , ପଦ୍ମନାଭପୁର ଓ ଗୋକର୍ଣ୍ଣପୁର ଆଦି ପଞ୍ଚାୟତର ବିଭିନ୍ନ ସ୍କୁଲମାନଙ୍କରେ ରହିଥିବା ଲୋକମାନଙ୍କୁ ସ୍ଥାନୀୟ ସରପଞ୍ଚ ଓ ବିଜୁ ଯୁବବାହିନୀର ସଦସ୍ୟ ମାନେ ରନ୍ଧା ଖାଦ୍ୟ ବୁଲିବୁଲି ବଣ୍ଟନ କରୁଥିବା ଜଣାପଡିଛି । ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ଯା , ସରପଞ୍ଚ କ୍ରିଷ୍ଣାରାଓ ସୁବୁଦ୍ଧି , ଗୋକର୍ଣ୍ଣପୁର ସେବା ସମବାୟ ସମିତି ସଭାପତି ଅସିତ ସାହୁ , ସମିତି ସଭ୍ୟ ସୁଶାନ୍ତ ସେଠୀ ,ବିଜୁ ଯୁବ ବାହିନୀ ସଦସ୍ୟ ରାଜ କିଶୋର ମହାନ୍ତି , ଜଗନ୍ନାଥ ପ୍ରଧାନ , ବିକ୍ରମ ସିଂ , ଦେବରାଜ ପ୍ରଧାନ , ସଂଗ୍ରାମ ସିଂ , ଅରୁଣ ପ୍ରଧାନ , ନିରାକାର ପ୍ରଧାନ , ଗଣେଶ ପାତ୍ର ପ୍ରମୁଖ ସହାୟତା ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଫୋନି ସ୍ଥିତି ସମୀକ୍ଷା ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଫୋନି ସ୍ଥିତି ସମୀକ୍ଷା ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

Read More...

ଘୋଡାହଡ ଡ୍ୟାମର ଚାରୋଟି ଗେଟ ଖୋଲିଲା

ଘୋଡାହଡ ଡ୍ୟାମର ଚାରୋଟି ଗେଟ ଖୋଲିଲା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: